Advertisement
Article Detail0/zeeodisha/odisha767736
Zee OdishaOdisha National-International୩୦ ବର୍ଷ ପରେ ଉତ୍ତର ପ୍ରଦେଶରେ କ୍ଷମତାକୁ ଫେରିବ କଂଗ୍ରେସ?

୩୦ ବର୍ଷ ପରେ ଉତ୍ତର ପ୍ରଦେଶରେ କ୍ଷମତାକୁ ଫେରିବ କଂଗ୍ରେସ?


ଆରମ୍ଭ ହୋଇଛି କଂଗ୍ରେସର ଉତ୍ତର ପ୍ରଦେଶ ଦଖଲ ଅଭିଯାନ। ହାଥରସ ଉତ୍ତାପ ଏବେ ବିଧାନସଭାରେ ପହଞ୍ଚିଛି। ମହିଳା ନିର୍ଯାତନା ବିରୁଦ୍ଧରେ ସ୍ୱର ଉଠାଉଥିବା ପ୍ରିୟଙ୍କା ଗାନ୍ଧି ଭଡ୍ରାଙ୍କୁ ୟୁପି ମୁଖ୍ୟମନ୍ତ୍ରୀ ପାଇଁ କଂଗ୍ରେସ ନୂଆ ଚେହେରା କରିଛି।

୩୦ ବର୍ଷ ପରେ ଉତ୍ତର ପ୍ରଦେଶରେ କ୍ଷମତାକୁ ଫେରିବ କଂଗ୍ରେସ?

ଲକ୍ଷ୍ନୌ: ୟୁପିରେ କଂଗ୍ରେସ ଖିଳିବାକୁ ଯାଉଛି ମହିଳା କାର୍ଡ। ମହିଳାଙ୍କ ଅନୁକମ୍ପା ହାତେଇବାକୁ ଚାଲିଛି ପରଦା ପଛରେ ରଣନୀତି। ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଡ୍ରାଙ୍କୁ ମୁଖ୍ୟ ମନ୍ତ୍ରୀ ପ୍ରାର୍ଥି କରିବାକୁ ଦଳର ବରିଷ୍ଠ ନେତାମାନେ ଦାବି କରିଛନ୍ତି। ତେବେ ସାଙ୍ଗଠାନିକ ଭାବେ ଏବାବଦରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

ଉତ୍ତର ପ୍ରଦେଶ ପ୍ରସଙ୍ଗରେ ପ୍ରିୟଙ୍କା ଗାନ୍ଧୀ ସର୍ବଦା ସ୍ୱର ଉତ୍ତୋଳନ କରିଆସୁଛନ୍ତି। ରାଜ୍ୟରେ ଅପରାଧ, ବେକାରୀ କିମ୍ବା ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର, ସେ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତ ରଖୁଛନ୍ତି। ଯୋଗୀ ସରକାରଙ୍କ ଉପରେ କ୍ରମାଗତ ଆକ୍ରମଣ ମଧ୍ୟ କରୁଛନ୍ତି।

ଅଧିକ ପଢନ୍ତୁ: ଜାଣନ୍ତୁ କାହିଁକି ୩୫ ବର୍ଷ ଧରି ବିଧାନସଭା ନିର୍ବାଚନ ଲଢ଼ୁ ନାହାଁନ୍ତି ନୀତିଶ କୁମାର ?

Add Zee News as a Preferred Source

ଆସନ୍ତା ୨୦୨୨ରେ ୟୁପି ବିଧାନସଭା ନିର୍ବାଚନ ହେବ। ପ୍ରିୟଙ୍କାଙ୍କ ନେତୃତ୍ୱରେ କଂଗ୍ରେସ ଏଥିରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଏଥିପାଇଁ ପ୍ରସ୍ତୁତି ବି ଏବେଠୁ ଜୋରସୋରରେ ଚାଲିଛି। ସେପଟେ ପ୍ରିୟଙ୍କାଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ଚାହୁଁଛୁ ବୋଲି ୟୁପିର କିଛି ବରିଷ୍ଠ କଂଗ୍ରେସନେତା ପାର୍ଟି ହାଇକମାଣ୍ଡକୁ ଚିଠି ଲେଖିଛନ୍ତି। ସେପେଟେ, କିଏ ୟୁପିରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ହେବ, ତାହା ସ୍ପଷ୍ଚ କରାଯାଇ ନାହିଁ।

