ଏଠାରେ କହି ରଖୁଛୁ ଯେ, ୟୁପିରେ ନୂତନ ଶିଳ୍ପ ନିବେଶ କରିବା ପାଇଁ ଏବଂ ପୂର୍ବରୁ ପ୍ରତିଷ୍ଠିତ ଶିଳ୍ପ ପ୍ରତିଷ୍ଠାନ ଓ କାରଖାନା ପାଇଁ ଶ୍ରମ ନିୟମରେ ୧୦୦୦ ଦିନ ଅର୍ଥାତ୍ ତିନି ବର୍ଷ ପାଇଁ ଏକ ଅସ୍ଥାୟୀ ଛୁଟ୍ ଘୋଷଣା କରାଯାଇଥିଲା । ଯାହାକୁ ତୁରନ୍ତ ବାତିଲ କରିବାକୁ ପ୍ରିୟଙ୍କା ଗାନ୍ଧୀ ଦାବି କରିଛନ୍ତି ।
Trending Photos
ନୂଆଦିଲ୍ଲୀ: କୋରୋନା ସଙ୍କଟ ଯୋଗୁଁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଚାଲିଛି । ଅନ୍ୟପକ୍ଷରେ ଦେଶର ଅର୍ଥବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଓ ଏହି ସଙ୍କଟକାଳକୁ ଏକ ସୁଯୋଗରେ ପରିଣତ କରିବା ପାଇଁ ଅନେକ ରାଜ୍ୟ ମଧ୍ୟ ଶ୍ରମ ଆଇନକୁ କୋହଳ କରିବାରେ ଲାଗିଛନ୍ତି । ୟୁପିରେ କିଛି ରିହାତି ମଧ୍ୟ ଘୋଷଣା କରାଯାଇଛି । ଅନ୍ୟପକ୍ଷେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏହି ଛୁଟର ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଆଉ ସେ ଯୋଗୀ ସରକାରଙ୍କୁ ଘେରି ରହିବାକୁ ଚେଷ୍ଟା କରିଛନ୍ତି ।
यूपी सरकार द्वारा श्रम कानूनों में किए गए बदलावों को तुरंत रद्द किया जाना चाहिए।
आप मजदूरों की मदद करने के लिए तैयार नहीं हो। आप उनके परिवार को कोई सुरक्षा कवच नहीं दे रहे।
अब आप उनके अधिकारों को कुचलने के लिए कानून बना रहे हो।
मजदूर देश निर्माता हैं, आपके बंधक नहीं हैं।
— Priyanka Gandhi Vadra (@priyankagandhi) May 8, 2020
ଏଠାରେ କହି ରଖୁଛୁ ଯେ, ୟୁପିରେ ନୂତନ ଶିଳ୍ପ ନିବେଶ କରିବା ପାଇଁ ଏବଂ ପୂର୍ବରୁ ପ୍ରତିଷ୍ଠିତ ଶିଳ୍ପ ପ୍ରତିଷ୍ଠାନ ଓ କାରଖାନା ପାଇଁ ଶ୍ରମ ନିୟମରେ ୧୦୦୦ ଦିନ ଅର୍ଥାତ୍ ତିନି ବର୍ଷ ପାଇଁ ଏକ ଅସ୍ଥାୟୀ ଛୁଟ୍ ଘୋଷଣା କରାଯାଇଥିଲା । ଯାହାକୁ ତୁରନ୍ତ ବାତିଲ କରିବାକୁ ପ୍ରିୟଙ୍କା ଗାନ୍ଧୀ ଦାବି କରିଛନ୍ତି ।
ଯୋଗୀ ସରକାରଙ୍କ ଏହି ନିଷ୍ପତ୍ତିକୁ ଉପରେ ପ୍ରଶ୍ନ କରି ଶୁକ୍ରବାର ପ୍ରିୟଙ୍କା ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି ଯେ, "ୟୁପି ସରକାରଙ୍କ ଶ୍ରମ ଆଇନରେ କରାଯାଇଥିବା ପରିବର୍ତ୍ତନକୁ ତୁରନ୍ତ ବାତିଲ କରାଯିବା ଉଚିତ । ଆପଣ ଶ୍ରମିକମାନଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଆପଣ ସେମାନଙ୍କ ପରିବାରକୁ ସୁରକ୍ଷା ପ୍ରଦାନ କରୁନାହାଁନ୍ତି । ବର୍ତ୍ତମାନ ଆପଣ ସେମାନଙ୍କର ଅଧିକାରକୁ ଶେଷ କରିବା ପାଇଁ ଆଇନ ପ୍ରସ୍ତୁତ କରୁଛନ୍ତି । ଶ୍ରମିକମାନେ ଦେଶର ସୃଷ୍ଟିକର୍ତ୍ତା, ଆପଣଙ୍କ ବନ୍ଧକ ନୁହଁନ୍ତି ।"