)
ନୂଆଦିଲ୍ଲୀ: କୁହାଯାଏ ଯେ ମଣିଷର ଜିଭ ହେଉଛି ତାଙ୍କ ମାନସିକତାର ଆଇନ। ରାହୁଲ ଗାନ୍ଧୀଙ୍କ ମୁହଁ ଯେତେବେଳେ ବି ଖୋଲେ, ସେତେବେଳେ ଏକ ନୂଆ ବିବାଦ ଜନ୍ମ ନିଏ। ଏଥର ସେ RSS ଏବଂ ସରସ୍ୱତୀ ଶିଶୁ ମନ୍ଦିର ଆଳରେ ଭାରତର ସଂସ୍କୃତି ଉପରେ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି। ରାହୁଲ ଗାନ୍ଧୀ ତାଙ୍କର ଏକ ବିବୃତ୍ତିରେ RSSର ବିଦ୍ୟାଳୟ ଗୁଡ଼ିକୁ ପାକିସ୍ତାନର କଟ୍ଟର ଇସଲାମିକ ମଦ୍ରାସା ସହିତ ତୁଳନା କରିଥିଲେ। ସେ କହିଥିଲେ ଯେ, ବିଦ୍ୟାଳୟ ଚଳାଇବା ପାଇଁ RSS ଟଙ୍କା କେଉଁଠୁ ଆସେ ବୋଲି କେହି ପଚାରନ୍ତି ନାହିଁ।
କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul Gandhi) କହିଛନ୍ତି ଯେ, RSS ଏହାର ବିଦ୍ୟାଳୟ ମାଧ୍ୟମରେ ଆକ୍ରମଣ ଆରମ୍ଭ କରିଦେଇଛି। ପାକିସ୍ତାନରେ ଇସଲାମିକ ମୈଳିକବାଦୀ ବା କଟ୍ଟରପନ୍ଥୀ ମାନେ ଯେପରି ମଦ୍ରାସ ମାଧ୍ୟମରେ ସେମାନଙ୍କ ଆଦର୍ଶକୁ ଆଗକୁ ବଢାନ୍ତି, ସେହିଭଳି RSS ନିଜ ବିଦ୍ୟାଳୟ ମାଧ୍ୟମରେ ନିଜ ଆଦର୍ଶର ଅଗ୍ରଗତି କରୁଛି। କେହି ପ୍ରଶ୍ନ ପଚାରନ୍ତି ନାହିଁ ଯେ, ହଜାର ହଜାର ବିଦ୍ୟାଳୟ ଚଳାଇବା ପାଇଁ RSS ପାଖକୁ ଟଙ୍କା କେଉଁଠୁ ଆସୁଛି? ଏହା ବ୍ୟତୀତ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ କାବୁ କରିବା ପାଇଁ RSS ଉଦ୍ୟମ କରାଯାଉଛି ବୋଲି ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି।
ଏହି ପ୍ରସଙ୍ଗରେ ରାଷ୍ଟ୍ରୀୟ ସ୍ୱୟଂ ସେବାକ ସଂଗଠନର (RSS) ଇନ୍ଦ୍ରଶ କୁମାର କହିଛନ୍ତି ଯେ, ଯଦି ରାହୁଲ ଗାନ୍ଧୀ ପାକିସ୍ତାନୀ ମଦ୍ରାସା ବିଷୟରେ ଜାଣିଛନ୍ତି, ତେବେ ସେ କହିବା ଉଚିତ୍ ଯେ ହିନ୍ଦୁସ୍ତାନୀ ମଦ୍ରାସା (Madrasa) ବିଷୟରେ ରାହୁଲଙ୍କ ମତ କ’ଣ? ପାକିସ୍ତାନୀମାନେ ଆତଙ୍କ ସୃଷ୍ଟି କରନ୍ତି। ରାହୁଲ ଗାନ୍ଧୀଙ୍କ ମତ ହେଉଛି ପ୍ରୋ ଚାଇନା, ପ୍ରୋ ପାକିସ୍ତାନ। କଂଗ୍ରେସ ଅନେକ ଅପରାଧ କରିଛି। ଜରୁରୀକାଳୀନ ପରିସ୍ଥିତି (Emergency Period) ପାଇଁ ସେ କ୍ଷମା ମାଗିଛନ୍ତି, ବର୍ତ୍ତମାନ ତାଙ୍କୁ ସଂଗଠନ ବିଷୟରେ ଦେଇଥିବା ବିବୃତ୍ତି ପାଇଁ କ୍ଷମା ମାଗିବାକୁ ପଡ଼ିବ। ବିଦେଶରେ ପଢି ବଢି ଥିବାରୁ ରାହୁଲ ଗାନ୍ଧୀ ଭାରତ, ଭାରତୀୟ ଏବଂ ଭାରତୀୟତା ବିଷୟରେ ଜାଣନ୍ତି ନାହାଁନ୍ତି।
