Advertisement
Article Detail0/zeeodisha/odisha865839

ଆସନ୍ତାକାଲିଠୁ ୨ ଦିନ ବ୍ୟାଙ୍କ ବନ୍ଦ

ଷ୍ଟ୍ରାଇକ ବେଳେ ICICI, HDFC, Kotak Mahindra, Axis ଓ IndusInd ପରି ବ୍ୟାଙ୍କ ଖୋଲା ରହିବ। କିନ୍ତୁ ଏହିସବୁ ବ୍ୟାଙ୍କରେ ଏକତୃତୀୟାଶଃ ଗ୍ରାହକ ନିର୍ଭର କରନ୍ତି। ତେଣୁ ବ୍ୟାଙ୍କିଂ ସେବା ଅନେକ ମାତ୍ରାରେ ବାଧାପ୍ରାପ୍ତ ହେବ। 

 

ପ୍ରତିକାତ୍ମକ ଫଟୋ
ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ପୁଣି ବାଧାପ୍ରାପ୍ତ ହେବ ବ୍ୟାଙ୍କ ସେବା। ମାର୍ଚ୍ଚ ୧୩ ଓ ୧୪ ଶନିବାର ଓ ରବିବାର ପାଇଁ  ବ୍ୟାଙ୍କ ଛୁଟି ଥିବା ବେଳେ ସୋମବାର ଓ ମଙ୍ଗବାର ବି ବନ୍ଦ ରହିବ। ସରକାରୀ ବ୍ୟାଙ୍କର ଘୋରୋଇକରଣକୁ ବିରୋଧ କରି ବ୍ୟାଙ୍କ କର୍ମଚାରୀମାନେ ମାର୍ଚ୍ଚ ୧୫ ଓ ୧୬ ତାରିଖରେ ବନ୍ଦ ଡାକରା ଦେଇଛନ୍ତି। ଏହି ବନ୍ଦରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀ ସାମିଲ ହେବା ନେଇ ଅନୁମାନ କରାଯାଉଛି।

ବ୍ୟାଙ୍କ କର୍ମଚାରୀଙ୍କ ବନ୍ଦ ପାଳନ (Bank Strike) ପାଇଁ ଲଗାତାର ୪ ଦିନ ସେବା ଠପ ହେବ। ଫଳରେ କୋଟିକୋଟି ଗ୍ରାହକ ଓ ସାଧାରଣ ଜନତା ଅନେକ ସମସ୍ୟାର ସମ୍ମୁଖୀନ ହେବେ। ବିଶେଷ କରି ଶାଖାରେ ଜମା, ଉଠାଣ, ଚେକ୍ ଡ୍ର, ଋଣ ଆବେଦନ ପରି ସେବା ବାଧାପ୍ରାପ୍ତ ହେବ। କିନ୍ତୁ ATMରେ ଟଙ୍କା ଜମା ଓ ଉଠାଣ ହୋଇପାରିବ। ସେଥିରେ କୌଣସି ଅସୁବିଧା ହେବ ନାହିଁ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଷ୍ଟ୍ରାଇକ ବେଳେ ICICI, HDFC, Kotak Mahindra, Axis ଓ IndusInd ପରି ବ୍ୟାଙ୍କ ଖୋଲା ରହିବ। କିନ୍ତୁ ଏହିସବୁ ବ୍ୟାଙ୍କରେ ଏକତୃତୀୟାଶଃ ଗ୍ରାହକ ନିର୍ଭର କରନ୍ତି। ତେଣୁ ବ୍ୟାଙ୍କିଂ ସେବା ଅନେକ ମାତ୍ରାରେ ବାଧାପ୍ରାପ୍ତ ହେବ। 

Also Read: ନରକଙ୍କାଳର ଆସିଲା ପୋଷ୍ଟମର୍ଟମ ରିପୋର୍ଟ

Add Zee News as a Preferred Source

ବ୍ୟାଙ୍କର ଘରୋଇକରଣ (privatization of banks) କୁ ବିରୋଧ କରି The United Forum of Bank Unions (UFBU) ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଗତ ମାସରେ ଅର୍ଥାତ ବଜେଟ ୨୦୨୧-୨୨ର ଆଲୋଚନା (budget speech) ବେଳେ ୨ଟି ବ୍ୟାଙ୍କର ଘରୋଇକରଣ ହେବ। ନଚେତ ସୁଦୃଢ ଅର୍ଥନୀତି ଥିବା ଅନ୍ୟ ବ୍ୟାଙ୍କ ସହ ତାର ମିଶ୍ରଣ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) ଘୋଷଣା କରିଥିଲେ। ଏହାରି ପରେ ୟୁନିୟନ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ବନ୍ଦ ଡାକରାଦେଇଥିଲା। 

ଗତ ୪ ବର୍ଷ ମଧ୍ୟରେ ୧୪ଟି ସରକାରୀ ବ୍ୟାଙ୍କ (Public sector Bank) କୁ ମିଶ୍ରଣ କରିଛନ୍ତି। ୨୦୧୯ରେ IDBI ବ୍ୟାଙ୍କର ଏକ ବଡ ଅଂଶଧନ LICକୁ ବିକ୍ରି କରିଛନ୍ତି। ସେଥିରୁ ୧.୭୫ ଲକ୍ଷ କୋଟି ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଭଳି ଭାବରେ ବ୍ୟାଙ୍କ ଗୁଡିକୁ ଘରୋଇକରଣ ବା ମିଶ୍ରଣ କରିବା ଦ୍ୱାରା କର୍ମଚାରୀମାନେ ଚାକିରି ହରେଇବା ବା ଛଟେଇ ହେବାର ଆଶଙ୍କା ରହୁଛି। ତେଣୁ ସେମାନେ ସରକାରଙ୍କ ଘରୋଇକରଣ ନୀତିକୁ ବିରୋଧ କରୁଛନ୍ତି।

 

 

 

 

 

 

 

About the Author