ଏଲଇସିରେ ଚୀନର କଥିତ ଅତିକ୍ରମଣକୁ ନେଇ ରାହୁଲ ଗାନ୍ଧୀ ଲଗାତାର ଭାବେ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଉଛନ୍ତି ।
Trending Photos
ନୂଆଦିଲ୍ଲୀ: ଚୀନ ସହ ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେହ ଗସ୍ତ କରିଥିଲେ । ଯବାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ ମୋଦି । ଅନ୍ୟପଟେ ଲଦାଖରେ ଚୀନ ସୈନ୍ୟ ଭାରତ ସୀମାକୁ ପଶିଆସୁଥିବା କହି କାର୍ଯ୍ୟନୁଷ୍ଠାନ ନେବାକୁ କହିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି, ଦେଶଭକ୍ତ ଲଦାଖୀ ଚୀନ ଅନୁପ୍ରବେଶକୁ ନେଇ ସ୍ୱର ଉତ୍ତୋଳନ କରୁଛନ୍ତି । ସେମାନଙ୍କ ସ୍ୱରକୁ ଅଣଦେଖା କରିବା ଉଚିତ ନୁହେଁ । ଲଦାଖୀଙ୍କ କଥାକୁ ସରକାର ଶୁଣିବା ଦରକାର ବୋଲି କହିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ।
ରାହୁଲ ଗାନ୍ଧୀ ଏକ ଭିଡିଓ ଟ୍ୱିଟ କରିଛନ୍ତି, ଯେଉଁଥିରେ କିଛି ଲଦାଖ ଲୋକ ଚୀନର ଅନୁପ୍ରବେଶ ନେଇ ଆଲୋଚନା କରୁଛନ୍ତି । ଭିଡିଓରେ ଚୀନର ଅନୁପ୍ରବେଶ ଏବଂ ଗତିବିଧିକୁ ନେଇ କିଛି ଚିତ୍ର ମଧ୍ୟ ଦେଖାଯାଇଛି । ରାହୁଲ ଗାନ୍ଧୀ ଏହି ଭିଡିଓକୁ ଟ୍ୱିଟ କରି କହିଛନ୍ତି, ଦେଶଭକ୍ତ ଲଦାଖୀ ଚୀନ ଅନୁପ୍ରବେଶ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି । ଉଚ୍ଚ ସ୍ୱରରେ ଦେଶକୁ ସତର୍କ କରାଉଛନ୍ତି । ସେମାନଙ୍କ କଥାକୁ ଅଣଦେଖା କରିବା ଉଚିତ ନୁହେଁ । ଏହା ଭାରତ ପାଇଁ ମହଙ୍ଗା ପଡ଼ିବ । ସେମାନଙ୍କ କଥା ଶୁଣିବାକୁ ଅନୁରୋଧ କରିଛନ୍ତି ରାହୁଲ ।
ଏଲଇସିରେ ଚୀନର କଥିତ ଅତିକ୍ରମଣକୁ ନେଇ ରାହୁଲ ଗାନ୍ଧୀ ଲଗାତାର ଭାବେ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଉଛନ୍ତି । ଶୁକ୍ରବାର ରାହୁଲ କହିଥିଲେ, ଲଦାଖୀ କହୁଛନ୍ତି, ଚୀନ ଆମ ଅଞ୍ଚଳ ନେଇଯାଇଛି । ପ୍ରଧାନମନ୍ତ୍ରୀ କହୁଛନ୍ତି, ଆମେ ଜମି କେହି ନେଇନାହାଁନ୍ତି । ତେବେ କେହି ତ ମିଛ କହୁଛି ବୋଲି କହିଥିଲେ ରାହୁଲ ।