ତେବେ ସରସ୍ୱତୀ ଶିଶୁ ମନ୍ଦିର (Saraswati Shishu Mandir) କୁ କାହିଁକି ରାହୁଲ ଗାନ୍ଧୀ ଟାର୍ଗେଟ କରିଛନ୍ତି ତାହାକୁ ଅନୁଧ୍ୟାନ କଲେ ସେଥିରୁ ରାଜନୈତିକ ରଙ୍ଗ ଦେଖିବାକୁ ମିଳୁଛି। ସରସ୍ୱତୀ ଶିଶୁ ମନ୍ଦିରରେ ହିନ୍ଦୁ ଧର୍ମ ଏବଂ ଭାରତୀୟ ସଂସ୍କୃତି ସହ ଜଡିତ ଶିକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି ବିଦ୍ୟାଳୟ କୁନ୍ଦେ ଦୁତୁ ସା ରାହଙ୍କ ପ୍ରାର୍ଥନା, ବନ୍ଦେ ମାତରମ୍ ଏବଂ ଜନ ଗଣ ମନ ଧ୍ୱନୀରେ ଗୁଞ୍ଜରୀତ ହୁଏ। ଏହା ବ୍ୟତୀତ ଏଠାରେ ବ୍ୟାୟାମ, କ୍ରୀଡା, ହସ୍ତାକ୍ଷର ଭଳି ପ୍ରତିଯୋଗିତା ମାଧ୍ୟମରେ ଛାତ୍ରମାନଙ୍କ ପ୍ରତିଭା ବିକଶିତ ହୁଏ।
ରାହୁଲ ଗାନ୍ଧୀ, ଶିଶୁ ମନ୍ଦିର ଉପରେ ପ୍ରଶ୍ନ କରିଥିଲେ ଏବଂ ଏହାକୁ ପାକିସ୍ତାନୀ ମଦ୍ରାସା ସହିତ ତୁଳନା କରିଥିଲେ। ତେବେ ଏହା ସେ କେବଳ ଯେ ସ୍କୁଲ ଉପରେ ଆଙ୍ଗୁଠି ଉଠାଇଛନ୍ତି ତାହା ନୁହେଁ, ରାହୁଲ RSSକୁ ଢାଳ କରି ଭାରତୀୟ ସଂସ୍କୃତି ଓ ସଭ୍ୟତା ଉପରେ ପ୍ରଶ୍ନ କରୁଛନ୍ତି। ସେପଟେ ଜଣେ ଶିଶୁ ମନ୍ଦିର ଛାତ୍ର କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କୁ ସରସ୍ୱତୀ ଶିଶୁ ମନ୍ଦିରରେ ଥରେ ଆଡମିଶନ କରାଯିବା ଉଚିତ। ଯେଉଁଠାରେ ସେ ଅଧ୍ୟୟନ କଲେ ସରସ୍ୱତୀ ମାତା ତାଙ୍କ ବୁଦ୍ଧି ଉଜ୍ଜଳ କରିବେ।
RSS ସିଧାସଳଖ କୌଣସି ବିଦ୍ୟାଳୟ ଚଲାଏ ନାହିଁ। ବିଦ୍ୟା ଭାରତୀ (Bidya Bharati) ଏବଂ ସମାର୍ଥ ଶିଖ (Samartha Sikh) ସମିତି ଭଳି ସ୍ୱେଚ୍ଛାସେବୀ ସଂଗଠନ ଅଧୀନରେ ପ୍ରାୟ ୨୦ ହଜାର ବିଦ୍ୟାଳୟ ପରିଚାଳିତ ହେଉଛି। ୧୯୫୨ ମସିହାରେ ସରସ୍ୱତୀ ଶିଶୁ ମନ୍ଦିର ପ୍ରତିଷ୍ଠା ହୋଇଥିଲା।
ରାହୁଲ ଗାନ୍ଧୀ କହୁଥିବା ପାକିସ୍ତାନୀ ମଦ୍ରାସାରେ ଇସଲାମିକ କଟ୍ଟରପନ୍ଥୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରାଯାଉଛି। ୨୦୦୧ରେ ପାକିସ୍ତାନୀ ମଡ୍ରାସାରେ ଆତଙ୍କବାଦ ଶିକ୍ଷା ଦିଆଯାଉଥିବା ପ୍ରକାଶ କରାଯାଇଥିଲା। ଅନେକ ଅନୁସନ୍ଧାନରେ ଏହା ମଧ୍ୟ ଦାବି କରାଯାଇଛି ଯେ ଅଲ କାଏଦା, ହିଜବୁଲ ଭଳି ଆତଙ୍କବାଦୀ ସଂଗଠନ ପାକିସ୍ତାନୀ ମଦ୍ରାସା ସହିତ ଜଡ଼ିତ। ୨୦୧୯ ମସିହାରେ, ପାକିସ୍ତାନୀ ସେନାର ମୁଖପାତ୍ର ନିଜେ ସ୍ୱୀକାର କରିଛନ୍ତି ଯେ ପାକିସ୍ତାନର ମଦ୍ରାସାଗୁଡ଼ିକରେ ଆତଙ୍କବାଦ ତାଲିମ ଦିଆଯାଇଛି।
