)
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା ସଙ୍କଟ ଜାରି ରହିଥିବା ବେଳେ ମୋଦିଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି । ସୋସିଆଲ ମିଡିଆରେ ଆଉ ଏକ ପାହାଚ ଚଢ଼ିଛନ୍ତି ପ୍ରଧାନମନ୍ତ୍ରୀ । ୨୦୦୯ ମସିହାରେ ଟ୍ୱିଟର ଆକାଉଣ୍ଟ ଖୋଲିଥିବା ମୋଦିଙ୍କ ଏହାରି ଭିତରେ ୬ କୋଟିରୁ ଅଧିକ ଫଲୋୟର୍ସ ହୋଇଗଲେଣି । ତେବେ ନିଜେ ମୋଦି ୨ ହଜାର ୩୫୪ ଜଣଙ୍କୁ ଫଲୋ କରୁଛନ୍ତି ।
ଆପଣଙ୍କୁ କହିରଖୁଛୁ, ଟ୍ୱିଟରରେ ଲୋକପ୍ରିୟ ନେତାଙ୍କ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ମୋଦି ଅନ୍ୟତମ । ଅଧିକ ଲୋକ ଫଲୋ କରୁଥିବା ନେତାଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟ ନାଁ ଆସେ ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତ ସେପ୍ଟେମ୍ବର ୨୦୧୯ରେ ମୋଦିଙ୍କ ୫ କୋଟି ଟ୍ୱିଟର ଫଲୋୟର୍ସ ହୋଇଥିଲେ । ଆଉ ଏହାର ୧୦ ମାସ ମଧ୍ୟରେ ଆହୁରି ୧ କୋଟି ବୃଦ୍ଧି ପାଇଛି । ଅର୍ଥାତ ସାମାଜିକ ଗଣମାଧ୍ୟମରେ ମୋଦିଙ୍କ ଲୋକପ୍ରିୟତା ଦୃତ ଗତିରେ ବୃଦ୍ଧି ପାଉଛି ।

ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମୋଦିଙ୍କ ଠାରୁ ମଧ୍ୟ ଅଧିକ ଲୋକ ଫଲୋ କରୁଛନ୍ତି । ଟ୍ରମ୍ପଙ୍କ ଫଲୋୟର୍ସ ସଂଖ୍ୟା ୮କୋଟି ୩୭ ଲକ୍ଷରୁ ଉର୍ଦ୍ଧ୍ୱ । ସେହିପରି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଫଲୋୟର୍ସ ସଂଖ୍ୟା ୧୨ କୋଟି ୭୦ ଲକ୍ଷ ରହିଛି ।
ଟ୍ୱିଟରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ୨ କୋଟି ୧୬ ଲକ୍ଷ ଫଲୋୟର୍ସ ରହିଛନ୍ତି । ୨୦୧୩ରେ ନିଜର ଟ୍ୱିଟର ଆକାଉଣ୍ଟ ଖୋଲିଥିଲେ ଶାହ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଏବେ ୧ କୋଟି ୫୨ ଲକ୍ଷ ଲୋକ ଫଲୋ କରୁଛନ୍ତି ।