ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ସମ୍ପ୍ରସାରିତ

ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ସମ୍ପ୍ରସାରିତ କରାଯାଇଛି |

ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ସମ୍ପ୍ରସାରିତ

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକଟ ଜାରି ରହିଥିବା ସମୟରେ ଷଷ୍ଠ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଏନେଇ ମତ ରଖି ସେ କହିଛନ୍ତି, ଅନଲକ1 ଲାଗୁ ହେବା ପରେ ଅବହେଳା ପ୍ରଦର୍ଶନ ହୋଇଥିବାର ଦେଖାଯାଇଛି | କୋରୋନା ମୁକାବିଲା ପାଇଁ କଡାକଡି ଭାବେ ଲକଡାଉନ ପାଳନ କରାଯାଇଥିବାରୁ ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରାଯାଇ ପାରିଛି | 

କରୋନା ସହିତ ଲଢେଇ ଲଢେଇ ଜାରି ରହିଥିବା ବେଳେ ଆମେ ଆସନ୍ତା ଜୁଲାଇରୁ ଅନଲକ2 ପର୍ଯ୍ୟାୟରେ ପ୍ରବେଶ କରୁବାକୁ ଯାଉଛେ | ଏହା ସହି ଆମେ ମଧ୍ୟ ଏହି ଋତୁରେ ପ୍ରବେଶ କରିବାକୁ ଯାଉଛୁ, ଯେଉଁଠାରେ ଥଣ୍ଡା, କାଶ ଜ୍ୱର ଆଦି ଅନେକ ରୋଗର ସଂକ୍ରମଣ ସମ୍ଭାବନା ରହିଛି | ନିଜ ସ୍ୱାସ୍ଥ୍ୟର ଯତ୍ନ ନିଜେ ନେବାକୁ ମୁଁ ଆପଣଙ୍କୁ ନିବେଦନ କରୁଛି | ଯଦି ଆମେ କରୋନାଙ୍କ ମୃତ୍ୟୁହାରକୁ ଦେଖିବା, ଭାରତର ଅନ୍ୟ ଦେଶଙ୍କ ତୁଳନାରେ ସୁରକ୍ଷିତ ରହିଛି | ଠିକ ସମୟରେ ଉପଯ଼ୁକ୍ତ ନିଷ୍ପତ୍ତି ନିଆଯାଇ ଥିବାରୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରାଯାଇ ପାରିଛି |

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କରୋନା ସଙ୍କଟ ସମୟରେ ସମସ୍ତେ ଗରିବ ଲୋକଙ୍କୁ ନିଜ ସାଧ୍ୟ ମତେ ଖାଇବାକୁ ଦେଇଥିଲେ। ଠିକ ସମୟରେ ନିଷ୍ପତ୍ତି ନେଇ ସଙ୍କଟକୁ ମୁକାବିଲା କରିବା ସମ୍ଭବ | ଜନଧନ ଆକାଉଣ୍ଟ ମାଧ୍ୟମରେ ୨୦ କୋଟି ଗରିବ ଲୋକଙ୍କୁ ସହାୟତା ପ୍ରଦାନ କରାଯାଇଛି | ଗ୍ରାମାଞ୍ଚଳରେ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ଦ୍ରୁତ ଗତିରେ କାର୍ଯ୍ୟ ଚାଲିଛି ଏହା ପାଇଁ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି | ଏହା ସହିତ ୮୦ କୋଟି ଲୋକଙ୍କୁ ୩ ମାସର ମାସର ମାଗଣା ରାସନ ଯୋଗାଇ ଦିଆଯାଇଛି | 

ପିଏମ ମୋଦି କହିଛନ୍ତି ସମସ୍ତଙ୍କ ପକ୍ଷରୁ ଚେଷ୍ଟା କରାଯାଇଛି ଏତେ ବଡ ଦେଶରେ କୌଣସି ଭାଇ ଓ ଭଉଣୀ ଭୋକରେ ଶୋଇବା ଉଚିତ ନୁହେଁ | ସମ୍ବେଦନଶୀଳତା ସହିତ ନିଷ୍ପତ୍ତି ଗ୍ରହଣ କରିଲେ ଶକ୍ତି ବହୁଗୁଣିତ ହୁଏ | ପ୍ରଧାନମନ୍ତ୍ରୀ କଲ୍ୟାଣ ଯୋଜନା ଅଧିନରେ ୧.୭୫ ମିଲିୟନ ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି | ଏହା ସହିତ ୨୦ କୋଟି ଗରିବଙ୍କ ଆକାଉଣ୍ଟରେ ୩୧ ହଜାର କୋଟି ଜମା କରାଯାଇଥିଲା | 

ପ୍ରାୟ ୯ କୋଟି ଚାଷୀଙ୍କ ଆକାଉଣ୍ଟରେ ୯ ହଜାର କୋଟି ଜମା କରାଯାଇଛି | ରୋଜଗାର ପାଇଁ ଦ୍ରୁତ ଗତିରେ କାର୍ଯ୍ୟ କରାଯିବା ସହ ଏଥିପାଇଁ ସରକାର ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | କରୋନା ସହିତ ଲଢେଇ ଚାଲିଥିବା ବେଳେ ୮୦ କୋଟି ଲୋକଙ୍କୁ ୩ ମାସର ମାଗଣା ରାସନ ଯୋଗାଇ ଦିଆଯାଇଛି | ଆମେରିକାର ମୋଟ ଜନସଂଖ୍ୟାର ଅଢେଇ ଗୁଣ, ବ୍ରିଟେନର ମୋଟ ଜନସଂଖ୍ୟାର ୧୨ ଗୁଣ ଅଧିକ ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଇଛି |

ବର୍ଷା ଋତୁରେ କୃଷି କ୍ଷେତ୍ରରେ ଅଧିକ କାର୍ଯ୍ୟ କରାଯାଏ, ଅନ୍ୟ କ୍ଷେତ୍ରରେ ଟିକିଏ ମନ୍ଥରତା ଦେଖାଯାଏ | ଏହା ସହିତ ପର୍ବପର୍ବାଣୀର ମାହୋଲ ମଧ୍ୟ ଆରମ୍ଭ ହୋଇଯାଇଛି | ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ନଭେମ୍ବର ଶେଷ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯିବ | ପ୍ରାୟ ୮୦ କୋଟି ଲୋକ ଏହା ମାଧ୍ୟମରେ ଉପକୃତ ହେବେ | ଆଗାମୀ ୫ ମାସ ପାଇଁ ପ୍ରତ୍ୟେକ ପରିବାରକୁ ୫ କିଲୋଗ୍ରାମ ଗହମ ଏବଂ ଡାଲି ଯୋଗାଇ ଦିଆଯିବ | 

ଏଥିପାଇଁ ୯୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ | ଯଦି ଆପଣ ଏନେଇ ହୋଇଥିବା ବିଗତ ୩ ମାସର ଖର୍ଚ୍ଚ ଯୋଡନ୍ତି, ଏହାର ପରିମାଣ ଦେଢ ଲକ୍ଷ କୋଟି ଟଙ୍କା ହେବ | ଏହା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସମଗ୍ର ଭାରତ ପାଇଁ 'ୱାନ ନେସନ ଏବଂ ୱାନ ରାସନ କାର୍ଡ' ବ୍ୟବସ୍ଥା କରାଯାଉଛି | ଯେଉଁମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଆନ୍ତି ସେମାନଙ୍କ ପାଇଁ ଏହା ଦ୍ୱାରା ଉପକୃତ ହେବ |