Advertisement
Article Detail0/zeeodisha/odisha698675
Zee OdishaOdisha National-Internationalରାହୁଲ ଗାନ୍ଧୀଙ୍କ ହମଲା, ପ୍ରଧାନମନ୍ତ୍ରୀ ଚୀନକୁ ସମର୍ପଣ କରିଛନ୍ତି ଭାରତୀୟ କ୍ଷେତ୍ର

ରାହୁଲ ଗାନ୍ଧୀଙ୍କ ହମଲା, ପ୍ରଧାନମନ୍ତ୍ରୀ ଚୀନକୁ ସମର୍ପଣ କରିଛନ୍ତି ଭାରତୀୟ କ୍ଷେତ୍ର

ରାହୁଲ ଗାନ୍ଧୀ ପ୍ରଶ୍ନ କରିଛନ୍ତି, ଯଦି ସେହି ଅଞ୍ଚଳ ଚୀନର ଥିଲା ତେବେ ଭାରତୀୟ ସୈନିକ କାହିଁକି ଶହୀଦ ହେଲେ ? ଆମ ସୈନିକଙ୍କୁ କେଉଁଠାରେ ହତ୍ୟା କରାଯାଇଥିଲା ? 

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ଲଦାଖ ଗଲୱାନ ଘାଟିରେ ଚୀନ ସହ ରକ୍ତାକ୍ତ ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ସମଗ୍ର ଦେଶ ଏବେ କ୍ରୋଧରେ ଅଛି । ଆଉ ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଚୀନର ଆକ୍ରମଣରେ ପ୍ରଧାନମନ୍ତ୍ରୀ ଭାରତୀୟ ଅଞ୍ଚଳକୁ ସମର୍ପଣ କରିଥିବା କହିଛନ୍ତି ରାହୁଲ । 

ରାହୁଲ ଗାନ୍ଧୀ ପ୍ରଶ୍ନ କରିଛନ୍ତି, ଯଦି ସେହି ଅଞ୍ଚଳ ଚୀନର ଥିଲା ତେବେ ଭାରତୀୟ ସୈନିକ କାହିଁକି ଶହୀଦ ହେଲେ ? ଆମ ସୈନିକଙ୍କୁ କେଉଁଠାରେ ହତ୍ୟା କରାଯାଇଥିଲା ? 

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ ପରେ ଯେଉଁ ବକ୍ତବ୍ୟ ରଖିଥିଲେ ତାକୁ କାଉଣ୍ଟର କରିଛନ୍ତି ରାହୁଲ । ଆମର ସୀମାକୁ କେହି ପଶିଆସି ନ ଥିବା କହିଥିଲେ ପ୍ରଧାନମନ୍ତ୍ରୀ । ସେହିପରି ଆମର କୌଣସି ବି ପୋଷ୍ଟ ଅନ୍ୟ କାହାର କବଜାରେ ନାହିଁ ବୋଲି ସଫା ସଫା କହିଥିଲେ ମୋଦି । ଲଦାଖରେ ଆମର ୨୦ ଯବାନ ଶଦୀଦ ହୋଇଛନ୍ତି, କିନ୍ତୁ ଯିଏ ଭାରତ ମାତା ଆଡ଼କୁ ଆଖି ଉଠାଇ ଦେଖିଛି, ତାକୁ ସବକ ମଧ୍ୟ ଶିଖାଇ ଦେଇଥିବା ମୋଦି କହିଥିଲେ । 

ତେବେ ରାହୁଲଙ୍କ ପ୍ରଶ୍ନ ଏହା ଯେ, ଭାରତୀୟ ଯବାନ ଶହୀଦ ହୋଇଥିବା ସ୍ଥାନ ଯଦି ଚୀନର ଥିଲା, ତେବେ ଆମ ସୈନିକଙ୍କୁ ମରାଗଲା କାହିଁକି ? ଭାରତୀୟ ସୈନିକଙ୍କୁ କେଉଁଠି ମରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା । 

About the Author