ଏହି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, କୋରୋନା ସଂକ୍ରମିତ ଘରୋଇ କର୍ମଚାରୀଙ୍କୁ ମିଳିବ ୨୮ ଦିନର ଦରମା ସହ ଛୁଟି
Advertisement

ଏହି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, କୋରୋନା ସଂକ୍ରମିତ ଘରୋଇ କର୍ମଚାରୀଙ୍କୁ ମିଳିବ ୨୮ ଦିନର ଦରମା ସହ ଛୁଟି

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ପ୍ରଦେଶରେ ୩୩,୫୭୪ ନୂତନ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଭୂତାଣୁ ଯୋଗୁଁ ଗୋଟିଏ ଦିନରେ ୨୪୯ ଲୋକ ପ୍ରାଣ ହରାଇଛନ୍ତି । ଲକ୍ଷ୍ନୌରେ ସର୍ବାଧିକ ୪୫୬୬ କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଛି ।

ଏହି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, କୋରୋନା ସଂକ୍ରମିତ ଘରୋଇ କର୍ମଚାରୀଙ୍କୁ ମିଳିବ ୨୮ ଦିନର ଦରମା ସହ ଛୁଟି

ନୂଆଦିଲ୍ଲୀ: ଦେଶରେ ବଢୁଥିବା କୋରୋନା ସଂକ୍ରମଣ (Coronavirus Infection) ମଧ୍ୟରେ ଉତ୍ତର ପ୍ରଦେଶର ଘରୋଇ ସଂସ୍ଥାନରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ରହିଛି । ଭଲ ଖବର ଏହା ହେଉଛି ସରକାରୀ କର୍ମଚାରୀଙ୍କ ବ୍ୟତୀତ ବର୍ତ୍ତମାନ ଉତ୍ତରପ୍ରଦେଶରେ କୋରୋନା ସଂକ୍ରମିତ ଘରୋଇ କର୍ମଚାରୀ (Private employees) ଙ୍କୁ ମଧ୍ୟ ଦରମା ସହ ଛୁଟି ମିଳିବ । ଏହି ପରିପ୍ରେକ୍ଷୀରେ ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ବିଭାଗୀୟ କମିଶନରଙ୍କୁ ଚିଠି ଲେଖିଛନ୍ତି ।

ଅଧିକ ପଢ଼ନ୍ତୁ:-କୋରୋନା ମହାମାରୀ ମଧ୍ୟରେ ରେଲୱେ ବାତିଲ କଲା ଆହୁରି ୪୦ଟି ପ୍ରମୁଖ ଟ୍ରେନ୍, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Adityanath) ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଆଦେଶ ଅନୁଯାୟୀ, ବର୍ତ୍ତମାନ ବେସରକାରୀ କର୍ମଚାରୀମାନେ କୋରୋନା ସଂକ୍ରମିତ ହେଲେ ଛୁଟି ସହିତ ୨୮ ଦିନର ଦରମା ପାଇବେ । ଏଥିପାଇଁ କୋରୋନା ସଂକ୍ରମିତ କର୍ମଚାରୀଙ୍କୁ ଡାକ୍ତରୀ ପ୍ରମାଣପତ୍ର ଦେବା ବାଧ୍ୟତାମୂଳକ ହେବ । ଏଥି ସହିତ  ସିଏମଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ବନ୍ଦ କରିଥିବା ପ୍ରତିଷ୍ଠାନଗୁଡିକର କର୍ମଚାରୀମାନଙ୍କୁ ମଧ୍ୟ ବେତନ ସହିତ ଛୁଟି ଦିଆଯିବ ।

ଅଧିକ ପଢ଼ନ୍ତୁ:-ଭାରତର କୋରୋନା ସଙ୍କଟକୁ ନେଇ ଏପରି କିଛି କହିଲା WHO