ଆପଣଙ୍କ ୬୦ ବର୍ଷ ବୟସ ପରେ ପେନସନ (Pension) ପାଇବା ଆରମ୍ଭ କରିବେ । ୬୦ ବର୍ଷ ପରେ, ଆପଣ ପ୍ରତି ମାସରେ ୩ହଜାର ଟଙ୍କା ଅର୍ଥାତ୍ ବାର୍ଷିକ ୩୬ ହଜାର ଟଙ୍କା ପେନସନ ପାଇବେ ।
Trending Photos
ନୂଆଦିଲ୍ଲୀ: PM Shram Yogi Man Dhan Yojana ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ଏକ ଉତ୍ତମ ଯୋଜନା। ଏହା ଅଧୀନରେ, ରାସ୍ତାଘାଟରେ କାମ କରୁଥିବା , ରିକ୍ସା ଚାଳକ, ନିର୍ମାଣ ଶ୍ରମିକ ଏବଂ ଅସଂଗଠିତ କ୍ଷେତ୍ର ସହିତ ଜଡିତ ଲୋକଙ୍କୁ ସେମାନଙ୍କର ବୃଦ୍ଧାବସ୍ଥାକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରାଯିବ । ଏହି ଯୋଜନା ଅନ୍ତର୍ଗତ ଶ୍ରମିକମାନଙ୍କୁ ସରକାର ପେନସନ ଗ୍ୟାରେଣ୍ଟି ଦେଇଛନ୍ତି। ଏହି ଯୋଜନାରେ ଦିନକୁ ମାତ୍ର ୨ ଟଙ୍କା ସଞ୍ଚୟ କରି ଆପଣ ବାର୍ଷିକ ୩୬ ହଜାର ଟଙ୍କା ପେନସନ ପାଇପାରିବେ ।
ଏହି ଯୋଜନା ଆରମ୍ଭ କରିବା ସମୟରେ ଆପଣଙ୍କୁ ପ୍ରତି ମାସରେ ୫୫ ଟଙ୍କା ଜମା କରିବାକୁ ପଡିବ । ଅର୍ଥାତ୍ ୧୮ ବର୍ଷ ବୟସରେ ଦିନକୁ ପ୍ରାୟ ୨ ଟଙ୍କା ସଞ୍ଚୟ କରି ଆପଣ ବାର୍ଷିକ ୩୬ ହଜାର ଟଙ୍କା ପେନସନ ପାଇପାରିବେ । ଯଦି ଜଣେ ବ୍ୟକ୍ତି ୪୦ ବର୍ଷ ବୟସରୁ ଏହି ଯୋଜନା ଆରମ୍ଭ କରନ୍ତି, ତେବେ ତାଙ୍କୁ ପ୍ରତି ମାସରେ ୨୦୦ ଟଙ୍କା ଜମା କରିବାକୁ ପଡିବ । ଆପଣଙ୍କ ୬୦ ବର୍ଷ ବୟସ ପରେ ପେନସନ (Pension) ପାଇବା ଆରମ୍ଭ କରିବେ । ୬୦ ବର୍ଷ ପରେ, ଆପଣ ପ୍ରତି ମାସରେ ୩ହଜାର ଟଙ୍କା ଅର୍ଥାତ୍ ବାର୍ଷିକ ୩୬ ହଜାର ଟଙ୍କା ପେନସନ ପାଇବେ ।
Also Read: ଜାନୁଆରୀ ୩ରୁ ପାଠପଢା; ଏବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ପାଳି
ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ଆପଣଙ୍କ ପାଖରେ ଏକ ସେଭିଂ ବ୍ୟାଙ୍କ ଆକାଉଣ୍ଟ ଏବଂ ଆଧାର କାର୍ଡ ଥିବା ଆବଶ୍ୟକ । ଉକ୍ତ ବ୍ୟକ୍ତିଙ୍କ ବୟସ ୧୮ ବର୍ଷରୁ କମ୍ ଏବଂ ୪୦ ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ ।
ଏଥିପାଇଁ ଆପଣଙ୍କୁ ସାଧାରଣ ସେବା କେନ୍ଦ୍ର (CSC) ରେ ଏହି ଯୋଜନା ପାଇଁ ପଞ୍ଜିକରଣ କରିବାକୁ ପଡିବ। ଶ୍ରମିକମାନେ CSC କେନ୍ଦ୍ରରେ ପୋର୍ଟାଲରେ ନିଜକୁ ପଞ୍ଜୀକୃତ କରିପାରିବେ । ଏହି ଯୋଜନା ପାଇଁ ସରକାର ଏକ ୱେବ୍ ପୋର୍ଟାଲ୍ ମଧ୍ୟ ସୃଷ୍ଟି କରିଛନ୍ତି। ଏହି କେନ୍ଦ୍ରଗୁଡ଼ିକ ମାଧ୍ୟମରେ ଅନଲାଇନ (Online) ରେ ଥିବା ସମସ୍ତ ତଥ୍ୟ ଭାରତ ସରକାରଙ୍କ ନିକଟକୁ ଯିବ ।
Also Read: କର୍ମଚାରୀଙ୍କ ପାଇଁ ପୁଣି ଏକ ଖୁସି ଖବର! ଶୀଘ୍ର ବୃଦ୍ଧି ପାଇବ ଦରମା, ଏହା ହେଉଛି ସରକାରଙ୍କ ନୂଆ ପ୍ଲାନ୍
ପଞ୍ଜୀକରଣ ପାଇଁ, ଆପଣଙ୍କ ଆଧାର କାର୍ଡ, ସଞ୍ଚୟ କିମ୍ବା ଜନ ଧନ ବ୍ୟାଙ୍କ ଆକାଉଣ୍ଟ ପାସବୁକ୍, ମୋବାଇଲ୍ ନମ୍ବର ଜରୁରୀ । ଏହା ବ୍ୟତୀତ ସମ୍ମତି ପତ୍ର ପ୍ରଦାନ କରିବାକୁ ପଡିବ ଯାହା ବ୍ୟାଙ୍କ ଶାଖାରେ ମଧ୍ୟ ଦେବାକୁ ପଡିବ ଯେଉଁଠାରେ ଶ୍ରମିକଙ୍କର ବ୍ୟାଙ୍କ ଆକାଉଣ୍ଟ ରହିବ, ଯାହାଫଳରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପେନ୍ସନ୍ ପାଇଁ ଟଙ୍କା କଟାଯାଇପାରିବ ।
Also Read: ଆହୁରି ଖସିଲା ସୁନା ଦର, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍
PM Shram Yogi Man Dhan Yojana ଅଧୀନରେ ଯେକୌଣସି ଅସଂଗଠିତ କ୍ଷେତ୍ରର କର୍ମଚାରୀ, ଯାହାଙ୍କ ବୟସ ୪୦ ବର୍ଷରୁ କମ୍ ଏବଂ କୌଣସି ସରକାରୀ ଯୋଜନାର ଲାଭ ଉଠାଉନଥିବେ ସେମାନେ ହିଁ ଏହାର ଲାଭ ଉଠାଇ ପାରିବେ । ତେବେ ସବୁଠାରୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ କଥା ଯେ, ଏହି ଯୋଜନା ପାଇଁ ଆବେଦନ କରୁଥିବା ବ୍ୟକ୍ତିଙ୍କ ମାସିକ ଆୟ ୧୫ ହଜାର ଟଙ୍କାରୁ କମ୍ ହେବା ଉଚିତ୍ ।