ଭୂମି ପୂଜନରେ ସାମିଲ ହେବେ ମୋଦି: ସୂତ୍ର, ଏମିତି ରହିଛି ପୁରା କାର୍ଯ୍ୟକ୍ରମ
Advertisement
Article Detail0/zeeodisha/odisha713977

ଭୂମି ପୂଜନରେ ସାମିଲ ହେବେ ମୋଦି: ସୂତ୍ର, ଏମିତି ରହିଛି ପୁରା କାର୍ଯ୍ୟକ୍ରମ

ସୂତ୍ର ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ ୧୧ଟାରୁ ଦ୍ୱିପହର ୧.୧୦ମିନିଟ ପର୍ଯ୍ୟନ୍ତ ଅଯୋଧ୍ୟାରେ ରହିବେ ।

ଫାଇଲ ଫଟୋ
ଫାଇଲ ଫଟୋ

ଅଯୋଧ୍ୟା: ଆସନ୍ତା ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ଭୂମି ପୂଜା କାର୍ଯ୍ୟକ୍ରମରେ ସାମିଲ ହେବେ ମୋଦି । ସୂତ୍ର ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ଦିନ ୧୧ଟାରେ ଅଯୋଧ୍ୟା ପହଞ୍ଚିବେ । ଭୂମି ପୂଜା କାର୍ଯ୍ୟକ୍ରମ ୩ରୁ ୪ ଘଣ୍ଟା ଚାଲିବ । ଭୂମି ପୂଜା କାର୍ଯ୍ୟକ୍ରମ ପାଇଁ କାଶିର ପୂଜାରୀ ଅଣାଯିବ । 

ସୂତ୍ର ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ ୧୧ଟାରୁ ଦ୍ୱିପହର ୧.୧୦ମିନିଟ ପର୍ଯ୍ୟନ୍ତ ଅଯୋଧ୍ୟାରେ ରହିବେ । ଆସନ୍ତା ଅଗଷ୍ଟ ୫ ତାରିଖରେ ସକାଳୁ ୮ଟାରୁ ଭୂମି ପୂଜା କାର୍ଯ୍ୟକ୍ରମ ଆରମ୍ଭ ହେବ । ରାମମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ ଦିଆଯାଇଛି । 

ବଦଳିଲା ପୂର୍ବ ନିଷ୍ପତ୍ତି, ଆହୁରି ଉଚ୍ଚା ହେବ ରାମ ମନ୍ଦିର

ରାମ ମନ୍ଦିର ଟ୍ରଷ୍ଟ ବୈଠକରେ ନିଷ୍ପତ୍ତି ହୋଇଛି ଯେ, ରାମ ମନ୍ଦିରର ଉଚ୍ଚତା ବୃଦ୍ଧି କରାଯିବ । ପ୍ରଥମରେ ଏହା ୧୨୮ ଫୁଟ ରଖିବାକୁ ନିଷ୍ପତ୍ତି ହୋଇଥିଲା, ହେଲେ ଏବେ ଏହାକୁ ୧୬୧ ପୁଟ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ମନ୍ଦିରର ନିର୍ମାଣ କାର୍ଯ୍ୟ ୩ ବର୍ଷ ଭିତରେ ପୁରା କରାଯିବ । ଅର୍ଥାତ ୨୦୨୩ ମଧ୍ୟରେ ସରିବ ରାମ ମନ୍ଦିର ନିର୍ମାଣ କାମ । ତେବେ ମନ୍ଦିର ନିର୍ମାଣ ପାଇଁ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପଥର ସଂଗ୍ରହ ହୋଇନି । ଏନେଇ ଶ୍ରବଣ କମିଟିର ଗଠନ କରାଯିବ । 

;