Advertisement
Article Detail0/zeeodisha/odisha765527
Zee OdishaOdisha National-Internationalରୋନାଲ୍ଡୋ କୋରୋନା ପଜିଟିଭ୍ ପରେ ଖୁସ୍ ସ୍ୱିଡେନ!

ରୋନାଲ୍ଡୋ କୋରୋନା ପଜିଟିଭ୍ ପରେ ଖୁସ୍ ସ୍ୱିଡେନ!

ପର୍ତ୍ତୁଗାଲ ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେଣୁ ଆସନ୍ତାକାଲି ଖେଳାଯିବାକୁ ଥିବା ସ୍ୱିଡେନ ବିପକ୍ଷ ମ୍ୟାରେ ସେ ଖେଳିବେ ନାହିଁ।

 

ରୋନାଲ୍ଡୋ କୋରୋନା ପଜିଟିଭ୍ ପରେ ଖୁସ୍ ସ୍ୱିଡେନ!

ନୂଆଦିଲ୍ଲୀ: ମହାମାରୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ୩୫ ବର୍ଷୀୟ ଜୁଭେନଟସ ଫରୱାର୍ଡ କ୍ରିଷ୍ଟିଆନୋ ରୋନାଲ୍ଡୋ। ଲକ୍ଷଣ ନଥାଇ ସେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ଜାତୀୟ ଟିମରୁ ତାଙ୍କୁ ବାଦ ଦିଆଯାଇଥିବା ପର୍ତ୍ତୁଗାଲ ଫୁଟବଲ ମହାସଙ୍ଘ କହିଛି।

ବର୍ତ୍ତମାନ ୟୁରୋପରେ ନେସନ୍ସ ଲିଗ୍ ଚାଲିଛି। ଏହାରି ଭିତରେ ପର୍ତ୍ତୁଗାଲ କ୍ୟାପଟେନ କ୍ରିଷ୍ଟିଆନୋ ରୋନାଲ୍ଡୋ କରୋନା ପଜିଟିଭ୍ ବାହାରିଛନ୍ତି। ପ୍ରାନ୍ସ ବିପକ୍ଷ ମ୍ୟାଚ ଖେଳିବାର ୨ ଦିନପରେ ସେ ମହାମାରୀରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେପଟେ ତାଙ୍କ ସହ କୋଭିଡ୍ ଟେଷ୍ଟ କରାଯାଇଥିବା ଟିମର ଅନ୍ୟ ସଦସ୍ୟମାନେ ନେଗେଟିଭ ଥିବା ସୂଚନା ମିଳିଛି।

ବିନା ଲକ୍ଷଣରେ ରୋନାଲ୍ଡଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ବର୍ତ୍ତମାନ ସେ ସୁସ୍ଥ ଏବଂ ଆଇସୋଲେସନରେ ଅଛନ୍ତି। ପଜିଟିଭ୍ ଚିହ୍ନଟ ହୋଇଥିବାରୁ ତାଙ୍କୁ ପର୍ତ୍ତୁଗାଲ ଟିମରୁ ବାଦ ଦିଆଯାଇଛି। ତେଣୁ ରୋଲାଲ୍ଡୋ ଆସନ୍ତାକାଲି ସ୍ୱିଡେନ ବିପକ୍ଷରେ ହେବାକୁ ଥିବା ମୁକାବିଲାରେ ନଜର ଆସିବେ ନାହିଁ।

Add Zee News as a Preferred Source

ସେପଟେ ରୋନାଲ୍ଡୋ କରୋନା ଆକ୍ରାନ୍ତ ହେବା ସ୍ୱଡେନ ପାଇଁ ଖୁସି ଖବର। ଲିଗରେ ହ୍ୟାଟ୍ରିକ ପରାଜୟ ପରେ ଟିମର ବିଜୟ ଆଶା ଉଦଜୀବତ ହୋଇଛି। ରୋଲାଲ୍ଡୋଙ୍କ ଅନୁପସ୍ଥିତି ସ୍ୱିଡେନରୁ ଚାପମୁକ୍ତ କରିବ। ଫଳରେ ଦଳ ଡିଫେଡିଙ୍ଗ୍ ପୋଜିସନରେ ନ ଆସି ଆଟାକିଙ୍ଗ ମୁଡରେ ଖେଳିବ।

ପର୍ତ୍ତୁଗାଲ ବର୍ତ୍ତମାନ ସୁଦ୍ଧା ଲିଗରେ ୩ ମ୍ୟାଚ ଖେଳିଛି। ସେଥିମଧ୍ୟରୁ ୨ଟି ମ୍ୟାଟରେ ବିଜୟ ହୋଇଥିବା ବେଳେ ଗୋଟିଏ ଡ୍ର ରହିଛି। ତଥାପି ପର୍ତ୍ତୁଗାଲ ଲିଗ ଏ'ର ଗ୍ରୁପ ୩ରେ ନିଜର ଶୀର୍ଷସ୍ଥାନ ବଜାୟ ରଖିଛି। ତେବେ ଆଗାମୀ ମ୍ୟାଚରେ ରୋନାଲ୍ଡୋଙ୍କ ଅନୁପସ୍ଥିତି ଦଳ ପାଇଁ କିଛି ପ୍ରଭାବ ପକାଇବ ବୋଲି ଅନମାନ କରାଯାଉଛି।

 

 

About the Author