ଏହି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଚାଷୀଙ୍କର ମାଫ୍ ହେବ ୨୫ ହଜାର ଟଙ୍କାର ଋଣ
Advertisement

ଏହି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଚାଷୀଙ୍କର ମାଫ୍ ହେବ ୨୫ ହଜାର ଟଙ୍କାର ଋଣ

ସେପ୍ଟେମ୍ବର ୨୯ରେ ରାଜ୍ୟର ୫୩ ଲକ୍ଷ ଲୋକଙ୍କ ବିଦ୍ୟୁତ୍ ବିଲ୍ (Electricity Bill) ଦେୟ ଛାଡ କରିବାକୁ ସିଏମ୍ ଘୋଷଣା କରିଥିଲା । 

ଏହି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଚାଷୀଙ୍କର ମାଫ୍ ହେବ ୨୫ ହଜାର ଟଙ୍କାର ଋଣ

ନୂଆଦିଲ୍ଲୀ: Farm Loan Waiver: ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ଚରଣଜିତ ସିଂ ଚାନ୍ନି (Punjab CM Charanjit Singh Channi) ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ବିଗତ ଦିନରେ ଚାଷୀଙ୍କ ବିଦ୍ୟୁତ ବିଲ୍ ଓ ପାଣି ବିଲ୍ ଛାଡ଼ କରିବାର ଘୋଷଣା କରିଥିଲେ । ବର୍ତ୍ତମାନ ଏହି ପର୍ଯ୍ୟାୟରେ ସିଏମ୍ ଚାନ୍ନି ରବିବାର ଚାଷୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟର ସମସ୍ତ କ୍ଷୁଦ୍ର ଚାଷୀଙ୍କ ପାଇଁ ଋଣ ଛାଡ (Farm Loan Waiver) ଘୋଷଣା କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି ଘୋଷଣା କରିଛନ୍ତି ଯେ ବର୍ତ୍ତମାନ କ୍ଷୁଦ୍ର ଚାଷୀଙ୍କ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କରାଯିବ । ଏଥି ସହିତ ଶନିବାର ରେଲୱେ ଟ୍ରାକରେ ଧାରଣାରକୁ ନେଇ ଚାଷୀଙ୍କ ବିରୋଧରେ ଆରପିଏଫ ଦ୍ୱାରା ପଞ୍ଜୀକୃତ ମାମଲା ପ୍ରତ୍ୟାହାର କରିବାକୁ ମଧ୍ୟ ସିଏମ ନିର୍ଦ୍ଦେଶ ଦେଇଛନ୍ତି । ସିଏମ ଆରଏମଏଫ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଶୀଘ୍ର ମାମଲା ପ୍ରତ୍ୟାହାର କରିବାକୁ କହିଛନ୍ତି ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୯ରେ ରାଜ୍ୟର ୫୩ ଲକ୍ଷ ଲୋକଙ୍କ ବିଦ୍ୟୁତ୍ ବିଲ୍ (Electricity Bill) ଦେୟ ଛାଡ କରିବାକୁ ସିଏମ୍ ଘୋଷଣା କରିଥିଲା । ସରକାରଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ୨ କେଭି ୱାଟ ପର୍ଯ୍ୟନ୍ତ ଗ୍ରାହକଙ୍କ ବକେୟା ସରକାର ପ୍ରଦାନ କରିବେ । ତେବେ ବର୍ତ୍ତମାନ ଗୋଟିଏ ସପ୍ତାହ ପରେ କଂଗ୍ରେସ ସରକାର ଚାଷୀଙ୍କ ସ୍ୱାର୍ଥରେ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ।  

ସେତେବେଳେ ଚାନ୍ନି (Charanjit Singh Channi) କହିଥିଲେ ଯେ, "2KW ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ଛାଡ କରାଯିବ ଓ ଯେଉଁମାନଙ୍କ ସଂଯୋଗ କଟା ଯାଇଛି, ସେମାନଙ୍କ କନେକଶନ ଲଗାଯିବ । ଏହା ସହିତ ସରକାର ବକେୟା ବିଲ୍ ଦେବେ । ଏହା ଦ୍ୱାରା ସରକାରୀ କୋଷ ଉପରେ ପ୍ରାୟ ୧୨୦୦ କୋଟି ଟଙ୍କା ବୋଝ ପକାଇବ । ରାଜ୍ୟରେ ୭୫ ପ୍ରତିଶତ ଗ୍ରାହକ ଦୁଇ କିଲୋୱାଟ ପର୍ଯ୍ୟନ୍ତ ଅଛନ୍ତି ।" ସିଏମ୍ ଚାନ୍ନି (Charanjit Singh Channi) କହିଛନ୍ତି ଯେ ରାଜ୍ୟରେ ପ୍ରାୟ ୧ ଲକ୍ଷ ବିଦ୍ୟୁତ ସଂଯୋଗ କଟାଯାଇଛି । ସରକାର ସେମାନଙ୍କର ପୁରୁଣା ବକେୟା ବିଲ୍ ଦେବେ ।

ଅଧିକ ପଢ଼ନ୍ତୁ:-ପାଣ୍ଡୋରା ପେପର ଲିକ୍: ସଚିନ, ଅନିଲ ଅମ୍ବାନୀଙ୍କ ସମେତ ଏହି ସବୁ ସେଲିବ୍ରିଟିଙ୍କ ବିଦେଶୀ ସମ୍ପତ୍ତିର ହେଲା ଖୁଲାସା

ଅଧିକ ପଢ଼ନ୍ତୁ:-କୋରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ମିଳିବ ୫୦ ହଜାର ଟଙ୍କାର କ୍ଷତିପୂରଣ, ୩୦ ଦିନ ମଧ୍ୟରେ ପ୍ରଦାନ କରାଯିବ ରାଶି

ଅନ୍ୟପଟେ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ (punjab election 2022) ସିଏମ୍ ଚରଣଜିତ୍ ସିଂ ଚାନ୍ନିଙ୍କ ଏହି ଘୋଷଣାରୁ ଆମ୍ ଆଦମୀ ପାର୍ଟି (AAP) କୁ ଏକ ବଡ ଝଟକା ଲାଗିଛି । ବାସ୍ତବରେ, ଆମ୍ ଆଦମୀ ପାର୍ଟି ସାଧାରଣ ଲୋକଙ୍କ ସମସ୍ୟା ମଧ୍ୟରୁ 'ବିଦ୍ୟୁତ୍ ବିଲ୍' ଉପରେ ପ୍ରତିଶୃତି ଦେଇଥିଲା । ବର୍ତ୍ତମାନ ନିଜେ ବିଦ୍ୟୁତ୍ ବିଲ୍ ଉପରେ ସିଏମ୍ ଚରଣଜିତ୍ ସିଂ ଚାନ୍ନି ଏକ ବଡ଼ ଘୋଷଣା କରିଛନ୍ତି । ଯାହାର ଲାଭ ଆଗାମୀ ନିର୍ବାଚନରେ କଂଗ୍ରେସକୁ ମିଳିପାରେ ବୋଲି ଅନୁମାନ କରାଯାଉଛି ।