କୃଷି ଆଇନକୁ ବିରୋଧ; ୧୨ ଦିନରେ ଚାଷୀଙ୍କ 'ରେଳ ରୋକ' ଆନ୍ଦୋଳନ
Advertisement

କୃଷି ଆଇନକୁ ବିରୋଧ; ୧୨ ଦିନରେ ଚାଷୀଙ୍କ 'ରେଳ ରୋକ' ଆନ୍ଦୋଳନ

ସଂଶୋଧିତ କୃଷି ଆଇନକୁ ନେଇ ଅସନ୍ତୋଷ ପଞ୍ଜବ ଚାଷୀ। ୧୨ ଦିନ ହେଲା ଦେବିଦାସପୁର ନିକଟରେ ରେଳ ରୋକ ଆନ୍ଦୋଳନ କରୁଛନ୍ତି।

 

କୃଷି ଆଇନକୁ ବିରୋଧ; ୧୨ ଦିନରେ ଚାଷୀଙ୍କ 'ରେଳ ରୋକ' ଆନ୍ଦୋଳନ

ଅମ୍ରିତସର: ନିକଟରେ ମୋଦି ସରକାର ୩ଟି କୃଷି ବିଲକୁ ସଂସଦରେ ପାରିତ କରିଛନ୍ତି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ବି ପରିଣତ ହୋଇସାରିଛି। କିନ୍ତୁ ଏହି ଆଇନକୁ ଆରମ୍ଭରୁ ବିରୋଧ କରି ଆସୁଛନ୍ତି ଚାଷୀ କୂଳ। ଶୋଷଧିତ ଆଇନ ଚାଷୀଙ୍କ ହିତରେ ନୁହିଁ ବିରୋଧରେ ତିଆରି କରାଯାଇ ଥିବା ଅଭିଯୋଗ ଆଣି ଦେଶର ବିଭିନ୍ନସ୍ଥାନରେ ସେମାନେ ଆନ୍ଦୋଳନ କରୁଛନ୍ତି।

ପଞ୍ଜାବର ଦେବୀଦାସପୁର ନିକଟରେ କିସାନ ମଜଦୁର ସଙ୍ଘର୍ଷ କମିଟି ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ୧୨ ଦିନ ହେଲା ସେମାନେ ଦିନ ରାତି ରେଳ ଟ୍ରାକ ଉପରେ ଧାରଣାରେ ବସିଛନ୍ତି। କ୍ୟାଣ୍ଡେଲ ଜାଳି କୃଷି ଆଇନକୁ ବିରୋଧ କରିବା ସହ ତାହାକୁ ପ୍ରତ୍ୟାହାର କରିବାକୁ ସରକାରଙ୍କୁ ଦାବି ଜଣାଇଛନ୍ତି।

ରେଳ ରୋକ ଆନ୍ଦୋଳନ ଅବଧି ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସରକାର କୃଷକ ବିରୋଧି ଆଇନ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଚାଷୀଙ୍କ ଭାବନୁବେଗକୁ ନେଇ ରାଜନୈତିକ ଦଳଗୁଡିକ ରାନିନୀତି ଷ୍ଟଣ୍ଟ କରୁଛନ୍ତି। ଯଦି ଆମ ପ୍ରତି ସେମାନଙ୍କ ଏତେ ଦରଦ ତେବେ ସଂସଦରେ କୃଷକଙ୍କ ସମସ୍ୟ ବିଷୟରେ ଚର୍ଚ୍ଚା କରନ୍ତୁ ବୋଲି କମିଟିର ସମ୍ପାଦକ ସୁଖବିନ୍ଦର ସିଂହ କହିଛିନ୍ତି।

ସୂଚନାଯୋଗ୍ୟ, ଗତ ସଂସଦୀୟ ଅଧିବେସନରେ କେନ୍ଦ୍ର ସରକାର ତରବରିଆ ଭାବେ ୩ଟି କୃଷି ବିଲକୁ ଉଭୟ ଗୃହରେ ପରିତ କରିଥିଲେ। ବିରୋଧିଙ୍କ ଅନୁପସ୍ଥିତିରେ ବିଲ ଉପସ୍ଥାପନା କରାଯାଇଥିଲା। ଏହାକୁ ବିରୋଧ କରି ୮ ଜଣ ସାଂସଦଙ୍କୁ ଅଧିବେସନରୁ ନିଲମ୍ବିତ ହୋଇ ଗାନ୍ଧୀ ପ୍ରତିମୂର୍ତ୍ତି ଆଗରେ ଧାରଣା ଦେଇଥିଲେ। କିନ୍ତୁ ସରକାରଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିନଥିଲା।

ନୂଆ କୃଷି ଆଇନ ଅନୁସାରେ, କୃଷକ ତାର ଫସଲକୁ ଦେଶର ଯେକୌଣସି ସ୍ଥାନରେ ବିକ୍ରି କରିପାରିବ। ଘରୋଇ ସଂସ୍ଥାର କ୍ରୟ ଓ ଗଚ୍ଛିତ ଉପରେ କୌଣସି ଅଙ୍କୁଶ ରହିବା ନାହିଁ। ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ ପଡିଲା ଆଳୁ, ପିଆଜ। ସେପଟେ ଏହି ଆଇନ ଆସିବା ପରେ ଚାଷୀ ନିଜ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପାଇବେ ନାହିଁ ବୋଲି ଆଶଙ୍କା କରୁଛନ୍ତି।