• ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୩ ହଜାର ୧୪୪ ନୂଆ କୋରୋନା ପଜିଟିଭ, ୪ ହଜାର ମୃତ
  • ରାଜ୍ୟରେ ଆଜି ୨୨ ଜଣଙ୍କ ମୁଣ୍ଡ ନେଲା କିଲର ଭାଇରସ କୋରୋନା
  • ରାଜ୍ୟରେ ଆଜି ପୁଣି ୧୨ ହଜାର ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା
  • ବିଷମକଟକ : ପିଆଜ ବୋଝେଇ ମିନିଟ୍ରକରୁ ୩୭୫ କେଜି ଗଞ୍ଜେଇ ଜବତ
  • କାଳିଆ ଯୋଜନାରେ ଆଜି ଅପରାହ୍‌ଣ ୫ଟାରେ ଚାଷୀଙ୍କୁ ପ୍ରାୟ ୯୦୦ କୋଟି ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ
  • ଆଜି ଦେଶର ବିଭିନ୍ନ ରାଜ୍ୟରେ ପାଳନ ହେଉଛି ପବିତ୍ର ଇଦ୍‌ ପର୍ବ
  • କଟକଣା ପାଇଁ ସାଧାରଣ ଶ୍ରଦ୍ଧାଳୁଙ୍କୁ ମସ୍‌ଜିଦକୁ ପ୍ରବେଶ ବାରଣ
  • କରୋନା ଟିକା ନେଇ ସାରିଥିବା ଲୋକଙ୍କ ପାଇଁ ମାସ୍କ କି ସାମାଜିକ ଦୂରତା ଜରୁରୀ ନୁହେଁ : ଆମେରିକା
  • କରୋନା ମୁକାବିଲା: ୧୭ ତାରିଖ ସନ୍ଧ୍ୟା ୫.୩୦ରେ ସର୍ବଦଳୀୟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ
  • କୋରୋନା ସମ୍ମୁଖ ଯୋଦ୍ଧା ତାଲିକାରେ ବନବିଭାଗ, ବ୍ୟାଙ୍କ, ବୀମା, ରେଳବାଇ, ଅକ୍ସିଜେନ ପ୍ଲାଂଟ କର୍ମଚାରୀ ଓ ପଶୁ ଡାକ୍ତର ସାମିଲ

ରାସ୍ତାରୋକ ଓ ବନ୍ଦ ଡ଼ାକରା ଦେଲେ ଆକ୍ଟିଭ୍ ହେଉଛନ୍ତି ପୋଲିସ !

କଂଗ୍ରେସ କର୍ମୀଙ୍କୁ ଅତର୍କିତ ଆକ୍ରମଣ । ୨୪ ଘଣ୍ଟା ଭିତରେ ଏମିତି କିଛି ଚିତ୍ର ଏବେ ସାମ୍ନାକୁ ଆସିଛି । ଗୋଟେ ହେଉଛି ତ୍ରିପୁରାରୁ ଏବଂ ଅନ୍ୟ ଚିତ୍ରଟି ହେଉଛି ଓଡ଼ିଶାରୁ।

ରାସ୍ତାରୋକ ଓ ବନ୍ଦ ଡ଼ାକରା ଦେଲେ ଆକ୍ଟିଭ୍ ହେଉଛନ୍ତି ପୋଲିସ !

ନୂଆଦିଲ୍ଲୀ: ଅନେକ ସମୟରେ ଏମିତି ଘଟଣା ଆମ ସାମ୍ନାରେ ଘଟେ ଯାହା ଫଳରେ ବନ୍ଦଡ଼ାକରା ନହେଲେ ରାସ୍ତାରୋକ କରିବାକୁ ବାଧ୍ୟ କରିଥାଏ । ଯେମିତିକି ଦୁର୍ଘଟଣା ହେଉ କି ଦୁଷ୍କର୍ମ ଖବର ନହେଲେ କୌଣସି ରାଜନୈତିକ ଆଜେଣ୍ଡାକୁ ନେଇ ଅନେକ ସମୟରେ ଏମିତି ଚିତ୍ର ସାମ୍ନାକୁ ଆସେ । ହେଲେ ଆପଣଙ୍କ ମନରେ ବି ଏ ପ୍ରଶ୍ନ ନିଶ୍ଚିତ ଉଠୁଥିବକି ରାସ୍ତାରୋକ ହେଉ ବା ବନ୍ଦଡ଼ାକରା ଯୋଗୁଁ ପୋଲିସ କର୍ମୀ କଣ ନିଜର ଦାୟିତ୍ୱକୁ ମନେପକାଉଛନ୍ତି କି? 

