• କଳାହାଣ୍ଡି: ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ନିଖୋଜ ମାମଲା
  • ମହାଲିଙ୍ଗ ସ୍ଥିତ ନିର୍ମାଣାଧୀନ ଷ୍ଟାଡିୟମରୁ ମିଳିଲା ପୋଡ଼ାକାଠ, ପାଉଁଶ
  • ଜେସିବି ଦ୍ୱାରା ମାଟି ଖୋଳି ପୋଡ଼ାକାଠ, ପାଉଁଶ ଉଦ୍ଧାର
  • ମମିତାଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ସନ୍ଦେହ
  • ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ
  • ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କଲା ଯୁବ କଂଗ୍ରେସ
  • ମମିତା ମେହେର ଅପହରଣ ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ରାଜ୍ୟ ବିଜେପି ସଭାପତି
  • କେରଳରେ ବନ୍ୟାର ତାଣ୍ଡବ: ୪୧ ମୃତ, ୧୧ଟି ଡ୍ୟାମ୍ ପାଇଁ ରେଡ୍‌ ଆଲର୍ଟ ଜାରି
  • ଗୋଟିଏ ସ୍ଥାନରେ ମିଳିପାରିବ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀର ସମସ୍ତ କଳା କୌଶଳ
  • ପୁରାତନ ଗୁରୁଙ୍କ କାଳଜୟୀ କଳାର ସମାହାର ସାଙ୍ଗକୁ ଏ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ନୃତ୍ୟ ଚାତୁରୀ

ବାଇଡେନଙ୍କ ସହ ସାକ୍ଷାତ କରିବେ ପିଏମ ମୋଦି, ସେପ୍ଟେମ୍ବର ୨୪ରେ ହ୍ୱାଇଟ ହାଉସରେ ଏକାଠି ହେବେ କ୍ୱାଡ୍ ନେତାଗଣ

ପ୍ରଧାନମନ୍ତ୍ରୀ ମୋଦି (PM Modi) ଙ୍କ ଗସ୍ତ ସମୟରେ ମଧ୍ୟ ଏକ ଦ୍ୱିପାକ୍ଷିକ ବୈଠକ ଆଶା କରାଯାଉଛି । ଯଦି ତାହା ହୁଏ ତେବେ ଅନେକ ଭର୍ଚୁଆଲ୍ ମିଟିଂ ଓ ଫୋନ୍ କଲ ପରେ ଏହା ସେମାନଙ୍କର ପ୍ରଥମ ବ୍ୟକ୍ତିଗତ ବୈଠକ ହେବ । 

ବାଇଡେନଙ୍କ ସହ ସାକ୍ଷାତ କରିବେ ପିଏମ ମୋଦି, ସେପ୍ଟେମ୍ବର ୨୪ରେ ହ୍ୱାଇଟ ହାଉସରେ ଏକାଠି ହେବେ କ୍ୱାଡ୍ ନେତାଗଣ

ନୂଆଦିଲ୍ଲୀ: ହ୍ୱାଇଟ ହାଉସ ସୋମବାର ଘୋଷଣା କରିଛି ଯେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ଙ୍କ ନେତୃତ୍ୱରେ ସେପ୍ଟେମ୍ବର ୨୪ରେ ୱାଶିଂଟନ ଡିସିରେ କ୍ୱାଡ ଗ୍ରୁପ ଦେଶର ନେତାଙ୍କ ପ୍ରଥମ ବ୍ୟକ୍ତିଗତ ସମ୍ମିଳନୀ ଆୟୋଜନ ହେବ । ଏହି ଶିଖର ସମ୍ମିଳନୀ ପାଇଁ ବାଇଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi), ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ (Australian PM Scott Morrison) ଓ ଜାପାନର ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା (Japan PM Yoshihide Suga) ଙ୍କୁ ହ୍ୱାଇଟ ହାଉସ (White House) ରେ ସ୍ୱାଗତ କରିବେ ।

ହ୍ୱାଇଟ ହାଉସ କହିଛି ଯେ ବାଇଡେନ-ହାରିସ ପ୍ରଶାସନ କ୍ୱାଡକୁ ଉପରକୁ ଉଠାଇବାକୁ ପ୍ରାଥମିକତା ଦେଇଛନ୍ତି । ଶିଖର ସମ୍ମିଳନୀରେ କ୍ୱାଡର କାର୍ଯ୍ୟକାରିତାକୁ ନୂଆ ଗତି ଦେବା ପାଇଁ ବ୍ୟାପକ ବିାଚର ବିମର୍ଶ କରାଯିବ । ହ୍ୱାଇଟ ହାଉସ କହିଛି ଯେ ଆଗାମୀ ଶିଖର ସମ୍ମିଳନୀର ଉଦ୍ଦେଶ୍ୟ ଆମର ସମ୍ପର୍କକୁ ମଜବୁତ କରିବା ଓ କୋରୋନା (COVID-19) ର ମୁକାବିଲା, ଜଳବାୟୁ ସଙ୍କଟକୁ ଦୂର କରିବା, ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ସାଇବର ସ୍ପେସରେ ଅଂଶୀଦାର କରିବା ଏବଂ ଏକ ମୁକ୍ତ ଓ ଖୋଲା ଇଣ୍ଡୋ-ପାସିଫିକ୍କୁ ପ୍ରୋତ୍ସାହନ ଦେବା ପରି କ୍ଷେତ୍ରଗୁଡିକ ଉପରେ ବ୍ୟବହାରିକ ସହଯୋଗକୁ ଆଗକୁ ବଢ଼ାଇବା ଉପରେ ହେବ ।

ପ୍ରଧାନମନ୍ତ୍ରୀ ମୋଦି (PM Modi) ଙ୍କ ଗସ୍ତ ସମୟରେ ମଧ୍ୟ ଏକ ଦ୍ୱିପାକ୍ଷିକ ବୈଠକ ଆଶା କରାଯାଉଛି । ଯଦି ତାହା ହୁଏ ତେବେ ଅନେକ ଭର୍ଚୁଆଲ୍ ମିଟିଂ ଓ ଫୋନ୍ କଲ ପରେ ଏହା ସେମାନଙ୍କର ପ୍ରଥମ ବ୍ୟକ୍ତିଗତ ବୈଠକ ହେବ । ପ୍ରଧାନମନ୍ତ୍ରୀ ମୋଦି ୱାଶିଂଟନ୍ ଡିସିରୁ ନ୍ୟୁୟର୍କ ଯାଇ ସେଠାରେ ମିଳିତ ଜାତିସଂଘର ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ସୂତ୍ରରୁ ପ୍ରକାଶ ଯେ ପିଏମ ମୋଦିଙ୍କ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି ।

ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ବଡ଼ ଆଶ୍ୱସ୍ତିକର ଖବର

ଅଧିକ ପଢ଼ନ୍ତୁ:-ଆଫଗାନିସ୍ତାନକୁ ୪୭୦ କୋଟି ଟଙ୍କାର ଆର୍ଥିକ ସହାୟତା ଦେବ ଆମେରିକା, ମିଳିତ ଜାତିସଂଘ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ସହାୟତା ପାଇଁ କଲେ ଘୋଷଣା

ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ଅଧିକ ପଢ଼ନ୍ତୁ:-ଖୁବ୍ ଶୀଘ୍ର ମିଳିବ ଖୁସି ଖବର! ୧୮ ମାସର ମହଙ୍ଗା ଭତ୍ତା ବକେୟାକୁ ନେଇ ପୁଣି ବଢ଼ିଛି ଆଶା, ଏବେ ପିଏମ ମୋଦି ନେବେ ନିଷ୍ପତ୍ତି