Advertisement
Article Detail0/zeeodisha/odisha2757654
Zee OdishaOdisha National-Internationalଯିଏବି ମନୋନୟନ କରିପାରିବେ ପ୍ରଧାନମନ୍ତ୍ରୀ ବାଲ ପୁରସ୍କାର ପ୍ରାର୍ଥୀ: ଜୁଲାଇ ୩୧ ଯାଏ ନାମାଙ୍କନ

ଯିଏବି ମନୋନୟନ କରିପାରିବେ ପ୍ରଧାନମନ୍ତ୍ରୀ ବାଲ ପୁରସ୍କାର ପ୍ରାର୍ଥୀ: ଜୁଲାଇ ୩୧ ଯାଏ ନାମାଙ୍କନ

୩୧ ଜୁଲାଇ ୨୦୨୫ ଯାଏ  ଭାରତର ଯେକୌଣସି ବ୍ୟକ୍ତି ବା ଅନୁଷ୍ଠାନ ଏଥିଲାଗି ଯୋଗ୍ୟ ଶିଶୁଙ୍କ ନାମାଙ୍କନ ପ୍ରସ୍ତାବ ପଠାଇପାରିବେ। ୬ଟି ବର୍ଗରେ ଦିଆଯିବାକୁ ଥବିା ଏହି ପୁରସ୍କାର ଲାଗି ପ୍ରାର୍ଥୀଙ୍କ ବୟ ଜୁଲାଇ ୩୧ ସୁଦ୍ଧା ୫ରୁ ଅଧିକ ଏବଂ  ୧୮ ବର୍ଷରୁ କମ୍‍ ହୋଇଥିବା ଆବଶ୍ୟକ ବୋଲି ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି।

ଯିଏବି ମନୋନୟନ କରିପାରିବେ ପ୍ରଧାନମନ୍ତ୍ରୀ ବାଲ ପୁରସ୍କାର ପ୍ରାର୍ଥୀ: ଜୁଲାଇ ୩୧ ଯାଏ ନାମାଙ୍କନ

ଭୁବନେଶ୍ୱର: କିଶୋରଙ୍କ ଭିତରେ ଉତ୍କର୍ଷ ପ୍ରଦର୍ଶନକୁ ପ୍ରୋତ୍ସାହନ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‍ ପୁରସ୍କାର ଲାଗି ମେନାନୟନ ଉନ୍ମୁକ୍ତ କରାଯାଇଛି। ୩୧ ଜୁଲାଇ ୨୦୨୫ ଯାଏ  ଭାରତର ଯେକୌଣସି ବ୍ୟକ୍ତି ବା ଅନୁଷ୍ଠାନ ଏଥିଲାଗି ଯୋଗ୍ୟ ଶିଶୁଙ୍କ ନାମାଙ୍କନ ପ୍ରସ୍ତାବ ପଠାଇପାରିବେ। ୬ଟି ବର୍ଗରେ ଦିଆଯିବାକୁ ଥବିା ଏହି ପୁରସ୍କାର ଲାଗି ପ୍ରାର୍ଥୀଙ୍କ ବୟ ଜୁଲାଇ ୩୧ ସୁଦ୍ଧା ୫ରୁ ଅଧିକ ଏବଂ  ୧୮ ବର୍ଷରୁ କମ୍‍ ହୋଇଥିବା ଆବଶ୍ୟକ ବୋଲି ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି।

ଏହି ପୁରସ୍କାର ପ୍ରତିବର୍ଷ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦାନ କରାଯାଇଥାଏ। ସାହସିକତା, ସମାଜସେବା, ପରିବେଶ, କ୍ରୀଡ଼ା, ସାହିତ୍ୟ ଓ ସଂସ୍କୃତି ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଶିଶୁ ଓ କିଶୋରମାନଙ୍କ ଉତ୍କର୍ଷ ପ୍ରଦର୍ଶନ ଲାଗି ଏହି ପୁରସ୍କାର ପ୍ରଦାନ କରାଯାଉଛି। ଚଳିତବର୍ଷର ପୁରସ୍କାର ଲାଗି ପ୍ରାର୍ଥୀ ଖୋଦ୍‍ ଆବେଦନ କରିପାରିବେ। ନହେଲେ କୌଣସି ଅନୁଷ୍ଠାନ ବା ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମଧ୍ୟ ଆବେଦନ ହୋଇପାରିବ। ଏଥିଲାଗି https://awards.gov.in ପୋର୍ଟାଲରେ କ୍ଲିକ କରିବାକୁ ସରକାରଙ୍କ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

Also Read- Top 10 News: ଭାରତରେ ତୁର୍କୀ ସୋସିଆଲ ମିଡିଆ ବ୍ୟାନ୍‌ ସହ ଅନ୍ୟ ଖବର

Add Zee News as a Preferred Source

Also Read- Guru Atichari 2025: ଗୁରୁଙ୍କ ଅତିଚାରୀ ପ୍ରଭାବ, ୭ ରାଶିରେ ଏମିତି ରହିବ ପ୍ରଭାବ

About the Author