'ଦିନକୁ ୫ଥର ହନୁମାନ ଚାଳିସା ପାଠ କଲେ ଦୂରେଇ ଯିବ କୋରୋନା'
Advertisement
Article Detail0/zeeodisha/odisha717891

'ଦିନକୁ ୫ଥର ହନୁମାନ ଚାଳିସା ପାଠ କଲେ ଦୂରେଇ ଯିବ କୋରୋନା'

ଅଗଷ୍ଟ ୫ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୫ଥର ଲେଖାଏଁ ହନୁମାନ ଚାଳିସା ପାଠ କରିବାକୁ ସେ ଲୋକଙ୍କୁ ଅପିଲ କରିଛନ୍ତି । ତାଙ୍କ କହିବା କଥା, ଏପରି କଲେ କୋରୋନା ଭାଇରସ ଦୁନିଆରୁ ସମାପ୍ତ ହୋଇଯିବ ।

ଫାଇଲ ଫଟୋ
ଫାଇଲ ଫଟୋ

ଭୋପାଲ: ଦେଶରେ କୋରୋନା ମାମଲା ତୀବ୍ର ଗତିରେ ବଢ଼ିଚାଲିଛି । ଏବେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୧୩.୫ଲକ୍ଷ ହୋଇଗଲାଣି । ଆଉ ଏହାରି ଭିତରେ ହନୁମାନ ଚାଳିସା(Hanuman Chalisa) ପାଠ କରିବା ପାଇଁ ଆଗ୍ରହ କରିଛନ୍ତି ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର । ଅଗଷ୍ଟ ୫ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୫ଥର ଲେଖାଏଁ ହନୁମାନ ଚାଳିସା ପାଠ କରିବାକୁ ସେ ଲୋକଙ୍କୁ ଅପିଲ କରିଛନ୍ତି । ତାଙ୍କ କହିବା କଥା, ଏପରି କଲେ କୋରୋନା ଭାଇରସ ଦୁନିଆରୁ ସମାପ୍ତ ହୋଇଯିବ । 

ଏଠାରେ ଆମେ ଆପଣଙ୍କୁ କହିରଖୁଛୁ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆସନ୍ତା ଅଗଷ୍ଟ ୫ରେ ଭୂମି ପୂଜା କରାଯିବ । ଏନେଇ ପ୍ରସ୍ତୁତି ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଜଣାପଡ଼ିଛି । 

ଭୋପାଲର ବିଜେପି ସାଂସଦ ପ୍ରଜ୍ଞା ଠାକୁର ଟ୍ୱିଟ କରି ଲେଖିଛନ୍ତି, ''କୋରୋନା ମହାମାରୀକୁ ସମାପ୍ତ କରିବା ସହ ସମସ୍ତଙ୍କର ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଆଧ୍ୟାତ୍ମକ ପ୍ରୟାସ କରିବା । ଆଜିଠୁ ଅଗଷ୍ଟ ୫ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟା ୭ଟାରେ ନିଜ ନିଜ ଘରେ ୫ଥର ଲେଖାଏଁ ହନୁମାନ ଚାଳିସା ପାଠ କରିବା । ସେହିପରି ଅଗଷ୍ଟ ୫ରେ ରାମଲଲାଙ୍କ ଆରତୀ ସହ ଘରେ ଦୀପ ଜଳାଇ ଉଦ୍ୟାପନ କରିବା ।''

ସେହିପରି ପ୍ରଜ୍ଞା ଠାକୁର ଟ୍ୱିଟରରେ ଏକ ଭିଡିଓ ସେୟାର କରି କହିଛନ୍ତି, କୋରୋନା ସଂକ୍ରମଣକୁ ରୋକିବା ପାଇଁ ମଧ୍ୟପ୍ରଦେଶ ସରକାର ଉଦ୍ୟମ କରୁଛନ୍ତି । ଭାପାଲରେ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଲକଡାଉନ କରାଯାଇଛି । 

ସେ ଆହୁରି ମଧ୍ୟ କହିଛନ୍ତି, ''ଯେତେବେଳେ ଦେଶବ୍ୟାପି ହିନ୍ଦୁ ଲୋକେ ଏକ ସ୍ୱରରେ ହନୁମାନ ଚାଳିସା ପାଠ କରିବେ, ତାହା ନିଶ୍ଚିତ ଭାବେ କାମ ଦେବ । ଆମେ ସମସ୍ତେ କୋରୋନା ଭାଇରସରୁ ମୁକ୍ତ ହୋଇପାରିବା ।''

;