Advertisement
Article Detail0/zeeodisha/odisha698762
Zee OdishaOdisha National-Internationalଗଲୱାନ ସଂଘର୍ଷ ପ୍ରସଙ୍ଗରେ କେନ୍ଦ୍ରକୁ ଚେଙ୍କ ମାରିଲେ ପ୍ରଶାନ୍ତ କିଶୋାର

ଗଲୱାନ ସଂଘର୍ଷ ପ୍ରସଙ୍ଗରେ କେନ୍ଦ୍ରକୁ ଚେଙ୍କ ମାରିଲେ ପ୍ରଶାନ୍ତ କିଶୋାର

ଗଲୱାନ ଘାଟିରେ ସଂଘର୍ଷ, କୋରୋନା ଭାଇରସ୍ ଏବଂ ଦେଶର ଆର୍ଥିକ ବିକାଶ ନେଇ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି ପ୍ରଶାନ୍ତ । 

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ହମଲା କରିଛନ୍ତି ବିଶିଷ୍ଟ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ପ୍ରଶାନ୍ତ ଏବେ ଏହି ପ୍ରସଙ୍ଗରେ ସରକାରଙ୍କୁ କଟାକ୍ଷ କରିଛନ୍ତି । ଗଲୱାନ ଘାଟିରେ ସଂଘର୍ଷ, କୋରୋନା ଭାଇରସ୍ ଏବଂ ଦେଶର ଆର୍ଥିକ ବିକାଶ ନେଇ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି ପ୍ରଶାନ୍ତ । 

ଟ୍ୱିଟ କରି ସେ କହିଛନ୍ତି, ''କୋରୋନା ଲଢ଼େଇ ୨୧ ଦିନରେ ଜିତି ଯାଇଛୁ । ଚୀନରୁ ତ ଲଢ଼ିବା ପାଇଁ କେହି ଆସିନଥିଲେ ! ଆଉ ରହିଲା ଆର୍ଥିକ ବିକାଶ, ଯାହାକୁ ସରକାରୀ ଡାଟା ଠିକ୍ କରିଦେବ । ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାହିଁକିନା ସରକାର କହୁଛନ୍ତି ସବୁ ଠିକ ଚାଲିଛି । ଏବେ କେବଳ ଆତ୍ମନିର୍ଭର ହେବାକୁ ନିର୍ବାଚନ ପ୍ରଚାରରେ ଲାଗି ରହନ୍ତୁ ।'' 

About the Author