ବଢିପାରେ ବିଦ୍ୟୁତ ସମସ୍ୟା; କୋଇଲା ସଂକଟ ସହ ସଂଘର୍ଷ କରୁଛି ଦେଶର ୧୧୬ Power Plant
Advertisement
Article Detail0/zeeodisha/odisha1007259

ବଢିପାରେ ବିଦ୍ୟୁତ ସମସ୍ୟା; କୋଇଲା ସଂକଟ ସହ ସଂଘର୍ଷ କରୁଛି ଦେଶର ୧୧୬ Power Plant

ଉତ୍ତର ଭାରତରେ ରହିଥିବା ସମସ୍ତ ୩୩ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର କୋଇଲା ସଂକଟ ସହ ସଂଘର୍ଷ କରୁଛନ୍ତି।

 ବଢିପାରେ ବିଦ୍ୟୁତ ସମସ୍ୟା; କୋଇଲା ସଂକଟ ସହ ସଂଘର୍ଷ କରୁଛି ଦେଶର ୧୧୬ Power Plant

ନୂଆଦିଲ୍ଲୀ: କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ ପକ୍ଷରୁ ଦେଶରେ କୋଇଲା ଚାଳିତ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରର ସ୍ଥିତି କ'ଣ ରହିଛି ସେ ସମ୍ପର୍କିତ ରିପୋର୍ଟ ପ୍ରକାଶ କରିଛି। ଏନେଇ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦେଶର ୧୧୬ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର କୋଇଲା ଅଭାବ ସଂକଟ ସହ ସଂଘର୍ଷ କରୁଛି। ଏହା ମଧ୍ୟରୁ ୧୮ ପାୱାର୍ ପ୍ଲାଣ୍ଟ ନିକଟରେ ଗୋଟିଏ ଦିନର ଷ୍ଟକ୍ ରହିନାହିଁ ଯେତେବେଳେ ୨୬ କେନ୍ଦ୍ରରେ କେବଳ ଗୋଟିଏ ଦିନର କୋଇଲା ଷ୍ଟକ୍ ଉପଲବ୍ଧ ଅଛି।

କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ (Central Electricity Authority) ସିଇଏ (CEA) ରିପୋର୍ଟ ମୁତାବକ ଦେଶର ୧୭ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ୨, ୧୮ କେନ୍ଦ୍ରରେ ୩, ୧୯ କେନ୍ଦ୍ରରେ ୪ ଦିନର  କୋଇଲା ମହଜୁଦ ରହିଛି। ସେହିଭଳି ଦେଶର ୧୦ ପାୱାର ପ୍ଲାଣ୍ଟରେ ୫, ୭ ପାୱାର୍ ପ୍ଲାଣ୍ଟରେ ୬ ଦିନ ପାଇଁ କୋଇଲା ଉପଲବ୍ଧ ରହିଥିବାବେଳେ ଗୋଟିଏ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ କେବଳ ୭ ଦିନର କୋଇଲା ମହଜୁଦ ରହିଛି। ମୋଟ ଉପରେ କହିବାକୁ ଗଲେ ଦେଶରେ ଅବସ୍ଥିତ କୋଇଲା ଚାଳିତ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ (Coal Fired Power Station) ହାରାହାରି ଭାବେ ମାତ୍ର ୪ ଦିନ ପାଇଁ କୋଇଲା ଉପଲବ୍ଧ ରହିଛି।

Also Read: Power Crisis, Coal Crisis, Central Electricity Authority, Coal Fired Power Station, Power Plant in North India

\ଉତ୍ତର ଭାରତରେ (Power Plant in North India) ରହିଥିବା ସମସ୍ତ ୩୩ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର କୋଇଲା ସଂକଟ (Coal Crisis) ସହ ସଂଘର୍ଷ କରୁଛନ୍ତି। ୧୦ ପାୱାର ପ୍ଲାଣ୍ଟରେ ଗୋଟିଏ ଦିନର କୋଇଲା ମଧ୍ୟ ମହଜୁଦ ନାହିଁ। ୬ ପାୱାର ପ୍ଲାଣ୍ଟରେ କେବଳ ଗୋଟିଏ ଦିନର, ୪ଟିରେ କେବଳ ୨ ଦିନର, ୫ଟିରେ କେବଳ ୩ ଦିନର. ଦୁଇଟିରେ କେବଳ ୪ଦିନର, ୩ଟିରେ କେଳଳ ୫ ଦିନରେ କୋଇଲା ମହଜୁଦ ରହିଛି। ସେହିଭଳି କେବଳ ଗୋଟିଏ ଗୋଟିଏ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଯଥାକ୍ରମେ ୬, ୮, ୭  ଦିନର କୋଇଲା ଷ୍ଟକ୍ ଅଛି।