• ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲା
  • ରିମାଣ୍ଡ ଶେଷ ପରେ ଜେଲ୍ ଗଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ଆଜି ବଙ୍ଗୋମୁଣ୍ଡା SDJM କୋର୍ଟରେ ହାଜର ହୋଇଥିଲା
  • କୋର୍ଟରେ ହାଜର ପରେ ଗୋବିନ୍ଦକୁ ଜେଲ୍ ପଠାଗଲା
  • କଣ୍ଟାବାଞ୍ଜି ସବଜେଲ୍ ପଠାଯାଇଥିବା ସୂଚନା
  • ପୋଲିସର ତଦନ୍ତ ପ୍ରକ୍ରିୟା, କୋର୍ଟ ଚାଲାଣକୁ ନେଇ ପ୍ରଶ୍ନ
  • ରାଜ୍ୟରେ ଦିନକରେ ଆଉ ୪୨୫ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଦେଶରେ ୨୪ ଘଣ୍ଟାରେ ୧୪,୩୦୬ ଆକ୍ରାନ୍ତ ଚିହ୍ନଟ; ୪୪୩ ମୃତ
  • ଅଧ୍ୟାପିକା ମମିତା ମେହେର ହତ୍ୟା ମାମଲା
  • ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଭୋର ୫ଟା ୩୦ରେ କୋର୍ଟରେ ହାଜର

ଆଜି ପ୍ରଧାନମନ୍ତ୍ରୀ ଲଞ୍ଚ କରିବେ e-RUPI; ଜାଣନ୍ତୁ ଏହାର ୧୦ଟି ଫାଇଦା

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ e-RUPIକୁ କଲ୍ୟାଣକାରୀ ସେବାଗୁଡିକର ଲିକ୍-ପ୍ରୁଫ୍ ବିତରଣକୁ ସୁନିଶ୍ଚିତ କରିବା ଦିଗରେ ଏହା ଏକ ବୈପ୍ଳବିକ ପଦକ୍ଷେପ ହେବ ବୋଲି କୁହାଯାଇଛି।

ଆଜି ପ୍ରଧାନମନ୍ତ୍ରୀ ଲଞ୍ଚ କରିବେ e-RUPI; ଜାଣନ୍ତୁ ଏହାର ୧୦ଟି ଫାଇଦା
ସୌ- ସୋସିଆଲ ମିଡିିଆ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ ୪ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ e-RUPI ନାମକ ଏକ ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମ ଲଞ୍ଚ କରିବେ। ଆର୍ଥିକ ସେବା ବିଭାଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ସହଯୋଗରେ ଭାରତର ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଦ୍ୱାରା ବିକଶିତ ହୋଇଛି। ଏହି ପ୍ଲାଟଫର୍ମ ଜଣେ ବ୍ୟକ୍ତି ତଥା ଉଦ୍ଦେଶ୍ୟ-ନିର୍ଦ୍ଦିଷ୍ଟ ଡିଜିଟାଲ୍ ପେମେଣ୍ଟ ସମାଧାନ ବୋଲି ଦାବି କରାଯାଉଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ e-RUPIକୁ କଲ୍ୟାଣକାରୀ ସେବାଗୁଡିକର ଲିକ୍-ପ୍ରୁଫ୍ ବିତରଣକୁ ସୁନିଶ୍ଚିତ କରିବା ଦିଗରେ ଏହା ଏକ ବୈପ୍ଳବିକ ପଦକ୍ଷେପ ହେବ ବୋଲି କୁହାଯାଇଛି। "ଡିଜିଟାଲ୍ ଟେକ୍ନୋଲୋଜି ଜୀବନକୁ ଏକ ପ୍ରମୁଖ ଢଙ୍ଗରେ ରୂପାନ୍ତରିତ କରୁଛି ଏବଂ 'ସହଜ ଜୀବନଯାପନକୁ ଆଗକୁ ବଢାଉଛି। ଅଗଷ୍ଟ ୨ ତାରିଖ ଅପରାହ୍ଣ ସାଢେ ଚାରିଟାରେ e-RUPI ଲଞ୍ଚ ହେବ। ଏହା ଭବିଷ୍ୟତର ଡିଜିଟାଲ୍ ପେମେଣ୍ଟର ସମାଧାନ, ଯାହା ଏହାର ଉପଭୋକ୍ତାମାନଙ୍କ ପାଇଁ ଅନେକ ସୁବିଧା ପ୍ରଦାନ କରିବ," ବୋଲି ପ୍ରଧାନମନ୍ତ୍ରୀ ରବିବାର ଟ୍ୱିଟ୍ କରିଛନ୍ତି।