୨୦୨୦ ମସିହାରେ ବାଲୁଚ ଭଏସ୍ ଆସୋସିଏସନ (Baluch Voice) ର ସଭାପତି ମୁନିର ମେଙ୍ଗାଲ କହିଛନ୍ତି, ହିନ୍ଦୁମାନଙ୍କୁ ପାକିସ୍ତାନ (Pakistan) ରେ ଶିକ୍ଷା ଦିଆଯାଉଛି ଯେ ଯିହୁଦୀମାନେ କାଫିର, ଯିହୁଦୀମାନେ ଇସଲାମର ଶତ୍ରୁ। ପିଲାମାନଙ୍କୁ ଏହି ବାର୍ତ୍ତା ଦିଆଯାଇଛି ଯେ ଆମକୁ ବନ୍ଧୁକ ଏବଂ ବୋମାକୁ ସମ୍ମାନ କରିବାକୁ ପଡିବ, କାରଣ ହିନ୍ଦୁ ମାଆଙ୍କୁ ହତ୍ୟା କରିବା ପାଇଁ ତାହାକୁ ବ୍ୟବହାର କରିବାକୁ ପଡିବ, ନଚେତ୍ ସେମାନେ ଏକ ହିନ୍ଦୁ ସନ୍ତାନ ଜନ୍ମ ଦେବେ।
କିଛି ଦିନ ପୂର୍ବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imran Khan) ଏକ ବିବୃତ୍ତିରେ କହିଛନ୍ତି ଯେ, ମୋଦୀ ଏବଂ RSS ନେତୃତ୍ୱରେ ଭାରତରେ ସରକାରଙ୍କ ବିରୋଧରେ ଥିବା ସମସ୍ତ ସ୍ୱର ଶାନ୍ତ ପଡିଛି। ଏହାପୂର୍ବରୁ ସେ ଏହା ମଧ୍ୟ କହିଥିଲେ ଯେ, ଗାନ୍ଧୀ ଏବଂ ନେହେରୁଙ୍କ ଧର୍ମନିରପେକ୍ଷ ମୂଲ୍ୟବୋଧ ଛାଡି RSS ଭାରତକୁ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବାକୁ ଚେଷ୍ଟା କରୁଛି। କିଛି ଦିନ ପରେ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ନିର୍ବାଚନ ତାରିଖ ଘୋଷଣା ହୋଇଥିବା ବେଳେ ରାହୁଲ ଗାନ୍ଧୀ କାହିଁକି ଏପରି ବିବୃତ୍ତି ଦେଇଛନ୍ତି? ରାହୁଲ ଗାନ୍ଧୀ ଆପତ୍ତିଜନକ ରାଜନୀତିକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛନ୍ତି କି? ଏହା ରାହୁଲ ଗାନ୍ଧୀଙ୍କ ନିର୍ବାଚନ ଏଜେଣ୍ଡା ହୋଇପାରେ।
ରାହୁଲ ଗାନ୍ଧୀ ଆରମ୍ଭରୁ RSSକୁ ଘୃଣା କରନ୍ତି। ସେଥିପାଇଁ ବୋଧେ ଜାନୁଆରୀ ୨୦୧୪ରେ ରାହୁଲ, ମହାତ୍ମା ଗାନ୍ଧୀଙ୍କ ହତ୍ୟାରେ RSSକୁ ଯୋଡି ଥିଲେ।
ଅକ୍ଟୋବର ୨୦୧୭ରେ ମହିଳାମାନେ ଆରଏସଏସରେ ସର୍ଟସ ଦେଖିଛନ୍ତି କି ବୋଲି କହିଥିଲେ। ଫେବୃଆରୀ ୨୦୧୮ରେ RSS ଦେଶ ଉପରେ ନିଜର ଚିନ୍ତାଧାରା ଲଗାଇବାକୁ ଚେଷ୍ଟା କରୁଛି। ମାର୍ଚ୍ଚରେ RSS ଆଦର୍ଶକୁ କେବେବି ଜିତିବାକୁ ଦିଅନ୍ତୁ ନାହିଁ ଓ ସେହିବବର୍ଷ ଡିସେମ୍ବରରେ RSS ପୁରୁଷ ପ୍ରାଧାନ୍ୟ, ମହିଳାମାନେ ଏଥିରେ ନାହାଁନ୍ତି ବୋଲି ରାହୁଲ ଗାନ୍ଧୀ କହିଥିଲେ।