Advertisement
Article Detail0/zeeodisha/odisha693841
Zee OdishaOdisha National-Internationalବମ୍ବେ ଆଇଆଇଟି ସବୁଠାରୁ ଶ୍ରେଷ୍ଠ

ବମ୍ବେ ଆଇଆଇଟି ସବୁଠାରୁ ଶ୍ରେଷ୍ଠ

ସମଗ୍ର ବିଶ୍ୱର ପ୍ରମୁଖ ଅନୁଷ୍ଠାନ ଗୁଡିକର ମାନ୍ୟତା ଧାର୍ଯ୍ୟ କରୁଥିବା କ୍ୟୁଏସ ୨୦୨୧ ପାଇଁ ମାନ୍ୟତା ପ୍ରକାଶ କରିଛି। ଏହି ମାନ୍ୟତା ତାଲିକାରେ ବିଶ୍ୱର ପ୍ରମୁଖ ୫ଶହଟି ଅନୁଷ୍ଠାନର ନାମ ସାମିଲ ରହିଛି। ତେବେ ଏହି ତାଲିକାରେ ଭାରତର ୨୧ଟି ଅନୁଷ୍ଠାନକୁ ସାମିଲ କରାଯାଇଛି। ଭାରତୀୟ ଅନୁଷ୍ଠାନ ମଧ୍ୟରେ ବମ୍ବେ ଆଇଆଇଟି ଅନୁଷ୍ଠାନଟି ସବୁଠାରୁ ଶ୍ରେଷ୍ଠ ଅନୁ

ବମ୍ବେ ଆଇଆଇଟି ସବୁଠାରୁ ଶ୍ରେଷ୍ଠ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱର ପ୍ରମୁଖ ଅନୁଷ୍ଠାନ ଗୁଡିକର ମାନ୍ୟତା ଧାର୍ଯ୍ୟ କରୁଥିବା କ୍ୟୁଏସ ୨୦୨୧ ପାଇଁ ମାନ୍ୟତା ପ୍ରକାଶ କରିଛି। ଏହି ମାନ୍ୟତା ତାଲିକାରେ ବିଶ୍ୱର ପ୍ରମୁଖ ୫ଶହଟି ଅନୁଷ୍ଠାନର ନାମ ସାମିଲ ରହିଛି। ତେବେ ଏହି ତାଲିକାରେ ଭାରତର ୨୧ଟି ଅନୁଷ୍ଠାନକୁ ସାମିଲ କରାଯାଇଛି। ଭାରତୀୟ ଅନୁଷ୍ଠାନ ମଧ୍ୟରେ ବମ୍ବେ ଆଇଆଇଟି ଅନୁଷ୍ଠାନଟି ସବୁଠାରୁ ଶ୍ରେଷ୍ଠ ଅନୁଷ୍ଠାନ ଭାବେ ବିବେଚିତ ହୋଇଛି। ମାତ୍ର ଏହି ଅନୁଷ୍ଠାନର ମାନ୍ୟତାରେ ଗତଥର ଅପେକ୍ଷା ଚଳିତ ଥର ସାମାନ୍ୟ ହ୍ରାସ ଘଟିଛି। 

ବମ୍ବେ ଆଇଆଇଟିର ମାନ୍ୟତା ଗତଥର ୧୫୨ ରହିଥିବା ବେଳେ ଚଳିତ ଥର ୧୭୨କୁ ଖସିଛି। ସେହିପରି ବେଙ୍ଗାଲୁରୁରେ ଅବସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ୧୮୫ତମ ସ୍ଥାନରେ ରହିଛି। ଦିଲ୍ଲୀ ଆଇଆଇଟି ୧୯୩ ସ୍ଥାନରେ ରହିଥିବା ବେଳେ ମାଦ୍ରାସ ଆଇଆଇଟି ୨୭୫ତମ ସ୍ଥାନରେ ରହିଛି। ଖଡଗପୁର ଆଇଆଇଟି ୩୧୪ତମ ସ୍ଥାନରେ ରହିଥିବା ବେଳେ, କାନପୁର ଆଇଆଇଟି ୩୫୦, ରୁରକି ଆଇଆଇଟି ୩୮୩ତମ ସ୍ଥାନରେ, ଗୌହାଟି ଆଇଆଇଟି ୪୭୦ତମ ସ୍ଥାନରେ ରହିଛନ୍ତି। 

ସେହିପରି ମାସାଚ୍ୟୁଟସ ଇନଷ୍ଟିଚ୍ୟୁଟସ ଅଫ ଟେକ୍ନୋଲୋଜି ଲଗାତାର ୯ଥର ପାଇଁ ଶୀର୍ଷ ସ୍ଥାନରେ ରହିଛି। ସେହିପରି ଷ୍ଟେନଫୋର୍ଡ ଇନଷ୍ଟିଚ୍ୟୁଟ ଦ୍ୱିତୀୟ ସ୍ଥାନରେ ରହିଥିବା ବେଲେ ହାଭାର୍ଡ ବିଶ୍ୱବିଦ୍ୟାଳୟ ତୃତୀୟ ଓ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟକୁ ଚତୁର୍ଥ ସ୍ଥାନରେ ରହିଛନ୍ତି। ବ୍ରିଟେନରେ ଅବସ୍ଥିତ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପଞ୍ଚମ ସ୍ଥାନରେ ରହିଛନ୍ତି। 

Add Zee News as a Preferred Source

QS ର ବେନ ସାଭେଟର କହିଛନ୍ତି, ମାନ୍ୟତାକୁ ବଢାଇବା ପାଇଁ ସାରା ବିଶ୍ୱରେ ଅନୁଷ୍ଠାନଗୁଡିକ ଭଲ କାମ କରୁଛନ୍ତି। ଭାରତର ଅନୁଷ୍ଠାନଗୁଡିକ ମାନ୍ୟତାରେ ସେମାନଙ୍କର କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବା ପାଇଁ ସେମାନଙ୍କର ଶିକ୍ଷାଦାନ କ୍ଷମତାକୁ ଉନ୍ନତ କରିବାକୁ ପଡିବ । ଏଥି ସହିତ ଏହାକୁ ଅନ୍ୟ ଦେଶର ଦକ୍ଷ ଛାତ୍ର ଏବଂ ଅଧ୍ୟାପିକାମାନଙ୍କୁ ମଧ୍ୟ କାର୍ଯ୍ୟ କରିବାକୁ ପଡିବ ।

ସୂଚନାଯୋଗ୍ୟ ୬ଟି ଜିନିଷକୁ ଧ୍ୟାନରେ ରଖି QS ମାନ୍ୟତା ଦିଆଯାଇଥାଏ। ଏକାଡେମିକ୍, ପ୍ରତିଷ୍ଠା, ଚାକିରି ପ୍ରତିଷ୍ଠା, ଅଧ୍ୟାପିକା ଛାତ୍ର ଅନୁପାତ, ଅଧ୍ୟାପନାର ସ୍ତର, ଆନ୍ତର୍ଜାତୀୟ ଅଧ୍ୟାପିକା ଅନୁପାତ, ଆନ୍ତର୍ଜାତୀୟ ଛାତ୍ର ଅନୁପାତ ।

About the Author