ବିଷାକ୍ତ ମଦ ପିଇ ୧୪ ଜଣଙ୍କ ମୃତ୍ୟୁ, ଥାନା ଅଧିକାରୀ ସମେତ ୪ ପୋଲିସ କର୍ମୀ ନିଲମ୍ବିତ
Advertisement

ବିଷାକ୍ତ ମଦ ପିଇ ୧୪ ଜଣଙ୍କ ମୃତ୍ୟୁ, ଥାନା ଅଧିକାରୀ ସମେତ ୪ ପୋଲିସ କର୍ମୀ ନିଲମ୍ବିତ

ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ଗ୍ରହଣ କରି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ (shivraj singh chouhan ) ଗୁରୁବାର ଏସଆଇଟି (SIT) ଦ୍ୱାରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରତୀକାତ୍ମକ ଫଟୋ

ଉଜ୍ଜୈନ: ମଧ୍ୟପ୍ରଦେଶ (Madhya Pradesh) ର ଉଜ୍ଜୈନ (Ujjain) ରୁ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ବିଷାକ୍ତ ମଦ (Poisonous Liquor) ପିଇବା ଯୋଗୁଁ ୧୪ ଜଣଙ୍କର ମୃତ୍ୟୁ ଘଟିଛି । ଏଥି ସହ ଉଜ୍ଜୈନର ଏସପି ପୃଷ୍ଟି କରିଛନ୍ତି ଯେ, ସମସ୍ତ ମୃତଦେହରେ ବିଷାକ୍ତ ଅଦା ମିଳିଛି । ଏହି ଘଟଣା ପରେ ସହରର ଖାରା କୁଆଁ ଥାନା ପ୍ରଭାରୀ ସମେତ ୪ ଜଣ ପୋଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି । କେବଳ ଏତିକି ନୁହେଁ, ବେଆଇନ ମଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମଗ୍ର ଜିଲ୍ଲାରେ ଏପର୍ଯ୍ୟନ୍ତ  ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ଗ୍ରହଣ କରି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁବାର ଏସଆଇଟି ଦ୍ୱାରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, କେବଳ ଉଜ୍ଜୈନ ନୁହେଁ ସମଗ୍ର ରାଜ୍ୟରେ ଏପରି ମାମଲା ଉପରେ ନଜର ରଖାଯିବା । ଯେଉଁଠାରେ ଏପରି ମିଶ୍ରଣ ଏବଂ ବିଷାକ୍ତ ପଦାର୍ଥ ବିକ୍ରୟ କରିବାର ସମ୍ଭାବନା ଅଛି, ସେଠାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । 

ଅଧିକ ପଢ଼ନ୍ତୁ:-ଖୁସି ଖବର: ଦୁନିଆକୁ ମିଳିଲା ଆଉ ଏକ କୋରୋନା ଭ୍ୟାକ୍ସିନ !

ଅନ୍ୟପଟେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ସଭାପତି କମଲ ନାଥ ଏହି ଘଟଣା ସମ୍ପର୍କରେ ରାଜ୍ୟ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି । କମଲ ନାଥ କହିଛନ୍ତି ଯେ, ରାଜ୍ୟର ଅନେକ ଜିଲ୍ଲାରୁ ମଦ ମାଫିଆ ଏବଂ ବେଆଇନ ମଦ ବ୍ୟବସାୟ ନେଇ ଲଗାତାର ଅଭିଯୋଗ ମିଳୁଛି । ଆମ ସରକାର ଯିବା ମାତ୍ରେ ଏହି ମାଫିଆମାନେ ନିର୍ଭୟରେ ସକ୍ରିୟ ହୋଇଯାଇଛନ୍ତି । ଆମ ସରକାର ସେମାନଙ୍କୁ ଦମନ କରିଥିଲା ଏବଂ ବିଜେପି ସରକାର ସେମାନଙ୍କୁ ସୁରକ୍ଷା ଦେଉଛି ।