ନୂଆଦିଲ୍ଲୀ: ଅନେକ ସମୟରେ ଜେଲରୁ କଏଦୀ ଫେରାର ହୋଇଯାଉଥିବାର ଖବର ଆପଣ ଶୁଣିଥିବେ କିମ୍ବା ପଢିଥିବେ। ଜେଲରୁ ଫେରାର ହେବା ପାଇଁ ବିଭିନ୍ନ ପ୍ରକାର କଳାକୌଶଳ ଅବଲମ୍ବନ କରିଥାନ୍ତି କଏଦୀ। ସେମାନଙ୍କ ଦ୍ୱାରା ସମୟ ସମୟରେ କରାଯାଉଥିବା ଏପରି କାରାନାମାକୁ ଅନେକ ଚଳଚ୍ଚିତ୍ରରେ ମଧ୍ୟ ପ୍ରଦର୍ଶିତ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ସଦ୍ୟ ଏପରି ଘଟଣା ଉତ୍ତର ପ୍ରଦେଶର (Uttar Pradesh) ବାନ୍ଦା ଜିଲ୍ଲାରେ (Banda District) ଅବସ୍ଥିତ ମଣ୍ଡଳ କାରାଗାରରେ (Circle Jail) ଏପରି ଘଟଣା ଦେଖିବାକୁ ମିଳିଛି। ଯେଉଁଠି କଥିତ ଭାବେ ଫେରାର ହୋଇଯାଇଥିବା ଜଣେ କଏଦୀ ଜେଲ ପରିସରରୁ ଠାବ ହୋଇଛି। ଏପରି କାଣ୍ଡ ଭିଆଇଥିବା କଏଦୀ ଜଣକ ହେଉଛି ବିଜୟ ଆରଖ। ଫେରାର କଏଦୀକୁ ଠାବ କରିବା ଲାଗି ବାନ୍ଦା ପୋଲିସ (Banda Police) ପକ୍ଷରୁ ଗତ ରବିବାର ସନ୍ଧ୍ୟାରୁ ଆରମ୍ଭ ହୋଇଯାଇଥିଲା ଅଭିଯାନ।    


କାରାଗାରରୁ ଜଣେ କଏଦୀ ଫେରାର ହୋଇଯାଇଥିବା ନେଇ ସ୍ଥାନୀୟ ଟାଉନ ଥାନାରେ ଗତ ରବିବାର ଅଭିଯୋଗ ଦାଏର କରିଥିଲେ ଜେଲ କର୍ତ୍ତୃପକ୍ଷ। ଏହା ପରେ ଫେରାର କଏଦୀକୁ ଠାବ କରିବା ଲାଗି ପୋଲିସ ପକ୍ଷରୁ ଆରମ୍ଭ ହୋଇଯାଇଥିଲା ଅଭିଯାନ। ଗତ ସୋମବାର ସନ୍ଧ୍ୟାରେ ଫେରାର କଏଦୀ ବିଜୟ ଆରଖକୁ ଠାବ କରାଯାଇଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି। 


Also Read: ଜେଲ ଭାଙ୍ଗି ଚମ୍ପଟ ମାରିଲେ କୋରୋନା ଆକ୍ରାନ୍ତ କଏଦୀ; ଗାଁ ଗାଁରେ ଖୋଜୁଛି ପୋଲିସ


ଏ ଘଟଣାରେ ପ୍ରତିକ୍ରିୟା ବାନ୍ଦା ପୋଲିସ ଅଧିକ୍ଷକ (Banda Police SSP) ମହେନ୍ଦ୍ର ସିଂହ ଚୌହ୍ୱାନ କହିଛନ୍ତି ରବିବାର ସନ୍ଧ୍ୟା ୭ଟ ସମୟରୁ କଏଦୀ ବିଜୟ ଆରଖ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ଆଣିଥିଲେ ସ୍ଥାନୀୟ ଜେଲ କର୍ତ୍ତୃପକ୍ଷ। ଏହା ପରେ ପୋଲିସ ପକ୍ଷରୁ ତାକୁ ଧରିବା ଆରମ୍ଭ ହୋଇଯାଇଥିଲା ଧରପଗଡ ଅଭିଯାନ। ଗତ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିଥିଲା। ମଣ୍ଡଳ କାରାଗାରର ମୁଖ୍ୟ ଦ୍ୱାର ଠାରେ ରହିଥିବା ଘାସ ବୁଦାରେ ଫେରାର କଏଦୀ ଛପି ରହିଥିବା ଅବସ୍ଥାରେ ମିଳିଥିଲା। 


 ବାନ୍ଦା ମଣ୍ଡଳ କାରାଗାରରେ ବିଚାରାଧିନ ରହିଥିବା ଏହି କଏଦୀ ନିଜ ବାରାକ ଭାଙ୍ଗି ମୁଖ୍ୟ ଦ୍ୱାରା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ସେଠାରୁ ସେ ଫେରାର ହେବା ଲାଗି ଯୋଜନା କରିଥିଲେ ମଧ୍ୟ ନିଜେ କରିଥିବା ପ୍ରୟାସରେ ବିଫଳ ହୋଇଥିଲା ସେହି କଏଦୀ। ଏହା ପରେ ସେ ସେଠାରେ ରହିଥିବା ଘାସ ବୁଦାରେ ଛପି ରହିଯାଇଥିଲା। ଜିଲ୍ଲାର ଗିରୱାଁ ଥାନା ଅଞ୍ଚଳରେ ଅବସ୍ଥିତ ବରସଡା ବୁଜୁର୍ଗ ଗ୍ରାମର ବାସିନ୍ଦା କଏଦୀ ବିଜୟ ଆରଖ ଡକାୟତି ଏବଂ ଅନ୍ୟ ଗୁରୁତର ଧାରାରେ ଗିରଫ ହୋଇ ଗତ ଫେବୃଆରୀ ମାସରୁ ଜେଲରେ ରହିଛି। 


Also Read: ଚୋର ହୋଇଗଲା Corona Positive; ପୋଲିସ ପିନ୍ଧିଲା PPE Kit


ଏହି ଜେଲକୁ ବାହୁବଳୀ ନେତା ତଥା ମାଫିଆ ଡନ୍ ମୁଖତାର ଅନସାରୀ ଆସିବା ପରେ ଏହାର ସୁରକ୍ଷା ବ୍ୟବସ୍ଥାକୁ ପୂର୍ବାପେକ୍ଷା ଆହୁରି ମଜବୁତ କରାଯାଇଛି। ହେଲେ ସଦ୍ୟ ଜଣେ କଏଦୀ ଜେଲରୁ ଫେରାର ହେବା ଲାଗି ପ୍ରୟାସ କରିବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି।