ପିଏମ ମୋଦିଙ୍କ ସେହି କେଇପଦ କଥା, ଯାହା ଲେଖି ଦେଇଥିଲା ପୁଲୱାମା ପ୍ରତିଶୋଧର କାହାଣୀ
Advertisement

ପିଏମ ମୋଦିଙ୍କ ସେହି କେଇପଦ କଥା, ଯାହା ଲେଖି ଦେଇଥିଲା ପୁଲୱାମା ପ୍ରତିଶୋଧର କାହାଣୀ

Pulwama Terror Attack 3rd Anniversary: ଆଜି ମନେ ପଡୁଛି ଶହୀଦଙ୍କ ତ୍ୟାଗ ଓ ବଳିଦାନର କାହାଣୀ । ଆଉ ଏସବୁ ଭିତରେ ମୋଦିଙ୍କ ସେହି କେଇପଦ କଥା ମଧ୍ୟ ଆଖି ସାମ୍ନାରେ ନାଚି ଉଠୁଛି ।  ୪୦ ଯବାନଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଦେଖି ଦେଶବାସୀ ପ୍ରତିଶୋଧର ନିଆଁରେ ଜଳୁଥାନ୍ତି । ଆତଙ୍କବାଦୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି ହେଉଥାଏ ।

ପିଏମ ମୋଦିଙ୍କ ସେହି କେଇପଦ କଥା, ଯାହା ଲେଖି ଦେଇଥିଲା ପୁଲୱାମା ପ୍ରତିଶୋଧର କାହାଣୀ

ନୂଆଦିଲ୍ଲୀ: Pulwama Terror Attack 3rd Anniversary: ଯେତେବେଳେ ପୁଲୱାମା ଆକ୍ରମଣ (Pulwama Terror Attack 2019) ଘଟଣାକୁ ନେଇ ଦେଶବାସୀଙ୍କ ଭିତରେ ପ୍ରତିଶୋଧର ନିଆଁ ଜଳୁଥାଏ, ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଦେଇଥିଲେ ଆତଙ୍କବାଦୀ (Terrorist) ଙ୍କୁ କଡ଼ା ଚେତାବନୀ । ଆଉ ମୋଦି (PM Modi) ଙ୍କ ଏହି କିଛି ପଦ କଥା ହିଁ ଲେଖିଥିଲା ପୁଲୱାମା ଆକ୍ରମଣର ପ୍ରତିଶୋଧ କାହାଣୀ । ଆଜି ପୁଲୱାମା ଆକ୍ରମଣକୁ ତିନି ବର୍ଷ ପୁରିଛି । ମନେ ପଡୁଛି ଶହୀଦଙ୍କ ତ୍ୟାଗ ଓ ବଳିଦାନର କାହାଣୀ । ଆଉ ଏସବୁ ଭିତରେ ମୋଦିଙ୍କ ସେହି କେଇପଦ କଥା ମଧ୍ୟ ଆଖି ସାମ୍ନାରେ ନାଚି ଉଠୁଛି । 

୪୦ ଯବାନଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଦେଖି ଦେଶବାସୀ ପ୍ରତିଶୋଧର ନିଆଁରେ ଜଳୁଥାନ୍ତି । ଆତଙ୍କବାଦୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି ହେଉଥାଏ ।
 
ଆଉ ଏହାରି ଭିତରେ ଦେଶବାସୀଙ୍କୁ ସମ୍ମୋଧନ କରିଥିଲେ ପ୍ରଧାନମନ୍ତ୍ରୀ । ଏଭଳି ଏକ ଘଟଣା ପରେ ମୋଦି କିଛି କୁହନ୍ତୁ, ଏକଥା ଦେଶବାସୀ ଆଶା କରିବା ସ୍ୱଭାବିକ କଥା । ଆଉ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପୁଲୱାମା ଆକ୍ରମଣକୁ ନେଇ ବିଭିନ୍ନ ସଭାରୁ ଆତଙ୍କବାଦୀଙ୍କୁ ଦେଇଥିଲେ କଡ଼ା ଚେତାବନୀ । 

ମୋଦିଙ୍କ ସେହି କେଇପଦ କଥା...

୧୬ ଫେବୃଆରୀ

ପୁଲୱାମା ଆକ୍ରମଣକାରୀଙ୍କୁ କେଉଁ ଦଣ୍ଡ ଦିଆଯିବ, ତାହା ଆମ ଯବାନ ନିଷ୍ପତ୍ତି ନେବେ । 

ଆପଣଙ୍କ ଆଖିରେ ଯେଉଁ ଲୁହ ବହୁଛି, ତାର ଜବାବ ନିଆଯିବ । 

ଏହା ବି ପଢ଼ନ୍ତୁ:-ଦେଶର ଏପରି ୬ଟି ସ୍ଥାନ, ଯେଉଁଠାରେ ଭାରତୀୟଙ୍କୁ ମିଳି ନଥାଏ ଏଣ୍ଟ୍ରି; କେବଳ ଏମାନଙ୍କୁ ରହିଛି ପ୍ରବେଶ ଅନୁମତି

୧୭ ଫେବୃଆରୀ

ଆପଣଙ୍କ ହୃଦୟରେ ଯେଉଁ ନିଆଁ ଜଳୁଛି, ତାହା ମୋ ହୃଦୟରେ ମଧ୍ୟ ଅଛି । 
ଖୋଜି ଖୋଜି ବଦଲା ନେବା ମୋ ପ୍ରକୃତି, ଆମ ସିଦ୍ଧାନ୍ତ । ଆମେ ଘରକୁ ପଶି ମାରିବୁ ।  ମୋଦିଙ୍କ ଏହି ଭାଷଣ କେବଳ କଥାରେ ସୀମିତ ନଥିଲା । ୨୭ ଫେବୃଆରୀରେ ପାକିସ୍ତାନ ବାଲାକୋଟରେ ଥିବା ଆତଙ୍କୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ କରିଥିଲା ଭାରତ ।