ସେ ଲେଖିଛନ୍ତି ଯେ, ମୁଁ ମୋର ମହିଲା କଂଗ୍ରେସର ଭଉଣୀମାନଙ୍କ ପାଇଁ ଗର୍ବିତ । ଏହି ସଙ୍କଟ ସମୟରେ ବହୁତ ଯତ୍ନର ସହିତ ସେହିମାନଙ୍କୁ ସାହାଯ୍ୟ ଓ ସମର୍ଥନ କରୁଛନ୍ତି । ଯେଉଁମାନଙ୍କୁ ଏହାର ଆବଶ୍ୟକ ରହିଛି ।
Trending Photos
)
ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ବର୍ତ୍ତମାନର ସାଂସଦ ରାହୁଲ ଗାନ୍ଧୀ ମହିଲା କଂଗ୍ରେସର ଏକ ଭିଡିଓ ସେୟାର କରିଛନ୍ତି । ଶନିବାର ସେ ଏହି ଭିଡିଓ ସେୟାର କରି କହିଛନ୍ତି ଯେ, ମୁଁ ମହିଲା କଂଗ୍ରେସର ଭଉଣୀମାନଙ୍କ ପାଇଁ ଗର୍ବିତ । ରାହୁଲ ଗାନ୍ଧୀ ଶନିବାର ସନ୍ଧ୍ୟାରେ ନିଜ ଟ୍ୱିଟର ଆକାଉଣ୍ଟରେ ମହିଲା କଂଗ୍ରେସର ଏକ ଭିଡିଓ ସେୟାର କରି ସେମାନଙ୍କୁ ପ୍ରଶଂସା କରିଛନ୍ତି ।
I'm proud of my sisters in the Mahila Congress across India, who have been working with great sincerity and dedication to reach out to all those in need of help and support. Here's a short video with highlights of the work they are doing. I salute them all. pic.twitter.com/q5K10gCCJT
— Rahul Gandhi (@RahulGandhi) April 25, 2020
ସେ ଲେଖିଛନ୍ତି ଯେ, ମୁଁ ମୋର ମହିଲା କଂଗ୍ରେସର ଭଉଣୀମାନଙ୍କ ପାଇଁ ଗର୍ବିତ । ଏହି ସଙ୍କଟ ସମୟରେ ବହୁତ ଯତ୍ନର ସହିତ ସେହିମାନଙ୍କୁ ସାହାଯ୍ୟ ଓ ସମର୍ଥନ କରୁଛନ୍ତି । ଯେଉଁମାନଙ୍କୁ ଏହାର ଆବଶ୍ୟକ ରହିଛି ।
ରାହୁଲ ଗାନ୍ଧୀଙ୍କ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ କୁହାଯାଇଛି ଯେ ମହିଳା କଂଗ୍ରେସ କର୍ମୀ କୋରୋନା ସଙ୍କଟ ସମୟରେ କିପରି ଅସହାୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ସେ ଲୋକମାନଙ୍କୁ କି ପ୍ରକାର ଜିନିଷ ଯୋଗାଉଛନ୍ତି ଏବଂ ସେ କେଉଁ ପ୍ରକାରର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି । ରାହୁଲ ଗାନ୍ଧୀ ସମସ୍ତ ମହିଳା କାର୍ଯ୍ୟକର୍ତ୍ତାଙ୍କୁ ଅଭିବାଦନ ଜଣାଇଛନ୍ତି ।