)
Gaza-Israel war: ନୂଆଦିଲ୍ଲୀ: ଗାଜାରେ ଯୁଦ୍ଧ ସମାପ୍ତ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି। ସେ ହ୍ୱାଇଟ୍ ହାଉସରେ ଏହି ଯୋଜନା ପ୍ରକାଶ କରିଛନ୍ତି। ବୈଠକ ସମୟରେ ଟ୍ରମ୍ପ କହିଥିଲେ ଯେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏହି ଯୋଜନା ସହିତ ସହମତ। ସେ ହମାସକୁ ମଧ୍ୟ ଚେତାବନୀ ଦେଇଛନ୍ତି।
ସେ କହିଥିଲେ, "ମୁଁ ଆଶା କରୁଛି ଆମେ ଏକ ଶାନ୍ତି ଚୁକ୍ତିରେ ପହଞ୍ଚିବୁ ଏବଂ ଯଦି ହମାସ ଏହି ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରେ, ତେବେ ସେମାନଙ୍କ ପାଇଁ ବଡ଼ କ୍ଷତି ହେବ। ଯଥା ସମ୍ଭବତଃ, ତେବେ ସେମାନେ ହିଁ ଏହି ଚୁକ୍ତିରୁ ବାଦ ପଡ଼ିବେ।" ସେ ଆହୁରି ମଧ୍ୟ କହିଥିଲେ, "ଅନ୍ୟ ସମସ୍ତେ ଏହାକୁ ଗ୍ରହଣ କରିଛନ୍ତି, କିନ୍ତୁ ମୁଁ ଭାବୁଛି ଆମେ ଏକ ସକାରାତ୍ମକ ପ୍ରତିକ୍ରିୟା ପାଇବୁ। କିନ୍ତୁ ଯଦି ତାହା ନ ହୁଏ, ଯେପରି ଆପଣ ଜାଣନ୍ତି, ଇସ୍ରାଏଲୀ ପ୍ରଧାନମନ୍ତ୍ରୀ, ଆପଣଙ୍କୁ ଯାହା କରିବାକୁ ପଡିବ ସେଥିପାଇଁ ଆମର ପୂର୍ଣ୍ଣ ସମର୍ଥନ ରହିବ ବୋଲି ଟ୍ରମ୍ପ କହିଥିଲେ।"
We welcome President Donald J. Trump’s announcement of a comprehensive plan to end the Gaza conflict. It provides a viable pathway to long term and sustainable peace, security and development for the Palestinian and Israeli people, as also for the larger West Asian region. We…
— Narendra Modi (@narendramodi) September 30, 2025
ଟ୍ରମ୍ପଙ୍କ ନିଷ୍ପତ୍ତିରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଏକ୍ସ ଆକାଉଣ୍ଟରେ ରଖିଛନ୍ତି କି, ଗାଜା ବିବାଦର ଅନ୍ତ ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଜେ. ଟ୍ରମ୍ପଙ୍କ ଏକ ବ୍ୟାପକ ଯୋଜନା ଘୋଷଣାକୁ ଆମେ ସ୍ୱାଗତ କରୁଛୁ। ଏହା ପାଲେଷ୍ଟାଇନ ଏବଂ ଇସ୍ରାଏଲୀ ଲୋକଙ୍କ ପାଇଁ ଏବଂ ବ୍ୟାପକ ପଶ୍ଚିମ ଏସୀୟ କ୍ଷେତ୍ର ପାଇଁ ଦୀର୍ଘକାଳୀନ ଏବଂ ସ୍ଥାୟୀ ଶାନ୍ତି, ସୁରକ୍ଷା ଏବଂ ବିକାଶ ପାଇଁ ଏକ କାର୍ଯ୍ୟକାରୀ ପଥ ପ୍ରଦାନ କରେ। ଆମେ ଆଶା କରୁଛୁ ଯେ ସମସ୍ତ ପ୍ରାସଙ୍ଗିକ ପକ୍ଷ ରାଷ୍ଟ୍ରପତି ଟ୍ରମ୍ପଙ୍କ ପଦକ୍ଷେପ ପଛରେ ଏକଜୁଟ ହେବେ ଏବଂ ସଂଘର୍ଷର ଅନ୍ତ ଏବଂ ଶାନ୍ତି ସୁନିଶ୍ଚିତ କରିବା ପାଇଁ ଏହି ପ୍ରୟାସକୁ ସମର୍ଥନ କରିବେ।