Bridge Collapse: ୫୦ରୁ ଅଧିକ ଲୋକ ଥିଲେ ସେତୁ ଉପରେ, ହଠାତ୍ ଭୁଶୁଡିଲା
Advertisement
Article Detail0/zeeodisha/odisha2802071

Bridge Collapse: ୫୦ରୁ ଅଧିକ ଲୋକ ଥିଲେ ସେତୁ ଉପରେ, ହଠାତ୍ ଭୁଶୁଡିଲା

Pune Bridge Collapse: ସେତୁ ଭୁଶୁଡ଼ି ପଡ଼ିବା ପରେ ଘଟଣାସ୍ଥଳରେ ଚିତ୍କାର ଶୁଣିବାକୁ ମିଳିଥିଲା । କିଛି ଲୋକ ଜୀବନ ବଞ୍ଚାଇବାରେ ସଫଳ ହୋଇଥିବା ସମୟରେ ଆଉ କିଛି ଲୋକ ସେତୁ ସହିତ ନଦୀରେ ପଡ଼ି ଯାଇଥିଲେ। ସେହି ସମୟରେ ନଦୀରେ ପ୍ରବଳ ସ୍ରୋତ ଥିଲା। 

Bridge Collapse: ୫୦ରୁ ଅଧିକ ଲୋକ ଥିଲେ ସେତୁ ଉପରେ, ହଠାତ୍ ଭୁଶୁଡିଲା

Pune Bridge Collapse: ଆଜି ମହାରାଷ୍ଟ୍ରର ପୁଣେରେ ଏକ ବଡ଼ ଦୁର୍ଘଟଣା ଘଟିଛି । କୁଣ୍ଡମାଲା ପର୍ଯ୍ୟଟନସ୍ଥଳରେ ଏକ ଲୁହା ପୋଲ ଭୁଶୁଡ଼ିବା କାରଣରୁ କିଛି ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ତେବେ ମୃତକଙ୍କ ସଂଖ୍ୟା ସରକାରୀ ସ୍ତରରେ ପ୍ରକାଶ କରାଯାଇ ନାହିଁ। ଏହି ଘଟଣାରେ ୨୦ ରୁ ୨୫ ଜଣ ପର୍ଯ୍ୟଟକ ଭାସି ଯାଇଥିବା ଆଶଙ୍କା କରାଯାଉଛି। ତିନି ଦିନ ଧରି ପୁଣେରେ ଲଗାତାର ବର୍ଷା ହେଉଛି। ଏହି କାରଣରୁ ଜିଲ୍ଲାର ନଦୀଗୁଡ଼ିକ ଅଧିକ ଜଳ ପ୍ରବାହିତ ହୋଇଛି। 

ପ୍ରବଳ ବର୍ଷା ଯୋଗୁଁ ଇନ୍ଦ୍ରାୟଣୀ ନଦୀ ମଧ୍ୟ ଉଛୁଳୁଛି । ବର୍ଷା ଆରମ୍ଭ ହେବା ମାତ୍ରେ ଅନେକ ଲୋକ ନଦୀ କୂଳ କିମ୍ବା ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଯାଇଥାନ୍ତି । ତେବେ ଠିକ୍ ଏହିପରି ସମୟରେ ତାଲେଗାଓଁ ଦାଭାଡେ ସହର ନିକଟବର୍ତ୍ତୀ କୁଣ୍ଡମାଲାରେ ଘଟିଛି ଅଘଟଣ ।

କୁଣ୍ଡମାଲା ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ହୋଇଥିବାରୁ ଆଜି ରବିବାର ଅବସରରେ ପ୍ରାୟ ୪ ହଜାର ପର୍ଯ୍ୟଟକ ସେଠାକୁ ଆସିଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଯେତେବେଳେ ସେତୁଟି ଭୁଶୁଡ଼ି ପଡ଼ିଥିଲା, ସେତେବେଳେ ସେତୁ ଉପରେ ପ୍ରାୟ ୧୦୦ ଜଣ ପର୍ଯ୍ୟଟକ ରହିଥିଲେ। ୩୦ ବର୍ଷର ପୁରୁଣା ଏହି ସେତୁଟି ଲୁହାରେ ତିଆରି । କିନ୍ତୁ ଆଜି ହଠାତ୍ ଏହି ସେତୁଟି ଖସି ପଡ଼ିଥିଲା। ଏହି ସେତୁ ଉପରେ କିଛି ଲୋକ ଦୁଇ ଚକିଆ ଯାନରେ ମଧ୍ୟ ଯିବା ଆସିବା କରୁଥିଲେ।