e-RUPIର କିଛି ଫାଇଦା:

  • e-RUPI ହେଉଛି ଏକ Cashless ଓ contactless digital payment।
  • ସେବା ପ୍ରାୟୋଜକ ଏବଂ ହିତାଧିକାରୀଙ୍କୁ digital ସଂଯୋଗ କରେ |
  • ବିଭିନ୍ନ କଲ୍ୟାଣକାରୀ ସେବାଗୁଡିକର  leak-proof deliveryକୁ ସୁନିଶ୍ଚିତ କରେ।
  • ଏହା ଏକ QR code କିମ୍ବା SMS ଷ୍ଟ୍ରିଙ୍ଗ-ଆଧାରିତ ଇ-ଭାଉଚର୍, ଯାହା ହିତାଧିକାରୀଙ୍କ ମୋବାଇଲକୁ ପଠା ଯାଇଥାଏ।
  • ଏହି ନିରବଚ୍ଛିନ୍ନ ଏକକାଳୀନ payment mechanismର ଉପଭୋକ୍ତାମାନେ ସେବା ପ୍ରଦାନକାରୀଙ୍କ ନିକଟରେ କାର୍ଡ, ଡିଜିଟାଲ୍ ପେମେଣ୍ଟ ଆପ୍ କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ବିନା ଭାଉଚରକୁ ରିଡିମ୍ କରିବାକୁ ସମର୍ଥ ହେବେ।
  • ଇ-RUPI ସେବାଗୁଡିକର ପ୍ରାୟୋଜକମାନଙ୍କୁ ହିତାଧିକାରୀ ଏବଂ ସେବା ପ୍ରଦାନକାରୀଙ୍କ ସହିତ ବିନା physical interfaceରେ ଡିଜିଟାଲ୍ ମାଧ୍ୟରେ ସଂଯୋଗ କରେ।
  • ଏହା ମଧ୍ୟ ସୁନିଶ୍ଚିତ କରେ ଯେ ସେବା ପ୍ରଦାନକାରୀଙ୍କୁ ପେମେଣ୍ଟ କେବଳ କାରବାର ସମାପ୍ତ ହେବା ପରେ କରାଯାଇଥାଏ।
  • ଏହି pre-paid ସେବା ବିନା ମଧ୍ୟସ୍ଥିରେ ଠିକ୍ ସମୟରେ ପେମେଣ୍ଟ ନିଶ୍ଚିତ କରେ।
  • ନିୟମିତ ପେମେଣ୍ଟ ବ୍ୟତୀତ ଏହା ମାତୃ ଓ ଶିଶୁ କଲ୍ୟାଣ ଯୋଜନା ଅନ୍ତର୍ଗତ ଔଷଧ ଏବଂ ପୁଷ୍ଟିକର ସହାୟତା, ଯକ୍ଷ୍ମା କାର୍ଯ୍ୟକ୍ରମ, ନିଦାନ, ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ସାର ସବସିଡି, ଇତ୍ୟାଦି ପ୍ରଦାନ କରେ।
  • ଏହି ଡିଜିଟାଲ୍ ଭାଉଚର୍ ଗୁଡିକ ବେସରକାରୀ ସଂସ୍ଥା ଦ୍ୱାରା ଏହାର କର୍ମଚାରୀଙ୍କ କଲ୍ୟାଣ ଏବଂ କର୍ପୋରେଟ୍ ସାମାଜିକ ଦାୟିତ୍ କାର୍ଯ୍ୟକ୍ରମ ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ।