ଜୁଲାଇ ୨୯ରେ ଭାରତରେ ଅବତରଣ କରିବ ରାଫେଲ, ଲାଦାଖରେ ହେବ ମୁତୟନ
Advertisement

ଜୁଲାଇ ୨୯ରେ ଭାରତରେ ଅବତରଣ କରିବ ରାଫେଲ, ଲାଦାଖରେ ହେବ ମୁତୟନ

ଲଦାଖରେ ମୁତୟନ ହେବ ଫ୍ରାନ୍ସରୁ ଆସିବାକୁ ଥିବା ରାଫେଲ ଯୁଦ୍ଧ ବିମାନ।

ଜୁଲାଇ ୨୯ରେ ଭାରତରେ ଅବତରଣ କରିବ ରାଫେଲ, ଲାଦାଖରେ ହେବ ମୁତୟନ

ନୂଆଦିଲ୍ଲୀ: ବୁଧବାର(ଜୁଲାଇ ୨୯, ୨୦୨୦) ହରିୟାଣାର ଅମ୍ବାଲାସ୍ଥିତ ବାୟୁସେନା ଘାଟିରେ ଅବତରଣ କରିବାକୁ ଯାଉଛି ବହୁ ପ୍ରତୀକ୍ଷିତ ରାଫେଲ ଯୁଦ୍ଧ ବିମାନ ।  ଏପରି ଅତ୍ୟାଧୁନିକ ଯୁଦ୍ଧ ବିମାନକୁ ହାତେଇବା ଲାଗି ଭାରତ-ଫ୍ରାନ୍ସ ମଧ୍ୟରେ ୨୦୧୬ ସେପ୍ଟମ୍ବରରେ ପ୍ରାୟ ୬୦ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷାର ହୋଇଥିଲା ।      

ପ୍ରଥମ ପର୍ଯ୍ୟାୟରେ ଭାରତକୁ ଆସିବାକୁ ଥିବା ୫ଟି ରାଫେଲ ଯୁଦ୍ଧ ବିମାନ ଫ୍ରାନ୍ସର ଇଷ୍ଟ୍ରେସ ବାୟୁସେନା ଘାଟିରୁ ଭାରତ ଅଭିମୁଖେ ଉଡାଣ ଆରମ୍ଭ କରି ସାରିଛି ରାଫେଲ । ପ୍ରାୟ ୭୩୬୪ କିଲୋମିଟର ଅତିକ୍ରମ କରିବା ପରେ ଭାରତରେ ଅବତରଣ ଏହି ଯୁଦ୍ଧ ବିମାନ। ସୋମବାର(ଜୁଲାଇ ୨୭, ୨୦୨୦) ଫ୍ରାନ୍ସରୁ ଉଡାଣ ଆରମ୍ଭ କରିବା ପରେ ଏହା ପ୍ରଥମେ ୟୁଏଇ ସ୍ଥିତ ଅଲ ଦାଫ୍ରା ବାୟୁସେନା ଘାଟିରେ ଅବତରଣ କରିଥିଲା ରାଫେଲ ।      

ଏନେଇ ମତ ରଖି ପ୍ୟାରିସରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଜାଭେଦ ଅଶରଫ କହିଛନ୍ତି ରାଫେଲ ଯୁଦ୍ଧ ବିମାନର ଭାରତ ଯାତ୍ରା ପ୍ରସଙ୍ଗରେ ଭାରତୀୟ ବାୟୁସେନା ଚାଳକଙ୍କ(Indian Air Force Pilot) ସହ କଥାବାର୍ତ୍ତା ହୋଇଛି ।      ଏହା ଯୁଦ୍ଧ ବିମାନ ଉଭୟ ବଳଶାଳୀ ଏବଂ ଶକ୍ତିଶାଳୀ ।      

ଫ୍ରାନ୍ସରୁ ପ୍ରାୟ ୫ ଘଣ୍ଟା ଉଡ଼ାଣ ପରେ ୟୁଏଇର ଅଲ ଦଫ୍ରା ବାୟୁସେନା ଘାଟିରେ ସୁରକ୍ଷିତ ଭାବେ ଅବତରଣ କରିଥିଲେ ରାଫେଲ ଯୁଦ୍ଧ ବିମାନ । ଏନେଇ ମତ ରଖି ଭାରତୀୟ ବାୟୁସେନା ଅଧିକାରୀ କହିଛନ୍ତି ଏହି ବ୍ୟାଚରେ ୩ଟି ଗୋଟିଏ ସିଟ୍ ବିଶିଷ୍ଟ ଏବଂ ଅନ୍ୟ ୨ଟି ବିମାନ ଦୁଇଟି ସିଟ୍ ବିଶିଷ୍ଟ ବିମାନ ରହିଛି । ଭାରତୀୟ ବାୟୁସେନାରେ ଏହାକୁ ୧୭ ତମ ସ୍କ୍ୱାଡ୍ରନରେ ରାଫେଲ ସାମିଲ କରୁଛି।

