Advertisement
Article Detail0/zeeodisha/odisha710669
Zee OdishaOdisha National-Internationalପାଇଲଟଙ୍କୁ ବୁଝାଇବାକୁ ପ୍ରିୟଙ୍କାଙ୍କ ଉଦ୍ୟମ ଆରମ୍ଭ

ପାଇଲଟଙ୍କୁ ବୁଝାଇବାକୁ ପ୍ରିୟଙ୍କାଙ୍କ ଉଦ୍ୟମ ଆରମ୍ଭ

ରାଜସ୍ଥାନର ରାଜନୀତିରେ ହଟଚମଟ ସୃଷ୍ଟି କରିଥିବା ଉପମୁଖ୍ୟମନ୍ତ୍ରୀ ବା ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି। ଅଣଦେଖା କରାଯାଉଥିବା ଅଭିଯୋଗ କରି ଦଳରୁ ଇସ୍ତଫା ଦେବାକୁ ମନସ୍ଥ କରିଛନ୍ତି ସେ। ଫଳରେ ଦିଲ୍ଲୀରେ ଡେରା ପକାଇଛନ୍ତି ସଚିନ ଓ ତାଙ୍କ ସମର୍ଥକ। ସେପଟେ ନିଜର ମୁଖ୍ୟମନ୍ତ୍ରୀ ପ

ପାଇଲଟଙ୍କୁ ବୁଝାଇବାକୁ ପ୍ରିୟଙ୍କାଙ୍କ ଉଦ୍ୟମ ଆରମ୍ଭ

ନୂଆଦିଲ୍ଲୀ: ରାଜସ୍ଥାନର ରାଜନୀତିରେ ହଟଚମଟ ସୃଷ୍ଟି କରିଥିବା ଉପମୁଖ୍ୟମନ୍ତ୍ରୀ ବା ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି। ଅଣଦେଖା କରାଯାଉଥିବା ଅଭିଯୋଗ କରି ଦଳରୁ ଇସ୍ତଫା ଦେବାକୁ ମନସ୍ଥ କରିଛନ୍ତି ସେ। ଫଳରେ ଦିଲ୍ଲୀରେ ଡେରା ପକାଇଛନ୍ତି ସଚିନ ଓ ତାଙ୍କ ସମର୍ଥକ। ସେପଟେ ନିଜର ମୁଖ୍ୟମନ୍ତ୍ରୀ ପଦକୁ ବଜାୟ ରଖିବାରେ ପ୍ରୟାସ ଜାରି ରଖିଛନ୍ତି। ନିଜ ବାସଭବନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ବାରମ୍ବାର ବିଧାୟକମାନଙ୍କ ବୈଠକ ମଧ୍ୟ ଜାରି ରଖିଛନ୍ତି। 

ସେପଟେ ଗେହଲୋଟ ଓ ପାଇଲଟଙ୍କ ମଧ୍ୟରେ ଦେଖାଦେଇଥିବା ସମସ୍ୟାକୁ ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ରାଜସ୍ଥାନ ସଙ୍କଟର ସମାଧାନ ପାଇଁ ପ୍ରିୟଙ୍କାଙ୍କୁ ଦାୟିତ୍ୱ ଦିଆଯାଇଛି। ସଚିନ ପାଇଲଟଙ୍କ ସହ ଏକ ଫୋନ୍ ଯୋଗେ ପ୍ରିୟଙ୍କା ଆଲୋଚନା କରିଛନ୍ତି।

ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ଅଶୋକ ଗେହଲୋଟଙ୍କ ସହ ଫୋନରେ ମଧ୍ୟ ଆଲୋଚନା କରିଛନ୍ତି। ସଚିନ ପାଇଲଟ ଏବଂ ଅଶୋକ ଗେହଲୋଟଙ୍କ ମଧ୍ୟରେ ଆପୋଷ ବୁଝାମଣା କରିବାକୁ କଂଗ୍ରେସ ଚେଷ୍ଟା କରୁଛି। ଏହାପୂର୍ବରୁ ଜୟପୁରର ସିଏମ୍ ବାସଭବନରେ ୧୦୧ କଂଗ୍ରେସ ବିଧାୟକ କଂଗ୍ରେସ ବିଧାନସଭା ପାର୍ଟି ବୈଠକରେ ପହଞ୍ଚିଛନ୍ତି। ଏହି ସଭାରେ ସଚିନ୍ ପାଇଲଟ୍ କ୍ୟାମ୍ପର ୧୦ ଜଣ ବିଧାୟକ ମଧ୍ୟ ସାମିଲ ହୋଇଛନ୍ତି।

Add Zee News as a Preferred Source

ଏହା ପୂର୍ବରୁ ଗେହଲଟ ସରକାର ଉପରେ ଚାଲିଥିବା ସଙ୍କଟକୁ ଦୂର କରିବା ପାଇଁ ରାଜସ୍ଥାନରେ ପହଞ୍ଚିଥିବା କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସଚିନ ପାଇଲଟଙ୍କ ପାଇଁ କଂଗ୍ରେସର ଦ୍ୱାର ସବୁବେଳେ ଖୋଲା ରହିଛି। ଯଦି ସଚିନ ପାଇଲଟଙ୍କର କୌଣସି ଅଭିଯୋଗ ଅଛି, ତେବେ ଦଳୀୟ ବୈଠକରେ ନିଜର ମତ ଉପସ୍ଥାପନ କରିପାରିବ। ସୁରଜେୱାଲା କହିଛନ୍ତି ଯେ ଗତ ୪୮ ଘଣ୍ଟା ମଧ୍ୟରେ ସଚିନ ପାଇଲଟଙ୍କୁ ଅନେକ ଥର ଆଲୋଚନା କରାଯାଇଛି।

About the Author