Advertisement
Article Detail0/zeeodisha/odisha719747
Zee OdishaOdisha National-Internationalଆଜି ପହଞ୍ଚିବ ରାଫାଲ, ସୁରକ୍ଷା କଡ଼ାକଡ଼ି

ଆଜି ପହଞ୍ଚିବ ରାଫାଲ, ସୁରକ୍ଷା କଡ଼ାକଡ଼ି

ସ୍ୱାଗତ କରିବେ ବାୟୁସେନା ମୁଖ୍ୟ

ଆଜି ପହଞ୍ଚିବ ରାଫାଲ, ସୁରକ୍ଷା କଡ଼ାକଡ଼ି

ନୂଆଦିଲ୍ଲୀ: ଆଜି ହେବ ରାଫାଲର ଗୃହ ପ୍ରବେଶ। ଭାରତୀୟ ସେନାର ଶକ୍ତି ବୃଦ୍ଧି କରିବ। ବାୟୁସେନାକୁ ଆହୁରି ମଜବୁତ କରିବ। ସୋମବାର ଫ୍ରାନ୍ସ ବାୟୁସେନା ଘାଟିର ଉଡ଼ାଣ ଭରିଥିବା ୫ଟି ରାଫାଲ ଆଜି ଦିନ ପ୍ରାୟ ୧ଟା ସମୟରେ ଭାରତରେ ହରିଆଣାର ଅମ୍ବାଲା ଏୟାରବେସରେ ଅବତରଣ କରିବ। ସେପଟେ ଅମ୍ବାଲାରେ ରାଫାଲକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ କାର୍ଯ୍ୟ ମଧ୍ୟ ସରିଛି। 

ରାଫେଲକୁ ସ୍ୱାଗତ କରିବେ ବାୟୁସେନା ମୁଖ୍ୟ ଆର କେ ଭଦୌରିଆ(R K Bhadauria)। ଏହା ପୂର୍ବରୁ ଅମ୍ବାଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅମ୍ବାଲା ଏୟାରବେସ ଓ ଏହାର ଆଖପାଖ ଅଞ୍ଚଳରେ ୧୪୪ ଧାରାକୁ ଲାଗୁ କରାଯାଇଛି। ଏୟାରବେସକୁ ଲାଗିଥିବା ୪ଟି ଗାଁରେ ମଧ୍ୟ ଏହି ଧାରାକୁ ଲଗାଯାଇଛି। ଏକାଧିକ ବ୍ୟକ୍ତିଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି। 

ମିଳିଥିବା ସୂଚନା ମୁତାବକ ରାଫାଲ ବିମାନକୁ ବାୟୁସେନାର ଗୋଲ୍ଡେନ ଏରୋ ସ୍କ୍ୱାର୍ଡନ ଟିମରେ ସାମିଲ କରାଯିବ ବୋଲି ଜଣାପଡ଼ିଛି। ଏହି ସ୍କ୍ୱାର୍ଡନ କାରଗିଲ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ତୁଲାଇଥିଲା। ଏହି ସ୍କ୍ୱାର୍ଡନ ଦେଶର ପୁରାତନ ସ୍କ୍ୱାର୍ଡନ ମଧ୍ୟରୁ ଅନ୍ୟତମ। ତେବେ ପ୍ରଥମ ପର୍ଯ୍ୟାୟରେ ୫ଟି ଲଢୁଆ ବିମାନ ଆଜିଠାରୁ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଯାଉଛି। ଶତ୍ରୁରାଷ୍ଟ୍ରଙ୍କୁ ଉଚିତ ଜବାବ ଦେବା ପାଇଁ ଏହି ବିମାନ ଗୁଡ଼ିକୁ ଉତ୍ତର ଭାରତରେ ପ୍ରଥମ କରି ନିୟୋଜିତ କରାଯିବ। 

Add Zee News as a Preferred Source

ସୋମବାର ଠାରୁ ଉଡ଼ାଣ ଭରିଥିବା ଏହି ୫ଟି ରାଫେଲ ବିମାନ ମଙ୍ଗଳବାର ଆବୁଧାବିର ଅଲ ଡଫରା ବିମାନ ବନ୍ଦରରେ ଅବତରଣ କରିଥିଲେ। ସେଠାରେ ଇନ୍ଧନ ଭର୍ତ୍ତି କରିବା ସହିତ ବିମାନ କର୍ମଚାରୀ, ପାଇଲଟ ବିଶ୍ରାମ ନେଇଥିଲେ। ଆବୁଧାବିରୁ ବୁଧବାର ସକାଳେ ଭାରତ ଅଭିମୁଖେ ଉଡ଼ାଣ ଭରିବେ ବୋଲି ଜଣାପଡ଼ିଛି। ଦିନ ୧ଟାରୁ ୨ଟା ମଧ୍ୟରେ ଭାରତରେ ପହଞ୍ଚିବେ ବୋଲି ସୂଚନା ରହିଛି। 

 

About the Author