ବର୍ତ୍ତମାନ ରାହୁଲ ଗାନ୍ଧୀ ପୁଣି ଅଭିଯୋଗ କରିଛନ୍ତି ଯେ, ଦୁଃଖର ବିଷୟ ଏହା ଯେ ଭାରତ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ମିଛ କହୁଛନ୍ତି । ଆପଣ ମିଛ କହି ଦେଶର ସହିଦ ସୈନିକମାନଙ୍କୁ ଅପମାନ କରନ୍ତୁ ନାହିଁ ।
Trending Photos
)
ନୂଆଦିଲ୍ଲୀ: ଚୀନ ସହ ଚାଲିଥିବା ବିବାଦ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ରାହୁଲ ଗୁରୁବାର କହିଛନ୍ତି ଯେ, ଭାରତୀୟ ସୈନିକମାନେ ସୀମାରେ ବିନା ଅସ୍ତ୍ରରେ ଯାଇଥିଲେ । ତେଣୁ ଚୀନ୍ ସେମାନଙ୍କୁ ଧୋକା ଦେଇ ହତ୍ୟା କରିଥିଲା । ସରକାର ଏହାକୁ ଅସ୍ୱୀକାର କରିଛନ୍ତି । କିନ୍ତୁ ବର୍ତ୍ତମାନ ରାହୁଲ ଏହି ଅଭିଯୋଗକୁ ପୁନରାବୃତ୍ତି କରିଛନ୍ତି ।
ଶୁକ୍ରବାର ରାହୁଲ ଗାନ୍ଧୀ ଏକ ଭିଡିଓ ଟ୍ୱିଟ୍ କରିଛନ୍ତି । ଯେଉଁଥିରେ ଗଲୱାନ୍ ଭ୍ୟାଲିରେ ଭାରତ ଓ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷରେ ଆହତ ହୋଇଥିବା ଜଣେ ଯବାନଙ୍କ ପିତା କଥା କହୁଛନ୍ତି । ଆହତ ଯବାନଙ୍କ ବାପା କହୁଛନ୍ତି ଯେ, ସେ ତାଙ୍କ ପୁଅ ସହିତ କଥାବାର୍ତ୍ତା କରିଛନ୍ତି । ଯେଉଁଥିରେ ସେ କହିଥିଲେ ଯେ ସେମାନଙ୍କ ପାଖରେ କୌଣସି ଅସ୍ତ୍ର ନଥିଲା ।
It’s sad to see senior GOI ministers reduced to lying in order to protect the PM.
Don’t insult our martyrs with your lies.#BJPBetraysOurJawans pic.twitter.com/uwrmj1oxq1
— Rahul Gandhi (@RahulGandhi) June 19, 2020
ବର୍ତ୍ତମାନ ରାହୁଲ ଗାନ୍ଧୀ ପୁଣି ଅଭିଯୋଗ କରିଛନ୍ତି ଯେ, ଦୁଃଖର ବିଷୟ ଏହା ଯେ ଭାରତ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ମିଛ କହୁଛନ୍ତି । ଆପଣ ମିଛ କହି ଦେଶର ସହିଦ ସୈନିକମାନଙ୍କୁ ଅପମାନ କରନ୍ତୁ ନାହିଁ ।
ରାହୁଲ ଗାନ୍ଧୀ ଯେଉଁ ଭିଡିଓ ଟ୍ୱିଟ୍ କରିଛନ୍ତି । ସେଥିରେ ଆହତ ଯବାନଙ୍କ ପିତା ବଲୱନ୍ତ ସିଂଙ୍କ ଅନୁଯାୟୀ, ତାଙ୍କ ପୁଅ ତାଙ୍କୁ କହିଛନ୍ତି ଯେ ଯେତେବେଳେ ସେମାନେ ସୀମାକୁ ଯାଇଥିଲେ, ତ ସେମାନଙ୍କ ସହ ୩୦୦-୪୦୦ ଲୋକ ଥିଲେ । କିନ୍ତୁ ଚାଇନିଜମାନେ ୨୦୦୦-୩୦୦୦ ପାଖାପାଖି ଥିଲେ । ସେମାନେ ହଠାତ ରୋଡ ଓ ଲାଠି ନେଇ ଆସିଥିଲେ । ଅନ୍ୟପକ୍ଷେ ଆମ ହାତ ଖାଲି ଥିଲା । ଏହି ସମୟ ମଧ୍ୟରେ ଚାଇନାର ସୈନିକମାନଙ୍କ ସହିତ ଝଗଡା ଓ ହିଂସାତ୍ମକ ସଂଘର୍ଷ ହୋଇଥିଲା । ସେତେବେଳେ ଆମେ ବଞ୍ଚିକି ଆସିଛୁ ।