• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୋଭିଡ୍ ସମୀକ୍ଷା ବୈଠକ
  • ଅଧିକ ସଂକ୍ରମିତ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୋଦି
  • ଭୁବନେଶ୍ୱର: ବନ୍ଧୁକ ବିକ୍ରି ପାଇଁ ଡିଲ୍ ବେଳେ ବେପାରୀ ଗିରଫ
  • ରାଜ୍ୟରେ ଆଜି ପୁଣି ରେକର୍ଡ ଭାଙ୍ଗିଲା କରୋନା
  • ଦିନକରେ ୬ ହଜାର ୨୧୫ କରୋନା ସଂକ୍ରମିତ ଚିହ୍ନଟ, ୮ ମୃତ
  • ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୫ ରୋଗୀଙ୍କ ମୃତ୍ୟୁ
  • ମହାରାଷ୍ଟ୍ରର ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ
  • ଆଇସିୟୁ ୱାଡରେ ନିଆଁ ଲାଗି ୧୩ ରୋଗୀ ମୃତ
  • ଡ୍ରୋନରେ ଟିକା ଯୋଗାଣ ପରୀକ୍ଷଣକୁ DGCAର ଅନୁମତି
  • ପଶ୍ଚିମବଙ୍ଗରୁ ଆସିଲେ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ: ମୁଖ୍ୟ ଶାସନ ସଚିବ

ଟିକା ନେଲାବେଳେ କ'ଣ କହିଲେ ପ୍ରଧାନମନ୍ତ୍ରୀ? ହସି ହସି ଗଡିଗଲେ ମେଡିକାଲ୍ ଷ୍ଟାଫ୍

ଟିକା ଦେଉଥିବା ନର୍ସଙ୍କୁ ପ୍ରଧାନମନ୍ତ୍ରୀ ଏପରି କିଛି କହିଥିଲେ ଯାହାକୁ ଶୁଣି ସେଠାରେ ଉପସ୍ଥିତ ଥିବା ସମସ୍ତ ଷ୍ଟାଫ ହସି ହସି ଗଡିଗଲେ! ତେବେ ମୋଦି ଏମିତି କଣ କହିଲେ, ଆସନ୍ତୁ ଜାଣିବା।

ଟିକା ନେଲାବେଳେ କ'ଣ କହିଲେ ପ୍ରଧାନମନ୍ତ୍ରୀ? ହସି ହସି ଗଡିଗଲେ ମେଡିକାଲ୍ ଷ୍ଟାଫ୍
ଟିକା ନେଲାବେଳେ କ'ଣ କହିଲେ ପ୍ରଧାନମନ୍ତ୍ରୀ?

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ AIIMSରେ କୋରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ଏହି ଟିକାକରଣ ବେଳେ ଏକ କୌତୂହଳିଆ ମାହୋଲ ସୃଷ୍ଟି ହୋଇଥିଲା। ଟିକା ଦେଉଥିବା ନର୍ସଙ୍କୁ ପ୍ରଧାନମନ୍ତ୍ରୀ ଏପରି କିଛି କହିଥିଲେ ଯାହାକୁ ଶୁଣି ସେଠାରେ ଉପସ୍ଥିତ ଥିବା ସମସ୍ତ ଷ୍ଟାଫ ହସି ହସି ଗଡିଗଲେ! ତେବେ ମୋଦି ଏମିତି କଣ କହିଲେ, ଆସନ୍ତୁ ଜାଣିବା।

ଜନ ଗହଳିଠୁ ଦୂରେଇ ରହିବା ଓ ସୁରକ୍ଷା ବ୍ୟବସ୍ଥାରେ ସମନ୍ୱୟ ରକ୍ଷା କରିବା ପାଇଁ ଆଜି ସକାଳ ପ୍ରାୟ ୭ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଦିଲ୍ଲୀ AIIMS ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀଙ୍କୁ AIIMSରେ ଟିକାକରଣ (Covid19 Vaccination) କରାଯିବ ଏବାବଦରେ ଉପରିସ୍ଥ ଅଧିକାରୀ ବ୍ୟତୀତ ଅନ୍ୟ କାହାକୁ ଜଣା ନଥିଲା। ଏପରି କି ପ୍ରଧାନମନ୍ତ୍ରୀଙ୍କୁ ଟିକା ଦେବେ ବୋଲି ନର୍ସ ସିଷ୍ଟର ପି ନିବେଦା ମଧ୍ୟ ଶେଷ ମୁହୂର୍ତ୍ତରେ ଜାଣିଲେ। 

Also Read: PM, CMଙ୍କ ଚାଲାଣ କାଟିବ କିଏ?

ପ୍ରଧାନମନ୍ତ୍ରୀ ଟିକାଦାନ କେନ୍ଦ୍ର (Vaccination Center) ରେ ପହଞ୍ଚି ଟିକା ଦେବାକୁ ଥିବା ସିଷ୍ଟର ପି ନିବେଦାଙ୍କୁ ତାଙ୍କ ରାଜ୍ୟ ପାଚାରି ବୁଝିଲେ। ସିଷ୍ଟର ତାଙ୍କ ଘର ପୁଦୁଚେରୀ ବୋଲି କହିବା ପରେ ମୋଦି ତାଙ୍କୁ ୱାଡେକମ୍ ବୋଲି ସମ୍ବୋର୍ଦ୍ଧନା ଜଣାଇଥିଲେ। କେବଳ ଏତିକି ନୁହେଁ, ମୋଟା ଛୁଞ୍ଚି (ଗାଈଗୋରୁଙ୍କୁ ଦିଆଯାଉଥିବା ଇଞ୍ଜେକସନ ଛୁଞ୍ଚି) ରେ ଟିକା (Corona Vaccine) ଲଗାଇବାକୁ ନର୍ସଙ୍କୁ ପ୍ରଧାନମନ୍ତ୍ରୀ କହିଲେ। ଆଉ ଏହି କଥା ଶୁଣି ସେଠାରେ ଉପସ୍ଥିତ ଥିବା ସମସ୍ତ ମେଡିକାଲ୍ ଷ୍ଟାଫ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ମୋଟା ଛୁଞ୍ଚି କାହିଁକି ବୋଲି ସିଷ୍ଟର ନିବେଦା (P. Nibeda) ପ୍ରଶ୍ନ କରିବାକୁ ପ୍ରଧାନମନ୍ତ୍ରୀ ଏକ କୌତୂହଳିଆ ଉତ୍ତର ଦେଇଥିଲେ। ସେ କହିଲେ ଯେ, କୁହାଯାଏ ରାଜନେତାଙ୍କ ଚମଡା ଅଧିକ ମୋଟା। ତେଣୁ ସାଧାରଣ ଛୁଞ୍ଚି ନୁହେଁ ମୋଟା ଛୁଞ୍ଚିରେ ମୋତେ ଟିକା ଦିଅନ୍ତୁ। ପ୍ରଧାନମନ୍ତ୍ରୀଙ୍କ ଏପରି ଉତ୍ତର ଶୁଣି ନର୍ସ ସମେତ ସମସ୍ତ ଷ୍ଟାଫ୍ ହସି ହସି ବେଦମ ହୋଇଗଲେ। ପରେ ସିଷ୍ଟର ନେବେଦା କହିଲେ, ଆପଣଙ୍କୁ ଟିକା ଦେବା ପାଇଁ ପ୍ରଯୁଜ୍ୟ ଛୁଞ୍ଚିରେ ହିଁ ଟିକା ଦିଆଯିବ।