Advertisement
Article Detail0/zeeodisha/odisha669492
Zee OdishaOdisha National-Internationalକୋରୋନା ନେଲା ପଞ୍ଜାବ ପୋଲିସର ACPଙ୍କ ଜୀବନ

କୋରୋନା ନେଲା ପଞ୍ଜାବ ପୋଲିସର ACPଙ୍କ ଜୀବନ

ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ମଧ୍ୟ ତାଙ୍କ ତରଫରୁ ଦୁଃଖ ପ୍ରକାଶ କରିଛି । ମୁଖ୍ୟମନ୍ତ୍ରୀଙ୍କ ତରଫରୁ କୋହଲିଙ୍କ ପରିବାର ପ୍ରତି ସମବେଦନା ଜଣାଯାଇଛି । 

କୋରୋନା ନେଲା ପଞ୍ଜାବ ପୋଲିସର ACPଙ୍କ ଜୀବନ

ନୂଆଦିଲ୍ଲୀ:  ପଞ୍ଜାବ ପୋଲିସରେ ଆସିଷ୍ଟାଣ୍ଟ ପୋଲିସ୍ କମିଶନର (ଏସିପି) ଅନିଲ କୋହଲିଙ୍କ କୋରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ମୃତ୍ୟୁ ଘଟିଛି । କିଛି ଦିନ ପୂର୍ବରୁ ତାଙ୍କୁ ଲୁଧିଆନାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମୃତ୍ୟୁରେ ପଞ୍ଜାବ ପୋଲିସ ଶୋକ ପ୍ରକାଶ କରିଛି । ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ମଧ୍ୟ ତାଙ୍କ ତରଫରୁ ଦୁଃଖ ପ୍ରକାଶ କରିଛି । ମୁଖ୍ୟମନ୍ତ୍ରୀଙ୍କ ତରଫରୁ କୋହଲିଙ୍କ ପରିବାର ପ୍ରତି ସମବେଦନା ଜଣାଯାଇଛି । 

ପଞ୍ଜାବ ପୋଲିସର ଡିଜିପିଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଅନୀଲ କୋହଲିଙ୍କ ମୃତ୍ୟୁରେ ଲେଖାଯାଇଛି ଯେ, 'ଆମ ଭାଇ ଲୁଧିଆନାର ଏସିପି ଅନିଲ କୋହଲି କୋଭିଡ 19 ସହିତ ଲଢ଼ି ପ୍ରାଣ ହରାଇଛନ୍ତି । ଅନୀଲ ତାଙ୍କ ଜୀବନର ୩୦ ବର୍ଷ ପଞ୍ଜାବ ପୋଲିସ ଏବଂ ପଞ୍ଜାବର ଲୋକଙ୍କ ସେବାରେ ଦେଇଛନ୍ତି । ଇଶ୍ୱର ତାଙ୍କର ଆତ୍ମାକୁ ​​ଶାନ୍ତି ପ୍ରଦାନ କରୁ । ଆମେ ତାଙ୍କ ପରିବାର, ସମ୍ପର୍କୀୟ ଏବଂ ତାଙ୍କ ସହିତ କାମ କରିଥିବା ସମସ୍ତଙ୍କ ପାଇଁ ପ୍ରାର୍ଥନା କରୁଛୁ । 

ଏଥି ସହିତ ଲୁଧିଆନାର ଜନସମ୍ପର୍କ ଅଧିକାରୀଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦିଆଯାଇଛି । ଏଥିରେ ଲେଖାଯାଇଛି, 'ଏସିପି ଅନିଲ କୋହଲି କିଛି ଦିନ ପୂର୍ବେ କୋରୋନା ସଂକ୍ରମିତ ହୋଇଥିଲେ । ଶୁକ୍ରବାର ପଞ୍ଜାବ ସରକାର ତାଙ୍କ ପ୍ଲାଜମା ଥେରାପି ପାଇଁ ଅନୁମତି ଦେଇଥିଲେ ।

ଆମେ ଆପଣଙ୍କୁ କହି ରଖୁଛୁ ଯେ, ଶୁକ୍ରବାର ମଧ୍ୟ ପଞ୍ଜାବର ଲୁଧିଆନା ଜିଲ୍ଲାରେ କୋରୋନା ଭାଇରସ ସଂକ୍ରମିତ ଜଣେ ୫୮ ବର୍ଷୀୟ ବ୍ୟକ୍ତି ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ସମୟରେ ମୃତ୍ୟୁବରଣ କରିଛନ୍ତି । ଶୁକ୍ରବାର ରାଜ୍ୟରେ ୧୪ଟି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏହି ସମୟରେ ପଞ୍ଜାବ ସରକାର ଲୁଧିଆନାର ଏକ ଘରୋଇ ଡାକ୍ତରଖାନାକୁ କୋଭିଡ -19 ରୋଗୀଙ୍କ 'ପ୍ଲାଜମା ଚିକିତ୍ସା' କରିବାକୁ ଅନୁମତି ଦେଇଛନ୍ତି । ସରକାର ଦେଇଥିବା ମେଡିକାଲ ବୁଲେଟିନ୍ ଅନୁଯାୟୀ, ଏପର୍ଯ୍ୟନ୍ତ ରାଜ୍ୟରେ ୨୧୧ ଜଣ ଲୋକ ସଂକ୍ରମଣ ହୋଇଥିବା ନିଶ୍ଚିତ ହୋଇଛି । ଲୁଧିଆନାର ସିଭିଲ ସର୍ଜନ ରାଜେଶ ବାଗଗା କହିଛନ୍ତି ଯେ, ରାଜସ୍ୱ ବିଭାଗର ଅଧିକାରୀ ଗୁରୁମେଲ ସିଂ ସଂକ୍ରମିତ ହୋଇ ଗୁରୁବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ କୋରୋନା ସଂକ୍ରମଣ ଯୋଗୁଁ ଏପର୍ଯ୍ୟନ୍ତ ୧୬ ଜଣଙ୍କ ମୃତ୍ୟୁ ଘଟିଛି । 

About the Author