ପ୍ୟାରିସରେ ଅବସ୍ଥାପିତ ଭାରତୀୟ ଦୂତାବାସ ଏକ ବିବୃତ୍ତିରେ କହିଛନ୍ତି ୧୦ଟି ବିମାନ ଯୋଗାଣ ଠିକ୍ ସମୟରେ ଶେଷ ହୋଇଛି । ଅନ୍ୟ ୫ଟି ବିମାନ ଭାରତୀୟ ପାଇଲଟଙ୍କ ପ୍ରଶିକ୍ଷଣ ଲାଗିବ ଫ୍ରାନ୍ସରେ ରହିବ। ଚୁକ୍ତି ଅନୁଯାୟୀ ଭାରତକୁ ମିଳିବାକୁ ଥିବା ସମସ୍ତ ୩୬ ବିମାନର ଯୋଗାଣ ୨୦୨୧ ଶେଷ ସୁଦ୍ଧା ଶେଷ ହେବ। ଭାରତକୁ ପ୍ରଥମ ରାଫେଲ ବିମାନ ପ୍ରତିରକ୍ଷା ରାଜନାଥ ସିଂହଙ୍କ ୨୦୧୯ ଫ୍ରାନ୍ସ ଗସ୍ତ ବେଳେ ହସ୍ତଗତ ହୋଇଥିଲା । ଏହାକୁ ଉଡାଇଥିବା ଭାରତୀୟ ପାଇଲଟଙ୍କ କହିବା ଅନୁସାରେ ଏହା ଘାତକ ଏବଂ ବହୁମୁଖି ଯୁଦ୍ଧ ବିମାନ । 

ନିଦ୍ଧାରିତ ସମୟ ଅନୁସାରେ ଭାରତକୁ ରାଫେଲ ଯୁଦ୍ଧ ବିମାନ ପ୍ରଦାନ କରିଥିବାରୁ ଡାସଲ୍ଟ ଆଭିଏସନକୁ ଅଭିନନ୍ଦନ ଜଣାଇଛନ୍ତି ଭାରତୀୟ ରାଷ୍ଟ୍ରଦୂତ। ଏହାକୁ ଭାରତକୁ ହସ୍ତାନ୍ତର କରିବାର ଫ୍ରାନ୍ସ ସରକାର ଏବଂ ବାୟୁସେନାକୁ ଧନ୍ୟବାଦ ଜଣାଇଛନ୍ତି ସେ । ଏହା ଦ୍ୱାରା ଭାରତ-ଫ୍ରାନ୍ସ ମଧ୍ୟରେ ସାମରିକ ସହଯୋଗ ଆହୁରି ବୃଦ୍ଧି ପାଇବ ।     

ସେହିପରି ଡାସଲ୍ଟ ଆଭିଏସନର  ମୁଖ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଏରିକ ଟ୍ରେପିୟର କହିଛନ୍ତି ୧୯୫୩ ମସିହାରେ କମ୍ପାନୀ ଏବଂ ଭାରତୀୟ ବାୟୁସେନା ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷାର ହୋଇଥିଲା। ରାଫେଲ ହସ୍ତାନ୍ତରଣ ଦ୍ୱାରା ଏହି ଚୁକ୍ତି ଆହୁରି ମଜବୁତ ହେବ । କୋଭିଡ୧୯ ସଂକଟ ସତ୍ତ୍ୱେ ଏହାର ନିର୍ମାଣ କାର୍ଯ୍ୟ ସୂଚାରୁ ରୂପେ ଜାରି ରହିଥିଲା ।  

ଲଦାଖ ସୀମାରେ ହେବ ମୁତୟନ

ପୂର୍ବ ଲଦାଖର ଗଲୱାନ ଉପତ୍ୟାକାରେ ହୋଇଥିବା ସଂଘର୍ଷ ପରେ ଭାରତ-ଚୀନ ମଧ୍ୟରେ ସମ୍ପର୍କ ସଂଘର୍ଷପୂର୍ଣ୍ଣ ରହିଛି। ଉଭୟ ଦେଶର ସୀମାକୁ ପୃଥକ କରୁଥିବା ପ୍ରକୃତ ନିୟନ୍ତ୍ରଣ ସୀମାରେଖା ଠାରେ ସାମରିକ କ୍ଷମତାକୁ ବଢାଇବା ଲକ୍ଷ୍ୟରେ ରହିଛି ଭାରତ। ଯାହାକୁ କାର୍ଯ୍ୟକାରୀ କରିବାକୁ ଯାଇ ଲଦାଖ ସେକ୍ଟରରେ ରାଫେଲ ଯୁ୍ଦ୍ଧ ବିମାନ ମୁତୟନ କରିବାକୁ ଯୋଜନା କରିଛି ଭାରତ ।