• ରାଜ୍ୟରେ ୪ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ
  • ୨୪ ଘଣ୍ଟାରେ ୩,୪୦୫ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୪୨ ଆକ୍ରାନ୍ତଙ୍କ ମୃତ୍ୟୁ
  • ନକଲି ଔଷଧ ପ୍ରସଙ୍ଗ : କ୍ରାଇମବ୍ରାଞ୍ଚ STFର ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି
  • ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସହ ବିଚାର ବିମର୍ଷ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ
  • ଖୁବ୍ ଶୀଘ୍ର ତଦନ୍ତ ଆରମ୍ଭ ହେବ : ପୋଲିସ ଡିଜି
  • ବଲାଙ୍ଗୀର ଶାନ୍ତିପଡାରେ ବନ୍ଦ ଘରେ ଯୁବକଙ୍କ ଆତଙ୍କରାଜ
  • ବନ୍ଦ ଘରୁ ପରିବାରର ୩ ବନ୍ଧକଙ୍କୁ ଉଦ୍ଧାର କଲା ପୋଲିସ
  • ଝରକା ଭାଙ୍ଗି ଘର ଭିତରେ ପଶିଥିଲେ ଏସଡିପିଓ ଓ ଅଗ୍ନିଶମ ବାହିନୀ
  • ସିଡି ଓ ରଶି ସହାୟତାରେ ବନ୍ଧକଙ୍କୁ ଉଦ୍ଧାର କଲେ
  • ବନ୍ଧୁକ ଧରି ଦୁର୍ବୃତ୍ତର ଆତ୍ମହତ୍ୟା ଉଦ୍ୟମ

ବିହାର ନିର୍ବାଚନ: ୨୩ ଅକ୍ଟୋବରରୁ ହୁଙ୍କାର ଭରିବେ ରାହୁଲ ଗାନ୍ଧୀ

କୋରୋନା ସଂକଟ କାରଣରୁ କଂଗ୍ରେସ ପକ୍ଷରୁ ଦଳୀୟ ପ୍ରଚାରକଙ୍କ ତାଲିକାରୁ ଅନେକ ନେତାଙ୍କୁ ବାଦ ଦେଇଛି।

ବିହାର ନିର୍ବାଚନ: ୨୩ ଅକ୍ଟୋବରରୁ ହୁଙ୍କାର ଭରିବେ ରାହୁଲ ଗାନ୍ଧୀ

ପାଟନା: ବିହାର ବିଧାନସଭା ନିର୍ବାଚନ ୨୦୨୦ (Bihar Assembly Election 2020) ଲାଗି ଭର୍ଚୁଆଲ୍ ରାଲି (Virtual Rally) ଜାରି ରହିଥିବା ବେଳେ ବର୍ତ୍ତମାନ ଭୋଟରଙ୍କ ନିକଟରେ ପହଞ୍ଚିବା ଲାଗି ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଗଲାଣି ପ୍ରୟାସ। ଏହାକୁ ନଜରରେ ରଖି ଦଳର ତାରକା ପ୍ରଚାରକଙ୍କ ନାଁ ଘୋଷଣା କରିଛିସାରିଛି କଂଗ୍ରେସ (Congress Star Campaigner)। ଏହି କ୍ରମରେ ଅକ୍ଟୋବର ୨୩ ତାରିଖରୁ ରାହୁଲ ଗାନ୍ଧୀ (Rahul Gandhi) ପ୍ରଚାର ମୈଦାନକୁ ଓହ୍ଲାଇବେ।

ଏହି ଦିନ ସେ ବିହାରର ହିସୁଆ ବିଧାନସଭା (Hisua Assembly Constituency) ଆସନରେ ଦଳୀୟ ରାଲି କରିବେ। ଏହା ସହିତ କାହଲଗାଓଁ ଠାରେ ଆୟୋଜିତ ହେବାକୁ ଥିବା ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବେ। କୋରୋନା ସଂକଟ (Corona Crisis) କାରଣରୁ କଂଗ୍ରେସ ପକ୍ଷରୁ ଦଳୀୟ ପ୍ରଚାରକଙ୍କ ତାଲିକାରୁ ଅନେକ ନେତାଙ୍କୁ ବାଦ ଦେଇଛି। ଏହାସହିତ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ବିହାରରେ ରାଲି କରିବେ। ରାହୁଲ ଗାନ୍ଧୀ ବିହାରରେ ମୋଟ ୬ଟି ରାଲି କରିବେ।

ବିହାର ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ଦ୍ୱାରା ନିର୍ବାଚନ ଆୟୋଗ (Election Commision) ନିକଟକୁ ପଠାଯାଇଥିବା ତାରକା ପ୍ରଚାରକଙ୍କ ତାଲିକାରେ ୩୦ ଜଣ ନେତାଙ୍କ ନାଁ ରହିଛି। କଂଗ୍ରେସର ବରିଷ୍ଠ ନେତାଙ୍କ ବ୍ୟତୀତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲୋତ୍, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ପୂର୍ବତନ ଲୋକସଭା ବାଚସ୍ପତି ମୀରା କୁମାର, ରାଜ୍ୟସଭାରେ ବିରୋଧି ଦଳର ନେତା ଗୁଲାମ ନବୀ ଆଜାଦ, ରାଜ୍ୟ କଂଗ୍ରେସ କମିଟି ସଭାପତି ମଦନ ମୋହନ ଝା, ବିହାର କଂଗ୍ରେସ ପ୍ରଭାରୀ ଶକ୍ତି ସିଂ ଗୋହିଲ, କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେୱାଲା, ସାଧାରଣ ସମ୍ପାଦକ ତାରିକ ଅନୱାର, ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ, ରାଜ ବାବର, ସଞ୍ଜୟ ନିରୁପମ, ଶକିଲ ଅହମ୍ମଦ ଏବଂ ଅନ୍ୟାନ୍ୟ ନେତାଙ୍କ ନାଁ ପ୍ରଚାରକଙ୍କ ତାଲିକାରେ ସାମିଲ ରହିଛି।

ଏହି ନିର୍ବାଚନରେ ​​କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ-ଆରଜେଡି (RJD-Rastriya Janata Dal) ବାମପନ୍ଥୀ ଦଳ (Left Party) ସହ ମିଳିତ ଭାବେ ୭୦ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଆରଜେଡି ୧୪୪, ବାମଦଳ ୨୯ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ସମସ୍ତ ଦଳକୁ (Grand Alliance) ମହାମେଣ୍ଟ ନାମରେ ଏକ ନିର୍ବାଚନୀ ମେଣ୍ଟ ଗଠନ କରାଯାଇଛି।