ଅନ୍ୟପକ୍ଷେ ଦେବେନ୍ଦ୍ର ଚନ୍ଦ୍ରବଂଶୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପୋଲିସକର୍ମୀ ବନ୍ଧୁକରୁ ସଲାମୀ ଜଣାଇଥିଲା । ଏହାର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ପୋଲିସ କର୍ମଚାରୀମାନେ ଆକାଶରେ ଫାଇରିଂ କରୁଛନ୍ତି । ଇନ୍ଦୌରରେ କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି ।
Trending Photos
)
ଇନ୍ଦୌର: ଦେଶରେ କୋରୋନା ଭାଇରସ ସଂକ୍ରମଣରୁ ସବୁଠାରୁ ଅଧିକ ପ୍ରଭାବିତ ସହରର ହେଉଛି ଇନ୍ଦୌର । ଏଠାରେ ଜଣେ ୪୧ ବର୍ଷୀ ପୋଲିସ୍ ଇନ୍ସପେକ୍ଟର ଶନିବାର ମହାମାରୀ କୋରୋନା ଯୋଗୁଁ ମୃତ୍ୟୁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅଧିକାରୀଙ୍କ କହିବାନୁସାରେ, ରାଜ୍ୟରେ କୋରୋନା ଭାଇରସରୁ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁର ଏହା ପ୍ରଥମ ମାମଲା । ଇନ୍ଦୌରର ଜୁନି ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ଦେବେନ୍ଦ୍ର ଚନ୍ଦ୍ରବଂଶୀ କୋଭିଡ-19(COVID-19) ପଜିଟିଭ୍ ଥିଲେ, କିନ୍ତୁ ଡାକ୍ତରଙ୍କ ଅନୁଯାୟୀ ସେ Pulmonary embolismରେ ମୃତ୍ୟୁ ବରଣ କରିଛନ୍ତି ।
ଅନ୍ୟପକ୍ଷେ ଦେବେନ୍ଦ୍ର ଚନ୍ଦ୍ରବଂଶୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପୋଲିସକର୍ମୀ ବନ୍ଧୁକରୁ ସଲାମୀ ଜଣାଇଥିଲା । ଏହାର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ପୋଲିସ କର୍ମଚାରୀମାନେ ଆକାଶରେ ଫାଇରିଂ କରୁଛନ୍ତି । ଇନ୍ଦୌରରେ କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି ।
इंदौर में जूनी थाने के इंचार्ज देवेन्द्र चंद्रवंशी का निधन #COVID पॉजिटिव थे, लेकिन डॉक्टरों के मुताबिक मौत #Pulmonary embolism से @ndtvindia @ndtv #coronaupdatesindia #GlobalCitizen #OneWorldTogetherAtHome #CoronavirusOutbreakindia pic.twitter.com/suOXiEWLVV
— Anurag Dwary (@Anurag_Dwary) April 19, 2020
ପୋଲିସ ଅଧୀକ୍ଷକ ମହେଶଚନ୍ଦ୍ର ଜୈନ ରବିବାର କହିଛନ୍ତି ଯେ, କୋଭିଡ -19 ସଂକ୍ରମିତ ହେବା ପୂର୍ବରୁ ସହରର ଜୁନି ଇନ୍ଦୌର ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ୪୧ ବର୍ଷୀୟ ଇନ୍ସପେକ୍ଟର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ବିଗତ ୨୦ ଦିନ ଧରି ହସ୍ପିଟାଲରେ ଭର୍ତ୍ତି ଥିଲେ । ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ପୋଲିସ ଇନ୍ସପେକ୍ଟରଙ୍କ ଜୀବନ ରକ୍ଷା ହୋଇପାରି ନାହିଁ । ତାଙ୍କ ପତ୍ନୀ ଏବଂ ଦୁଇ ଝିଅ ଅଛନ୍ତି । COVID-19ରୁ ଇନ୍ସପେକ୍ଟରଙ୍କ ମୃତ୍ୟୁ ପରେ ପୋଲିସ କାର୍ଯ୍ୟାଳୟରେ ଶୋକର ଲହରୀ ଖେଳିଯାଇଛି । ଅନେକ ଲୋକ ତାଙ୍କୁ COVID-19 'ଯୋଦ୍ଧା' ବୋଲି କହି ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।
ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କୋଭିଡ -19 ସହିତ ଯୁଦ୍ଧରେ ନିଜ ଜୀବନ ହରାଇଥିବା ଇନ୍ସପେକ୍ଟ ଦେବେନ୍ଦ୍ର କୁମାରଙ୍କ ପରିବାରକୁ ଅସାଧାରଣ ପେନସନ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ତାଙ୍କ ପତ୍ନୀଙ୍କୁ ୫୦ ଲକ୍ଷ ଟଙ୍କା ସହାୟତା ଏବଂ ପୋଲିସ ବିଭାଗରେ ଚାକିରି ମଧ୍ୟ ଦିଆଯିବ । ଆଦର୍ଶ ସେବା ପାଇଁ ଦେବେନ୍ଦ୍ରଙ୍କୁ ମଧ୍ୟ ସ୍ୱତନ୍ତ୍ର ସେବା ପଦକ ପ୍ରଦାନ କରାଯିବ ।