ଗତ ସାଧାରଣ ନିର୍ବାଚରେ ପ୍ରିୟଙ୍କାଙ୍କୁ ୟୁପି ପ୍ରଭାରୀ ଭାବେ କଂଗ୍ରେସ ନିଯୁକ୍ତ କରିଥିଲା। କିନ୍ତୁ ସେଠାରେ ତାଙ୍କର କୌଣସି ବିଶେଷ ପ୍ରଭାବ ଦେଖିବାକୁ ମିଳିନଥିଲା। ଫଳରେ ଦଳକୁ ଲୋକସଭା ନିର୍ବାଚନରେ ଶୋଚନୀୟ ଭାବେ ପରାଜୟ ସ୍ୱୀକାର କରିବାକୁ ପଡିଥିଲା। ଭାଇ ରାହୁଲ ଗାନ୍ଧି ବି ନିଜ ଦୁର୍ଗ ଆମେଠିକୁ ରକ୍ଷା କରିପାରିନଥିଲେ। କିନ୍ତୁ ପ୍ରିୟଙ୍କାଙ୍କ ନେତୃତ୍ୱରେ କାମ କରି କଂଗ୍ରେସ କର୍ମୀମାନେ ଆହୁରି ସଙ୍ଗଠିତ, ଉତ୍ସାହିତ ଓ ଆନ୍ଦୋଳିତ ହୋଇ ଉଠିଥିଲେ।

ଅଧିକ ପଢନ୍ତୁ: ଅନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ: ଭାରତରେ କେତେ ଗରିବ ଅଛନ୍ତି, ସରକାରଙ୍କ ନିକଟରେ ନାହିଁ ତଥ୍ୟ

 ୟୁପିରେ ପ୍ରିୟଙ୍କାଙ୍କ ତତ୍ୱାବଧାନରେ କଂଗ୍ରେସ ନୂଆ କମିଟି ଗଠନ କରିଥିଲା। ଏହା ବ୍ୟତୀତ ମହିଳା ସଙ୍ଗଠନ, ଯ଼ୁବ କଂଗ୍ରେସ କମିଟି ଓ ଅନ୍ୟ କମିଟିମାନ ଗଠନ କରାଯାଇଥିଲା। ଏବେ ହାଥରସ ମାମଲାରେ କଂଗ୍ରେସ ନିଜର ଆକ୍ରଣାତ୍ମକ ରୂପ ଦେଖାଇଛି। ନାରୀ ସୁରକ୍ଷାକୁ ନେଇ ଯୋଗୀ ସରକାରଙ୍କ ଉପରେ ବାରମ୍ବାର ଆଟାକ କରାଯାଉଛି। ତେବେ ଏହା ଆଗାମୀ ନିର୍ବାଚନ ପାଇଁ କଂଗ୍ରେସ ନୂଆ ରଣନୀତି ଆପଣାଇଛି ବୋଲି ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ଗତ ୩ ଦଶନ୍ଧୀରୁ ୟୁପିରେ କଂଗ୍ରେସ ସରକାର ନିଶ୍ଚିହ୍ନ ହୋଇଯାଇଛି। ଶେଷ ଥର ପାଇଁ ଏନଜି ତିୱାରୀଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଗଠନ କରିଥିଲା। ସେ ୨୫ ଜୁନ ୧୯୮୮ରୁ ୫ ଡିସେମ୍ବର ୧୯୮୯ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ପରେ ମୁଲାୟମ ସିଂହଙ୍କ ଯୁଗ ଆରମ୍ଭ ହୋଇଥିଲା।

କାଳକ୍ରମେ ବିଜେପି, ଏସପି ଓ ବିଏସପି କ୍ଷମତାକୁ ଆସିଲେ। ଏହି ୩୦ ବର୍ଷ ମଧ୍ୟରେ ୩ ଥର ଉତ୍ତର ପ୍ରଦେଶରେ ରାଷ୍ଟ୍ରପତି ଶାସନ ବି ଲାଗିଛି। ତେବେ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ମୋଦି ସ୍ରୋତ ଭାସି ଯାଇଥିଲେ ୟୁପିବାସୀ। ୨୦୧୭ ବିଧାନସଭା ନିର୍ବାଚନରେ ବିପୁଳ ସିଟରେ ବିଜେପିର ବିଜୟ ହୋଇଥିଲା। ଆଉ ଏବେ ସେଠାରେ ଯୋଗୀ ଆଦିତ୍ୟନାଥଙ୍କ ରାଜୁତି ଚାଲୁଛି।

About the Author