ମନ୍ଦିର ଖୋଲିବାକୁ ନେଇ କଳି; ଶିବସେନା ଟାର୍ଗେଟରେ ବିଜେପି

ମନ୍ଦିର ଖୋଲିବା ପ୍ରସଙ୍ଗକୁ କେନ୍ଦ୍ର କରି ମୁହାଁମୁହିଁ ହୋଇଛନ୍ତି ବିଜେପି ଏବଂ ଶିବସେନା ।  

ମନ୍ଦିର ଖୋଲିବାକୁ ନେଇ କଳି; ଶିବସେନା ଟାର୍ଗେଟରେ ବିଜେପି

ମୁମ୍ବାଇ: ଦେଶରେ ଜାରି ରହିଛି କୋରୋନା ସଂକଟ । ଆଉ ଏହା ଦ୍ୱାରା ପ୍ରଭାବିତ ହୋଇଥିବା ରାଜ୍ୟଙ୍କ ତାଲିକାରେ ସର୍ବାଗ୍ରେ ରହିଛି ମହାରାଷ୍ଟ୍ର । ହେଲେ ଏବେ ମନ୍ଦିର ଖୋଲିବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶିବସେନା-ବିଜେପି । ଗତ ବର୍ଷ ଠାରୁ ମେଣ୍ଟ ଭାଙ୍ଗିବା ପରେ ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ଉଭୟ ଦଳ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି ।  

ମହାରାଷ୍ଟ୍ରରେ ମନ୍ଦିର ଖୋଲିବାକୁ ନେଇ ବିରୋଧି ବିଜେପିକୁ ଟାର୍ଗେଟ କରିଛି ରାଜ୍ୟରେ କ୍ଷମତାସୀନ ଶିବସେନା । ଏନେଇ ଦଳୀୟ ମୁଖପତ୍ର ସାମନାରେ ଶିବସେନା ପକ୍ଷରୁ କୁହାଯାଇଛି ଯେଉଁ ଦଳ ଅମରନାଥ ଯାତ୍ରାକୁ ଅଟକାଇଛନ୍ତି ସେମାନେ ଏବେ ମହାରାଷ୍ଟ୍ରରେ ମନ୍ଦିର ଖୋଲିବାକୁ ଦାବି କରୁଛନ୍ତି। କରୋନା ସଂକ୍ରମଣ କାରଣରୁ ଏଥର ଏହି ଯାତ୍ରା ବାତିଲ କରାଯାଇଛି ବୋଲି କୁହାଯାଇଛି। ମହାରାଷ୍ଟ୍ରର ମନ୍ଦିର ଖୋଲିବା ଏବଂ ଅମରନାଥ ଯାତ୍ରାକୁ ବାତିଲ କରିବା ଦୋମୁହାଁ ନୀତିର ପରିଚୟ ବୋଲି ଦଳ ପକ୍ଷରୁ କୁହାଯାଇଛି।  

ସାମନାରେ ଲେଖାଯାଇଛି, କରୋନା ସଙ୍କଟ କାରଣରୁ ଦେଶର 'ଦେବତା' ବନ୍ଦୀ ହୋଇ ରହିଛନ୍ତି। ପୂର୍ବରୁ ଦେବତା ଓ ରାକ୍ଷାସଙ୍କ ମଧ୍ୟରେ ଯୁଦ୍ଧ ହେଉଥିଲା । ସେତେବେଳେ ରାକ୍ଷାସ ଦେବତାଙ୍କୁ ବନ୍ଦୀ କରି ନେଇଥିଲେ, ପୁରାଣରେ ଏପରି କାହାଣୀ ଦେଖିବାକୁ ମିଳେ। ହେଲେ ଏବେ କୋରୋନା ଅସୁର ଦେବତାଙ୍କୁ ବନ୍ଦୀ କରି ନେଇଛି। କେବଳ ମନ୍ଦିର ନୁହେଁ କୌଣସି ପ୍ରାର୍ଥନା ସ୍ଥାନ ଖୋଲାଯିବାର ଆବଶ୍ୟକତା ନାହିଁ। ଏହା ହେଉଛି  ସରକାରୀ ଆଦେଶ। ଅଧିକାଂଶ ଧାର୍ମିକ ପର୍ବ ବନ୍ଦ ରହିଛି। ମୁମ୍ବାଇର ମାଉଣ୍ଟ ମେରି ମେଳାକୁ ବାତିଲ କରାଯାଇଛି। କିଛି ଦିନ ପୂର୍ବରୁ ମହାରାଷ୍ଟ୍ରର ବରିଷ୍ଠ ବିଜେପି ନେତା ରାଜ୍ୟରେ ମନ୍ଦିର ଖୋଲିବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିକଟରେ ଦାବି କରିଥିଲେ। ଭାରତୀୟ ଜନତା ପାର୍ଟି କେଉଁ ଆଧାରରେ 'ୟେ ଖୋଲୋ, ୱୋ ଖୋଲୋ' ଭଳି ଦାବି କରୁଛି, ତାହା ସ୍ପଷ୍ଟ ହୋଇଯିବା ଆବଶ୍ୟକ । 

