ଭାରତ ଠାରୁ ଅଲଗା ହେବା ପରଠୁ ପାକିସ୍ତାନରେ କୌଣସି ସରକାର ୫ ବର୍ଷ କାର୍ଯ୍ୟକାଳ ପୁରା କରିପାରିନାହିଁ। ଦୀର୍ଘ ସାତ ଦଶନ୍ଧି ମଧ୍ୟରେ ଅଧାରୁ ଅଧିକ ସମୟ ସେଠାରେ ସେନା ଦ୍ୱାରା ଶାସନ କରାଯାଇଛି। କେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ତ କେତେବେଳେ ସେ ଗାଦିଚ୍ୟୁତ ହୋଇଛନ୍ତି।
Trending Photos
ଇସଲାମାବାଦ: ପାକିସ୍ତାନରେ ଖୁବଶୀଘ୍ର ନୂଆ ସରକାର ଆସିବ। ଶୁକ୍ରବାର ମଧ୍ୟ ରାତ୍ରିରେ ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବିଦା କରାଯାଇଛି। ଅନାସ୍ଥା ପ୍ରସ୍ତାବ ଆସିବା ପରଠାରୁ ପାକିସ୍ତାନର ଆଗାମୀ ପ୍ରଧାନମନ୍ତ୍ରୀଙ୍କ ନାମକୁ ନେଇ ଚର୍ଚ୍ଚା ଚାଲୁଛି। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ସୋମବାର ନିର୍ବାଚନ ହେବ ବୋଲି ଅସ୍ଥାୟୀ ବାଚସ୍ପତି ଘୋଷଣା କରିଛନ୍ତି।
ଭାରତ ଠାରୁ ଅଲଗା ହେବା ପରଠୁ ପାକିସ୍ତାନରେ କୌଣସି ସରକାର ୫ ବର୍ଷ କାର୍ଯ୍ୟକାଳ ପୁରା କରିପାରିନାହିଁ। ଦୀର୍ଘ ସାତ ଦଶନ୍ଧି ମଧ୍ୟରେ ଅଧାରୁ ଅଧିକ ସମୟ ସେଠାରେ ସେନା ଦ୍ୱାରା ଶାସନ କରାଯାଇଛି। କେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ତ କେତେବେଳେ ସେ ଗାଦିଚ୍ୟୁତ ହୋଇଛନ୍ତି। କିନ୍ତୁ ପ୍ରଥମ ଥର ଅନାସ୍ଥା ପ୍ରସ୍ତାବ ମାଧ୍ୟମରେ ସରକାର ବରଖାସ୍ଥ ହୋଇଛି। ଆଉ ଇମ୍ରାନ ଖାନ ଏହି ଇତିହାସ ରଚିଛନ୍ତି। ଇମ୍ରାନ ଖାନଙ୍କୁ ବିଦା କରିବା ପରେ ପାକିସ୍ତାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଜଣକର ନାମକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି।
Also Read: ଇମ୍ରାନ ଖାନଙ୍କୁ ବୁଡ଼ାଇ ଦେଲା ତାଙ୍କର ଏହି ୫ଟି ଭୁଲ
ପାକିସ୍ତାନର ବିରୋଧି ଦଳ ଓ ତାଙ୍କ ସମର୍ଥକମାନେ ପୂର୍ବରୁ ହିଁ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (PML)ର ଅଧ୍ୟକ୍ଷ ଶହୱାଜ ସରିଫଙ୍କ ନାମ ଘୋଷଣା କରିଛନ୍ତି। ତେଣୁ ସୋମବାର ସେ ହିଁ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇପାରନ୍ତି। ଶନିବାର ଭୋଟି ବେଳେ ଶହୱାଜ କହିଥିଲେ ଯେ, ତାଙ୍କ ଦଳ ପାକିସ୍ତାନରେ ସରକାର ଗଠିବ, କିନ୍ତୁ ପ୍ରତିଶୋଧର ରାଜନୀତି କରିବ ନାହିଁ। ବିନା କାରଣରେ ସେମାନେ କାହାକୁ ଜେଲ ପଠାଇବେ ନାହିଁ।
ଶନିବାର ଫ୍ଲୋର ଟେଷ୍ଟ ବେଳେ ପିପିପି ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ଜର୍ଦାରୀ କହିଥିଲେ, 'ପୁରୁଣା ପାକିସ୍ତାନ'କୁ ସ୍ୱାଗତ। ମୁଁ ପାକିସ୍ତାନର ପ୍ରତ୍ୟେକ ଲୋକଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି। କିଛି ଅସମ୍ଭବ ନୁହେଁ, ତେଣୁ ମୁଁ ପାକିସ୍ତାନୀ ଯୁବକମାନଙ୍କୁ ସେମାନଙ୍କ ସ୍ୱପ୍ନ ନ ଭାଙ୍ଗିବାର ବାର୍ତ୍ତା ଦେବାକୁ ଚାହୁଁଛି।' ପାକିସ୍ତାନରେ ଶାସନ କରିବାକୁ ହେଲେ ୧୭୨ ସାଂସଦଙ୍କ ସମର୍ଥନ ଆବଶ୍ୟକ। କିନ୍ତୁ ଇମ୍ରାନଙ୍କ ବିରୁଦ୍ଧରେ ୧୭୪ଟି ଭୋଟ ପଡିଛି। ଏହି ଭୋଟିଂ ସମୟରେ ଖୋଦ ଇମ୍ରାନ ଓ ତାଙ୍କ ଦଳ ପିଟିଆଇର ସାଂସଦମାନେ ଗୃହରେ ଅନୁପସ୍ଥିତ ଥିଲେ।
Also Read: ପାକିସ୍ତାନରେ ଇମ୍ରାନ ଯୁଗ ଶେଷ; ବିଳମ୍ବିତ ରାତିରେ ହାରିଲେ ଅନାସ୍ଥା ଭୋଟ, ସୃଷ୍ଟି ହେଲା ନୂଆ ଇତିହ
ସୂଚନାଯୋଗ୍ୟ, କ୍ରିକେଟରରୁ ରାଜନେତା ପାଲଟିଥିବା ଇମ୍ରାନ ଖାନ ୨୦୧୮ରେ ନୂଆ ପାକିସ୍ତାନ ତିଆରି କରିବାର ସଙ୍କଳ୍ପ ନେଇ କ୍ଷମତାକୁ ଆସିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଦେଶର ଅର୍ଥନୀତି ସମ୍ଭାଳିବାରେ ସେ ବିଫଳ ହେଲେ। ଦେଶରେ ଅନେକ ମୌଳିକ ସମସ୍ୟାମାନ ଦେଖାଦେଲା। ଆଉ ଏବେ ତାଙ୍କ କାର୍ଯ୍ୟକାଳ ପୁରିବାର ପ୍ରାୟ ଦେଢବର୍ଷ ପୂର୍ବରୁ ଗାଦିଚ୍ୟୁତ କରାଯାଇଛି। ଅଗଷ୍ଟ ୨୦୨୩ରେ ଇମ୍ରାନ ସରକାରକୁ ପାଞ୍ଚ ବର୍ଷ ପୁରିଥାନ୍ତା। ଅନ୍ୟପଟେ ତାଙ୍କ ବିରୁଦ୍ଧରେ ବିଦେଶୀ ଷଡଯନ୍ତ୍ର ହୋଇଥିବା ଇମ୍ରାନ ଖାନ ଅଭିଯୋଗ କରିଛନ୍ତି।