)
1-ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍ ଗୁରୁବାର ସଂନ୍ଧ୍ୟାରେ ଦୁଇ ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କପ ସ୍ବାଗତ କରିଛନ୍ତି। ମୋଦୀ ପୁଟିନ୍ ଙ୍କୁ ସ୍ବାଗତ କରିବା ଲାଗି ପ୍ରୋଟକଲ୍ ଭାଙ୍ଗି ନିଜେ ବିମାନ ବନ୍ଦରକୁ ଯାଇଥିଲେ।
2-ପରେ ସେ ପୁଟିନ୍ ଙ୍କ ସହ ଦରମର୍ଦ୍ଦନ କରିଥିଲେ। ପରେ ସେ ତାଙ୍କୁ କୁଣ୍ତେଇ ପକାଇଥିଲେ। ପରେ ଉଭୟେ ଗୋଟିଏ କାର୍ ରେ ଯାତ୍ରା କରିଥିଲେ। ପରେ ତାଙ୍କୁ ଗାର୍ଡ଼ ଅପ୍ ଅର୍ନର ଦିଆଯାଇଥିଲା। ଏବଂ ରାତିରେ ମଧ୍ୟ ମୋଦୀଙ୍କ ବାସଭବନରେ ମଧ୍ୟ ଏକ ନୈଶ୍ୟ ଭୋଜିର ଆୟୋଜନ କରାଯାଇଥିଲା।
3-ପୁଟିନ୍ ଓ ମୋଦୀଙ୍କ ମଧ୍ୟରେ ଏହି ବନ୍ଧୁତା ସମୟରେ କଷଟି ପଥରରେ ପରକ୍ଷୀତ ଏହା ଆଗକୁ ବଢିବ ବୋଲି ଆଶା କରାଯାଉଛି। ଏହି ଗସ୍ତ ରାଷ୍ଟ୍ରପତି ପୁଟିନ୍ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ବିଭିନ୍ନ ଦ୍ବିପାଖିକ ଏବଂ ଅନ୍ତର୍ତାଜୀୟ ପ୍ରସଙ୍ଗରେ ଆଲୋଚନା ହେବ।
4-ଏହା ସହ ଉଭୟ ଦେଶ ମଧ୍ୟରେ ପ୍ରାୟ ୧୫ଟି ଚୁକ୍ତି ସ୍ବାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି। ଅଧିକାଂଶ ବାଣିଜ୍ୟକ ଚୁକ୍ତି ହେବ। ଏହା ସହିତ ଉଭୟ ଦେଶ କେତେକ ପ୍ରତିରକ୍ଷା ଚୁକ୍ତି ମଧ୍ୟ ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି। ଭାରତ ଋଷିଆରୁ ଅଧିକ ଏସ୍-୪୦୦ ଏୟାସ୍ ଡିଫେନ୍ସ ସିଷ୍ଟମ କିଣିବାକୁ ଚାହୁଁଛି। ଏ ସମମ୍ପର୍କରେ ୨ ଦେଶ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହେବାର ସମ୍ଭାବନା ରହିଛି।
5-ବିଶେଷ ସୂତ୍ରରୁ ଜଣାପଡିଛି ଯେ, ଋଷକୁ ଭାରତୀୟ ରପ୍ତାନୀ ବୃଦ୍ଧି ନେଇ ଆଲୋଚନା ହେବ। ଫାର୍ମା, ଅଟୋମୋବାଇଲ୍, କୃଷି, ସାମୁଦ୍ରିକ ଉତ-ପାଦ ସମେତ ଅନ୍ୟାନ୍ୟ ସାମଗ୍ରୀ ଗୁଡିକ ରପ୍ତାନୀ ବଢାଇବା ଲାଗି ଜୋର୍ ଦିଆଯିବ।
6-ଏକ ବିଶେଷ ସୂତ୍ରରୁ ଜଣାପଡିଛି ଯେ, ଭାତତୀୟ ବ୍ୟବସାୟ ଏବଂ ଉତ୍ପାଦ ପାଇଁ ବଡ଼ ବଜାର ମିଳିବ। ଏବଂ ଏହା ଚାଷୀମାଙ୍କ କଲ୍ୟାଣ କରିବା ସହ ନିଯୁକ୍ତି ବଢାଇବ। ଆଲୋଚନା ବେଳେ ବଜାର ବୃଦ୍ଧିକୁ ପହଞ୍ଚାଇବାକୁ ପ୍ରାଥମିକତା ଦିଆଯିବ।
7-ସେହିପରି, ଉଭୟଙ୍କ ମଧ୍ୟରେ ଏକାଧିକ ଚୁକ୍ତି ଏବଂ ଏମ୍ଓୟୁ ସ୍ବାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି। ନୌସେନା ପରିବହନ, ସ୍ବାସ୍ଥ୍ୟସେବା, ସାର, କନେକ୍ଟିଭିଟି ସମେତ ପ୍ରମୁଖ ସେବା ଗୁଡିକ ଉପରେ ବି ଆଲୋଚନା ହେବ। ଏବଂ ୨୦୨୪-୨୫ ଭାରତ ଋଷକୁ ୪.୯ ବିଲିୟନ୍ ଡଲାର ରେ ସାମଗ୍ରୀ ରପ୍ତାନି କରିଥିଲା। ଏବଂ ସେଠାରୁ ୬୩.୮ ବିଲିୟନ୍ ଡଲାରର ସାମଗ୍ରୀ ଆମଦାନୀ କରିଥିଲା।
8- ଏଥିସହିତ ବାଣିଜ୍ୟକ ନିଅଣ୍ଟ ପାଖାପାଖି ୫୯ ବିଲିୟନ୍ ଡଲାର୍ ରହିଥିଲା। ୨୦୩୦ ସୁଧା ଦ୍ବି-ପାଖିକ ବାଣିଜ୍ୟକୁ ୧୦୦ ବିଲିୟନ୍ ଡଲାରରେ ପହଞ୍ଚାଇବା ପାଇଁ ଉଭୟ ରାଷ୍ଟ୍ର ଲକ୍ଷ୍ୟ ରଖିଛନ୍ତି।
9-ଆଜି ପୁଟିନ୍ ଙ୍କ ଭାରତ ଗସ୍ତର ଦ୍ବିତୀୟ ଦିନ ସେ ଆଜି ରାଷ୍ଟ୍ରପତି ଭବନ ଯିବାର କାର୍ଯ୍ୟକ୍ରମ ରହିଛି। ପରେ ସେ ମହାତ୍ମା ଗାନ୍ଧୀଙ୍କ ସ୍ମାରକୀରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ପାଇଁ ରାଜଘାଟ ଯିବେ। ଏହାପରେ ସେ ହାଇଦ୍ରାବାଦ୍ ହାଉସ୍ ରେ ସମ୍ପୃକ୍ତ ପ୍ରତିନିଧି ମଣ୍ତଳୀ ଓ ମୋଦୀଙ୍କ ସହିତ ଆଲୋଚନା କରିବେ।
10- ଭାରତ-ଋଷିଆ ବାର୍ଷିକ ସମ୍ମିଳନୀରେ ପୁଟିନ୍ ଯୋଗ ଦେବେ। ଏବଂ ସନ୍ଧ୍ୟାରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ପୁଟିନ୍ ଙ୍କ ପାଇଁ ଏକ ଭବ୍ୟ ଭୋଜିର ଆୟୋଜନ କରିଛନ୍ତି। ରାତି ପ୍ରାୟ ୯ଟାରେ ସେ ଭାରତ ଛାଡିବେ ବୋଲି ଆଶା କରାଯାଉଛି।