ସାମନା ଆହୁରି ଲେଖିଛନ୍ତି, ଜାମ୍ମୁ କାଶ୍ମୀର ବର୍ତ୍ତମାନ କେନ୍ଦ୍ର ଦ୍ୱାରା ଶାସିତ ହୋଇଛି। ଏଥର କରୋନା ସଂକ୍ରମଣ ହେତୁ ଅମରନାଥ ଯାତ୍ରା ବାତିଲ କରାଯାଇଛି। ମହାରାଷ୍ଟ୍ରର ମନ୍ଦିର ଖୋଲ ଏବଂ ସେଠାରେ ଅମରନାଥ ଯାତ୍ରା ବାତିଲ କରିବା ଏକ ଦୋମୁହାଁନୀତି। ବିଜେପି ନେତା କହୁଛନ୍ତି ବର୍ତ୍ତମାନର ସଙ୍କଟରେ ସମାଜ ମାନସିକ ଏବଂ ଧାର୍ମିକ ସମର୍ଥନ ଆବଶ୍ୟକ କରୁଛି ତେଣୁ ସମସ୍ତ ମନ୍ଦିର ଖୋଲିବା ଉଚିତ। ଦକ୍ଷିଣରେ ତିରୁପତି ବାଲାଜୀ ମନ୍ଦିର ଖୋଲାଯାଇଥିଲା। ଯାହାର ଫଳ ସ୍ୱରୂପ ଗୋଟିଏ ଥରରେ ୩୪ ପୁରୋହିତ କରୋନାରେ ସଂକ୍ରମିତ ହୋଇଥିଲେ। ଏପରିକି ଜଣେ ମୁଖ୍ୟ ପୁରୋହିତ ପ୍ରାଣ ହରାଇଥିଲେ। ଅନ୍ତତଃ ପକ୍ଷେ ରାଜନେତାଙ୍କୁ ଏ ଘଟଣା ବାବଦରେ ଅବଗତ ରହିବାର ଆବଶ୍ୟକତା ରହିଛି । ମନ୍ଦିର ଖୋଲିବା ଦ୍ୱାରା କେହି ହିନ୍ଦୁବାଦୀ ହୋଇପାରିବ ନାହିଁ କିମ୍ବା ମସଜିଦ ଅଥବା ଚର୍ଚ୍ଚ ଖୋଲିବା ଦ୍ୱାରା କେହି ଧର୍ମନିରପେକ୍ଷ ହୋଇଯିବ ନାହିଁ। ବର୍ତ୍ତମାନ ସମୟ ନିଜେ ବଞ୍ଚିବା ଏବଂ ଅନ୍ୟକୁ ବଞ୍ଚିବାକୁ ଦେବାର ଆବଶ୍ୟକତା ରହିଛି। 

ଶିବସେନା ମୁଖପତ୍ର ସାମାନାରେ ଲେଖିଛ, ଆଜି ଦେଶର ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ବିକାଶ କରିବା ସବୁଠାରୁ ଅଧିକ ଆବଶ୍ୟକୀୟ ହୋଇପଡିଛି। ମୁମ୍ବାଇରେ ୫ ହଜାର ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କରିଛନ୍ତି। ଏହା କ'ଣ ଏକ ପ୍ରକାର ମନ୍ଦିର ନୁହେଁ କି? ଆଜି ସମସ୍ତ ଡାକ୍ତରଖାନା ଏବଂ କୋଭିଡ୧୯ ପରିଚାଳନା କେନ୍ଦ୍ର ମନ୍ଦିର ପରି ରୂପ ଧାରଣ କରିଛନ୍ତି। ଏହି ଲକଡାଉନରେ ଧାର୍ମିକ ସ୍ଥାନ ବନ୍ଦୀ ହୋଇ ରହିଥାଇ ପାରେ, ହେଲେ ଧଳା ପୋଷାକ ପିନ୍ଧି ଥିବା  ଦୂତ ଡାକ୍ତରଖାନାରେ ରହି ସେବା କରୁଛନ୍ତି। ମୁମ୍ବାଇସ୍ଥିତ ମାନପାର ନାୟାର ହସ୍ପିଟାଲରେ ଏପର୍ଯ୍ୟନ୍ତ ୫୦୦ରୁ ଅଧିକ ନବଜାତକ ଶିଶୁ ଅଛନ୍ତି। ସେମାନେ କୋରୋନା ସହ ଲଢି ଏହି ମହମାରୀକୁ ମାତ ଦେଇଛନ୍ତି । ଏହି ପିଲାମାନଙ୍କୁ ଜନ୍ମ ଦେଇଥିବା ମାତା ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ। ଜନ୍ମ ହୋଇଥିବା ପିଲାଙ୍କୁ ସୁରକ୍ଷା ଦେବାରେ  ଧଳା ପୋଷାକ ପିନ୍ଧାଙ୍କ ଦୂତଙ୍କ ମୁଖ୍ୟ ଭୂମିକା ରହିଥିଲା। ସେମାନେ ନିଜର କର୍ତ୍ତବ୍ୟ ପାଳନ କରିଥିଲେ।