ସେତୁ ଭୁଶୁଡ଼ି ପଡ଼ିବା ପରେ ଘଟଣାସ୍ଥଳରେ ଚିତ୍କାର ଶୁଣିବାକୁ ମିଳିଥିଲା । କିଛି ଲୋକ ଜୀବନ ବଞ୍ଚାଇବାରେ ସଫଳ ହୋଇଥିବା ସମୟରେ ଆଉ କିଛି ଲୋକ ସେତୁ ସହିତ ନଦୀରେ ପଡ଼ି ଯାଇଥିଲେ। ସେହି ସମୟରେ ନଦୀରେ ପ୍ରବଳ ସ୍ରୋତ ଥିଲା। ତେଣୁ ନଦୀର ସ୍ରୋତରେ କିଛି ଲୋକ ଭାସି ଯାଇଥିବା ଆଶଙ୍କା କରାଯାଉଛି। ସେତୁ ଭାଙ୍ଗିବା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ନଦୀରେ ଭାସୁଥିବା ଲୋକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଦୁର୍ଘଟଣାଟି ବଡ଼ ହୋଇଥିବା କାରଣରୁ ପ୍ରଶାସନକୁ ଏବାବଦରେ ତୁରନ୍ତ ସୂଚନା ଦିଆଯାଇଥିଲା। ଏହା ପରେ NDRF ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଆମେ ବହୁତ ଦିନ ଧରି ଏକ ନୂଆ ସେତୁ ନିର୍ମାଣ ପାଇଁ ଦାବି କରିଆସୁଛୁ। କିନ୍ତୁ ଆଜି ପର୍ଯ୍ୟନ୍ତ ତାହାର ସମାଧାନ ହୋଇପାରିନାହିଁ । ଆଜି ଅପରାହ୍ନ ପ୍ରାୟ ୪ଟାରେ ଏହି ସେତୁ ଭୁଶୁଡ଼ି ପଡ଼ିଥିଲା । ଅନ୍ୟପଟେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଦୁର୍ଘଟଣା ପରେ କିଛି ଲୋକଙ୍କୁ ଉଦ୍ଧାର କରାଯାଇଛି ଏବଂ ଦୁଇଜଣଙ୍କ ମୃତ୍ୟୁ ହୋଇଛି। କିଛି ଏବେ ବି ଫସି ରହିଛନ୍ତି। ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ପୁନେ ଜିଲ୍ଲାର ତାଲେଗାଓଁ ନିକଟବର୍ତ୍ତୀ ଇନ୍ଦୋରୀରେ ଇନ୍ଦ୍ରାୟଣୀ ନଦୀ ଉପରେ ପୋଲ ଭୁଶୁଡ଼ି ପଡ଼ିବା ଘଟଣା ପାଇଁ ମୁଁ ଗଭୀର ଦୁଃଖିତ। ଏହି ଘଟଣା ସମ୍ପର୍କରେ ମୁଁ ବିଭାଗୀୟ କମିଶନର, ଜିଲ୍ଲା କଲେକ୍ଟର, ପୋଲିସ ଅଧୀକ୍ଷକ ଏବଂ ସମ୍ପୃକ୍ତ ତହସିଲଦାରଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛି। କିଛି ଲୋକ ଭାସି ଯାଇଥିବାରୁ, ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ କରାଯାଉଛି। 

Also Read- Lightning Strike: ରଜରେ ବଜ୍ରାଘାତ, ଗଲା ୩ ଜୀବନ

Also Read- Weekly Tarot Reading: ନୂଆ ସପ୍ତାହରେ ଭଦ୍ରା ରାଜଯୋଗ, ଜାଣନ୍ତୁ ସମସ୍ତ ରାଶିର ଭାଗ୍ୟଫଳ

;