ଏକଥା ଆମେ ଏଥିପାଇଁ କହୁଛୁ କାହିଁକି ନା ୨୪ ଘଣ୍ଟା ଭିତରେ ଏମିତି କିଛି ଚିତ୍ର ଏବେ ସାମ୍ନାକୁ ଆସିଛି । ଗୋଟେ ହେଉଛି ତ୍ରିପୁରା (Tripura) ରୁ ଏବଂ ଅନ୍ୟ ଚିତ୍ରଟି ହେଉଛି ଓଡ଼ିଶା (Odisha) ରୁ। ଆମ ରାଜ୍ୟରେ ଗତକାଲି ରାତିରେ କେନ୍ଦୁଝର (Keonjhar) ରେ ପିସିସି ସଭାପତି (Pcc President) ନିରଞ୍ଜନ ପଟ୍ଟନାୟକ (Niranjan Patanaik) ଙ୍କ ଗାଡ଼ି ଉପରକୁ ଅତର୍କିତ ଆକ୍ରମଣ (Attack) କରାଯାଇଥିଲା । ଆକ୍ରମଣ ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତାଙ୍କ ସୁରକ୍ଷା କର୍ମୀ (BodyGuard) ଓ ଡ୍ରାଇଭର (Driver) ଙ୍କୁ ମଧ୍ୟ ଦୁର୍ବୃତ୍ତ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । କଂଗ୍ରେସ କର୍ମୀ ଘଟଣାସ୍ଥଳରୁ ପିସିସି ସଭାପତିଙ୍କୁ ଉଦ୍ଧାର କରି ଟାଉନଥାନାରେ ମାମଲା ରୁଜୁ କରିଥିଲେ।  

କେନ୍ଦୁଝରକୁ ଫେରୁଥିବାବେଳେ ଟାଉନ ଥାନା କାଶୀପୁରଠାରେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା । ପ୍ରତିବାଦରେ କଂଗ୍ରେସ କର୍ମୀ (Congress Worker) ମାନେ ଟାୟାର ଜାଳି ରାସ୍ତା ଅବରୋଧ (Road Block) କରିଥିଲେ। ସେପଟେ ପିସିସି ସଭାପତିଙ୍କ ଉପରେ ଆକ୍ରମଣକୁ ନେଇ ଆଜି ସାରା ରାଜ୍ୟରେ ଜୋରଦାର ଆନ୍ଦୋଳନ କରିଛି କଂଗ୍ରେସ ।ଦଳ ପକ୍ଷରୁ ଡିସିପି (Dcp) ଅଫିସ ସମେତ ବିଭିନ୍ନ ଏସପି (Sp) ଅଫିସ ଘେରାଉ କରାଯାଇଛି । ଘଟଣାରେ ଟାଉନ ପୋଲିସ ଜଣକୁ ଥାନାରେ ଅଟକ ରଖିଛି। ସେପଟେ ବିଜେପି (BJP) ଉପରେ ଆରୋପ ଲଗାଇଛି କଂଗ୍ରେସ ।

ସେପଟେ ତ୍ରିପୁରା (Tripura) ରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ଜାନୁଆରୀ ୧୯ ରେ ୧୨ ଘଣ୍ଟିଆ ବନ୍ଦ ଡ଼ାକରା (Tripura Bandh) ଦେଇଛି କଂଗ୍ରେସ । ତ୍ରିପୁରା କଂଗ୍ରେସ ମୁଖ୍ୟ ପିଜୁସ କାନ୍ତି (  Pijush Kanti) ଙ୍କ ଗାଡ଼ି ଉପରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଯାହା ସେଠାକାର ସ୍ଥାନୀୟ ପୋଲିସଥାନା ବିଶାଲଗଡ଼ ଅଞ୍ଚଳରେ କରାଯାଇଥଲା । ସେପଟେ ଏହି ଆକ୍ରମଣକୁ ନେଇ ରାଜନୀତି ବି ଆରମ୍ଭ ହୋଇଗଲାଣି । କଂଗ୍ରେସର କହିବା କଥା ଏହି ଆକ୍ରମଣ ବିଜେପିର ପ୍ରରୋଚନାରେ କରାଯାଇଛି । ତେବେ ଏହି ବନ୍ଦ ଡାକରା ଦେବା ସହ ଏହା ଏକ ହତ୍ୟା ଷଡ଼ଯନ୍ତ୍ର ବୋଲି କହିଛି କଂଗ୍ରେସ । 

ତେବେ ଏହି ଦୁଇଟି ଘଟଣା ଏବେ ଚର୍ଚ୍ଚାରେ । ଏକାଥରକେ ଦୁଇଟି ରାଜ୍ୟର କଂଗ୍ରେସ ନେତାଙ୍କୁ ଆକ୍ରମଣ କରାଯାଇଛି । ଯାହାଫଳରେ କଂଗ୍ରେସ କର୍ମକର୍ତ୍ତା ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ହେଲେ ଏହି କାରଣରୁ ଏବେ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । କାରଣ ରାସ୍ତାରୋକ ସହ ବନ୍ଦ ଡ଼ାକରା ଦେବା ଆଗରୁ ଘଟଣା ଘଟିବା ମାତ୍ରେ ପୋଲିସ କାହିଁକି ଆକ୍ରମଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ? କାରଣ ରାସ୍ତାରୋକ ଓ ବନ୍ଦଡ଼ାକରା ଯୋଗୁଁ ଜନସାଧାରଣ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ ।