ଅଯୋଧ୍ୟାରେ ଭୂମି ପୂଜା ନେଇ କ'ଣ କହିଲେ 'ରାବଣ ମନ୍ଦିର'ର ପୂଜକ ?
Advertisement

ଅଯୋଧ୍ୟାରେ ଭୂମି ପୂଜା ନେଇ କ'ଣ କହିଲେ 'ରାବଣ ମନ୍ଦିର'ର ପୂଜକ ?

ଅଯୋଧ୍ୟାରୁ ୬୫୦ କିଲୋମିଟର ଦୂରରେ ନୋଏଡ଼ାରେ ଅବସ୍ଥିତ ରାବଣ ମନ୍ଦିର । ଗୌତମ ବୁଦ୍ଧ ନଗର ଅଞ୍ଚଳରେ ଥିବା ଏହି ମନ୍ଦିରର ପୂଜାରୀ ମହନ୍ତ ରାମଦାସ । 

ଅଯୋଧ୍ୟାରେ ଭୂମି ପୂଜା ନେଇ କ'ଣ କହିଲେ 'ରାବଣ ମନ୍ଦିର'ର ପୂଜକ ?

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଭୂମି ପୂଜନ ହେବ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ବର୍ଷ ବର୍ଷ ଧରି ଦେଶବାସୀ ଯେଉଁଦିନକୁ ଅପେକ୍ଷା କରିଥିଲେ, ଆସନ୍ତାକାଲି ତାହା ସାକାର ହେବାକୁ ଯାଉଛି । ତେବେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପାଇଁ ଶିଳାନ୍ୟାସ ହେଉଥିବାରୁ ବେଶ ଉତ୍ସାହିତ ଅଛନ୍ତି 'ରାବଣ'ର ପୂଜାରୀ । 

ଅଯୋଧ୍ୟାରୁ ୬୫୦ କିଲୋମିଟର ଦୂରରେ ନୋଏଡ଼ାରେ ଅବସ୍ଥିତ ରାବଣ ମନ୍ଦିର । ଗୌତମ ବୁଦ୍ଧ ନଗର ଅଞ୍ଚଳରେ ଥିବା ଏହି ମନ୍ଦିରର ପୂଜାରୀ ମହନ୍ତ ରାମଦାସ । ସେ ମଧ୍ୟ ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜା ନେଇ ବେଶ୍ ଉତ୍ସାହିତ ଥିବା କହିଛନ୍ତି । ସେ କହିଛନ୍ତି, ଆସନ୍ତା ୫ ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଶିଳାନ୍ୟାସ ହେଉଛି । ଏହି ଦିନକୁ ସେ ବେଶ୍ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି । ଆଉ ଏହି କାର୍ଯ୍ୟ ସମ୍ପନ୍ନ ହେଲା ପରେ ସେ ମିଠା ବାଣ୍ଟିବେ । 

ଖବର ସରବରାହ ସଂସ୍ଥା ପିଟିଆଇକୁ ମହନ୍ତ ରାମଦାସ କହିଛନ୍ତି, ଯଦି ରାବଣ ନଥାନ୍ତେ, ତେବେ କେହି ମଧ୍ୟ ଭଗବାନ ଶ୍ରୀରାମଙ୍କୁ ଜାଣିନଥାନ୍ତେ । ସେହିପରି ଶ୍ରୀରାମ ନଥିଲେ, ରାବଣ ବିଷୟରେ ମଧ୍ୟ କେହି ଜାଣିପାରିନଥାନ୍ତେ । ତେଣୁ ଅଯୋଧ୍ୟାରେ ରାମ ମନ୍ଦିର ନେଇ ସେ ବେଶ୍ ପ୍ରସନ୍ନ ଅଛନ୍ତି । ଶିଳାନ୍ୟାସ ପରେ ଲୋକଙ୍କୁ ଲଡ଼ୁ ବାଣ୍ଟିବେ ବୋଲି କହିଛନ୍ତି ମହନ୍ତ ରାମଦାସ । ରାମ ମନ୍ଦିର ଶିଳାନ୍ୟାସ ଏକ ଶୁଭ ଘଟଣାକ୍ରମ ବୋଲି ଅଭିହିତ ମଧ୍ୟ କରିଛନ୍ତି । ଏପରିକି ରାମ ମନ୍ଦିର ନିର୍ମାଣ ହେଲେ ସେ ବହୁତ ଖୁସି ହେବେ ବୋଲି କହିଛନ୍ତି । 

ମହନ୍ତ ରାମଦାସଙ୍କ କହିବା କଥା ଏହା ଯେ, ପ୍ରବାଦ ଅନୁଯାୟୀ ବିସରଖ ହେଉଛି ରାବଣର ଜନ୍ମସ୍ଥାନ । ସେହିପରି ରାବଣ ଜଣେ ପରମ ଜ୍ଞାନୀ ବ୍ୟକ୍ତି ଥିଲେ ବୋଲି କହିଛନ୍ତି ମନ୍ଦିର ପୂଜକ । ମାତା ସୀତାଙ୍କୁ ହରଣ କରିବା ପରେ ରାବଣ ତାଙ୍କୁ ନିଜ ରାଜ ଉଆସକୁ ନେଇ ନ ଥିଲେ, ବରଂ ଅଶୋକ ବାଟିକାରେ ରଖିଥିଲେ । ଏପରିକି ମାତା ସୀତାଙ୍କ ସୁରକ୍ଷା ପାଇଁ ମହିଳାଙ୍କୁ ନିୟୋଜନ କରାଯାଇଥିଲା । ଯେପରି ଭଗବାନ ଶ୍ରୀରାମଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ କୁହାଯାଉଛି, ସେହିପରି ରାବଣ ମଧ୍ୟ ଲୋକଙ୍କ ମର୍ଯ୍ୟାଦା ନେଇ ଯତ୍ନଶୀଳ ଥିଲେ ବୋଲି କହିଛନ୍ତି ମହନ୍ତ ରାମଦାସ । 

ନୋଏଡ଼ାରେ ଥିବା ଏହି ରାବଣ ମନ୍ଦିରରେ ଭଗବାନ ଶିବ, ମାତା ପାର୍ବତୀ ଏବଂ କୁବେରଙ୍କ ମଧ୍ୟ ପୂଜା ହୋଇଥାଏ । ମନ୍ଦିର ଆସୁଥିବା ଲୋକଙ୍କ ମଧ୍ୟରୁ ପାଖାପାଖି ୨୦ ପ୍ରତିଶତ ଭକ୍ତ ରାବଣର ପୂଜା କରିଥାନ୍ତି ବୋଲି କହିଛନ୍ତି ରାମଦାସ ।