)
Bronze Statue Of Lord Ram: ଗୋଆ ଗୋକର୍ଣ୍ଣ ଜୀବୋତ୍ତମ ମଠରେ ଭଗବାନ ଶ୍ରୀରାମଙ୍କ ଏକ ୭୭ ଫୁଟ ଉଚ୍ଚତା ବିଶିଷ୍ଟ ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ପରେ ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପରାତାଗାଲି ଜୀବୋତ୍ତମ ମଠରେ ପ୍ରାର୍ଥନା କରିଥିଲେ ପିଏମ ମୋଦୀ।
ପ୍ରତିମା ଉନ୍ମୋଚନ କରିବା ପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପରିବର୍ତ୍ତନଶୀଳ ସମୟ ଏବଂ ଚ୍ୟାଲେଞ୍ଜ ମଧ୍ୟରେ ମଧ୍ୟ ଏହି ମଠ ତାର ପରିଚୟ ହରାଇ ନାହିଁ। ବରଂ ଏହା ଲୋକଙ୍କୁ ମାର୍ଗଦର୍ଶନ କରିବାର ଏକ କେନ୍ଦ୍ର ଭାବରେ ଉଭା ହୋଇଛି। ଏହା ଏହି ମଠର ପରିଚୟ। ଏହି ମଠ ସମୟ ସହିତ ବିକଶିତ ହୋଇ ଚାଲିଛି।" ପ୍ରଧାନମନ୍ତ୍ରୀ ଏକଥା କହିଛନ୍ତି ଯେ, "ଏହି ମଠ ମୂଲ୍ୟବୋଧ ସଂରକ୍ଷଣ ପାଇଁ ଏକ ମୂଳଦୁଆ ହୋଇଛି ଏବଂ ଆଗାମୀ ପିଢ଼ିକୁ ଶକ୍ତି ପ୍ରଦାନ କରି ଚାଲିବ... ଏହି ମଠର ଏକ ପ୍ରମୁଖ ପରିଚୟ ହେଉଛି ଏହାର ସେବା ମନୋଭାବ, ଯାହା ଶତାବ୍ଦୀ ଧରି ସମାଜର ପ୍ରତ୍ୟେକ ବର୍ଗକୁ ସମର୍ଥନ କରିଆସିଛି।
ଆପଣଙ୍କୁ କହିରଖୁଛୁ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଦକ୍ଷିଣ ଗୋଆର ପାର୍ତାଗଲ୍ଲୀରେ ଥିବା ମଠରେ ମନ୍ଦିର ମଧ୍ୟ ପରିଦର୍ଶନ କରିଥିଲେ। ଏହି ମଠ ଭାରତର ସବୁଠାରୁ ପୁରୁଣା ମଠ ମଧ୍ୟରୁ ଗୋଟିଏ । ଏହାର ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ ସାମାଜିକ ଅବଦାନ ପାଇଁ ବେଶ ଜଣାଶୁଣା ଏହି ମଠ । ସାରସ୍ୱତ ସମ୍ପ୍ରଦାୟରେ ଏକ ବିଶେଷ ସ୍ଥାନ ଅଧିକାର କରିଛି ମଠ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ଗୋଆର ରାଜ୍ୟପାଳ ଅଶୋକ ଗଜପତି ରାଜୁ ଏବଂ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଉତ୍ସବରେ ଉପସ୍ଥିତ ଥିଲେ।
#WATCH | Goa | Prime Minister Narendra Modi offered prayers at Shree Samsthan Gokarn Partagali Jeevottam Math. The Prime Minister is visiting the math on the occasion of ‘Sardha Panchashatamanotsava’, the 550th-year celebration of the Math
The Prime Minister also unveiled a… pic.twitter.com/c3MQnfVZJV
— ANI (@ANI) November 28, 2025
ମନ୍ତ୍ରୀ ଦିଗମ୍ବର କାମତ କହିଛନ୍ତି ଯେ, ଭଗବାନ ରାମଙ୍କ ପ୍ରତିମା ଗୁଜରାଟରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ଡିଜାଇନ୍ କରିଥିବା ମୂର୍ତ୍ତିକାର ରାମ ସୂତାରଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଏହା ଭଗବାନ ରାମଙ୍କ ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମା ବୋଲି ସେ ସୂଚନା ଦେଇଛନ୍ତି । ଏକ ରାମାୟଣ ଥିମ୍ ପାର୍କ ଏବଂ ଏକ ଗୋଆରେ ରାମ ସଂଗ୍ରହାଳୟ ମଧ୍ୟ ନିର୍ମାଣ କରାଯାଉଛି।