Advertisement
Article Detail0/zeeodisha/odisha702317
Zee OdishaOdisha National-Internationalଅନିୟନ୍ତ୍ରିତ ତୈଳଦର ବୃଦ୍ଧି, ହୁତୁହୁତୁ ହୋଇ ବଢୁଛି ଦର

ଅନିୟନ୍ତ୍ରିତ ତୈଳଦର ବୃଦ୍ଧି, ହୁତୁହୁତୁ ହୋଇ ବଢୁଛି ଦର

ହୁତୁହୁତୁ ହୋଇ ବଢୁଛି ତୈଳଦର

ଅନିୟନ୍ତ୍ରିତ ତୈଳଦର ବୃଦ୍ଧି, ହୁତୁହୁତୁ ହୋଇ ବଢୁଛି ଦର

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ତୈଳଦର ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଲଗାତାର ୨୧ ଦିନ ପାଇଁ ମଧ୍ୟ ତୈଲଦର ବୃଦ୍ଧି ପାଇଛି। ଏହି ତୈଳଦର ବୃଦ୍ଧି ପାଇବା ପରେ ଦେଶର ପ୍ରମୁଖ ୪ଟି ମହାନଗରରେ ତୈଳଦର ୮୦ ଟଙ୍କା ଡେଇଁଛି। ଆଜି ଶନିବାର ପେଟ୍ରୋଲ ଲିଟର ପିଛା ୨୫ ପଇସା ଓ ଡିଜେଲ ଲିଟର ପିଛା ୨୧ ପଇସା ବୃଦ୍ଧି ଘଟିଛି। ବର୍ଦ୍ଧିତ ଦର ଲାଗୁ ହେବା କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୦.୪୦ ଟଙ୍କାରେ ପହଞ୍ଚି ଥିବା ବେଳେ ଡିଜେଲ ଲିଟର ପିଛା ୮୦.୩୮ ଟଙ୍କାରେ ବିକ୍ରି ହେଉଥିବା ସୂଚନା ରହିଛି। 

ସେହିପରି ପେଟ୍ରୋଲ ଦରରେ ମୁମ୍ବାଇରେ ୨୩ ପଇସା ବୃଦ୍ଧି ପାଇ ୮୭.୧୪ ପଇସାରେ ବିକ୍ରି ହେଉଥିବା ବେଳେ କୋଲକାତାରେ ୮୨.୦୮ ଟଙ୍କା, ଚେନ୍ନାଇରେ ୮୩.୫୯ ଟଙ୍କାରେ ବିକ୍ରି ହେଉଥିବା ସୂଚନା ରହିଛି। ଭୁବନେଶ୍ୱରରେ ୮୦.୯୫ ଟଙ୍କାରେ ବିକ୍ରି ହେଉଛି। ସେହିପରି ଡିଜେଲ ଦର ମଧ୍ୟ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଇଣ୍ଡିଆନ ଅଏଲ ଓ୍ୱେବସାଇଟ ମୁତାବକ ମୁମ୍ବାଇରେ ଡିଜେଲ ଦର ୭୮.୭୧, ଚେନ୍ନାଇରେ ୭୭.୬୧ ଟଙ୍କା, କୋଲକାତାରେ ୭୫.୫୨ ଟଙ୍କା ରହିଛି। 

ସୁଚନାଯୋଗ୍ୟ ଶନିବାର ପେଟ୍ରୋଲ ଲିଟର ପିଛା ୨୫ ପଇସା ବୃଦ୍ଧି ଘଟିଥିବା ବେଳେ ଡିଜେଲରେ ୨୧ ପଇସା ବୃଦ୍ଧି ଘଟିଛି। ତେବେ ଦେଶର ପ୍ରମୁଖ ୪ଟି ମେଟ୍ରୋପଲିଟାନ ସହରରେ ତୈଲଦର ଆକାଶ ଛୁଆଁ ହୋଇଛି। ବର୍ତ୍ତମାନ ସର୍ବକାଳୀନ ରେକର୍ଡ ଛୁଇଁଛି ତୈଳଦର। ତେବେ ବିଗତ ୨୧ ଦିନ ମଧ୍ୟରେ ଦିଲ୍ଲୀରେ ପେଟ୍ରୋଲ ୯.୧୨ ଟଙ୍କା  ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା ୧୧.୦୧ ଟଙ୍କା ବୃଦ୍ଧି ପାଇଛି। 

Add Zee News as a Preferred Source
About the Author