)
ନୂଆଦିଲ୍ଲୀ: ଏସିଆ ମହାଦେଶର ସବୁଠୁ ବଡ଼ ସୋଲାର ପାୱାର ପ୍ରୋଜେକ୍ଟର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଧ୍ୟପ୍ରଦେଶର ରୀୱାରେ ଏହି ସୋଲାର ପାୱାର ପ୍ରୋଜେକ୍ଟ ହୋଇଛି । ୭୫୦ ମେଗାୱାଟର ଏହି ସୋଲାର ପରିଯୋଜନାକୁ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଭିଡିଓ କନଫରେସିଂ ମାଧ୍ୟମରେ ମୋଦି ଏହାକୁ ଉଦଘାଟନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ କେନ୍ଦ୍ରମନ୍ତ୍ରୀମାନେ ସାମିଲ ହୋଇଥିଲେ । ଏବେ ଦିଲ୍ଲୀ ମେଟ୍ରୋ ମଧ୍ୟ ଏହି ସୋଲାର ପାୱାର ପ୍ରୋଜେକ୍ଟରୁ ଆସୁଥିବା ବିଜୁଳିରେ ଚାଲିବ । ସୋଲାର ପାୱାର ପ୍ରୋଜେକ୍ଟରୁ ଯେତିକି ବିଜୁଳି ଉତ୍ପାଦିତ ହେବ, ତାର ୨୪ ପ୍ରତିଶତ ଦିଲ୍ଲୀ ମୋଟ୍ରୋକୁ ଦିଆଯିବ ।
Delhi: Prime Minister Narendra Modi dedicates to the nation the 750 MW Solar Project set up at Rewa, Madhya Pradesh, via video conferencing. pic.twitter.com/O7MCLH6Efb
— ANI (@ANI) July 10, 2020
ତେବେ ଏହି ପରିଯୋଜନାକୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ରୀୱାର ଏହି ସୋଲାର ପାୱାର ପ୍ରୋଜେକ୍ଟ ଯୋଗୁ କେବଳ ମଧ୍ୟପ୍ରଦେଶର କମ୍ପାନୀଗୁଡ଼ିକୁ ଫାଇଦା ମିଳିବ ତାହା ନୁହେଁ, ଆହୁରି ମଧ୍ୟ ଦିଲ୍ଲୀ ମେଟ୍ରୋ ଏହି ବିଜୁଳିରେ ଚାଲିବ । ସେହିପରି ରୀୱା ବ୍ୟତୀତ ଶାଜାପୁର, ନୀମଚ ଏବଂ ଛତରପୁରରେ ମଧ୍ୟ ସୋଲାର ପାୱାର ପ୍ରୋଜେକ୍ଟ କାମ ଚାଲିଛି ।