• ଅଭୟକାନ୍ତ ପାଠକଙ୍କ ଘରେ ପୁଣି ଭିଜିଲାନ୍ସର ଚଢ଼ାଉ
  • ସରକାରୀ ବାସଭବନରେ ସ୍ୱତନ୍ତ୍ର ଟିମ୍ ପକ୍ଷରୁ ରେଡ଼
  • ବାରଣାସୀରେ ଦେବ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ
  • ରାଜ୍ୟରେ ଆଉ ୩୭୮ କରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଆଜି କରୋନା ନେଲା ୫ ଜୀବନ
  • ପରୀ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ ଆରମ୍ଭ
  • ଆଜି ବିଶ୍ୱ ଏଡ୍‌ସ ଦିବସ: ଗଞ୍ଜାମରେ ସର୍ବାଧିକ ୧୬,୫୧୫ ରୋଗୀ
  • କୋଭିଡ କଟକଣା ମଧ୍ୟରେ ଆଜିଠାରୁ କୋଣାର୍କ ମହୋତ୍ସବ
  • ଦେଶରେ ଦିନକରେ ୩୧,୧୧୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ୪୮୨ ମୃତ
  • ଆଜିଠୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

'କଂଗ୍ରେସ ସମସ୍ତଙ୍କୁ ରାସନ ଅଧିକାର ଦେଇଛି, ପ୍ରଧାନମନ୍ତ୍ରୀ କୃଷକଙ୍କ ମେରୁଦଣ୍ଡ ଭାଙ୍ଗିଦେଲେ'

ବିହାରର ଲକ୍ଷ ଲକ୍ଷ କର୍ମଜୀବୀ ପାଦରେ ଆସିଥିଲେ। ପାନୀୟ ଜଳ, ରେଳ, ବସ୍ ମିଳିଲା ନାହିଁ। କୋରୋନା ସଂକଟ ସମୟରେ ମୁଁ ଶ୍ରମିକଙ୍କୁ ଭେଟିଥିଲି।

'କଂଗ୍ରେସ ସମସ୍ତଙ୍କୁ ରାସନ ଅଧିକାର ଦେଇଛି, ପ୍ରଧାନମନ୍ତ୍ରୀ କୃଷକଙ୍କ ମେରୁଦଣ୍ଡ ଭାଙ୍ଗିଦେଲେ'

ପାଟନା: ବିହାର ବିଧାନସଭା ନିର୍ବାଚନ ୨୦୨୦ (Bihar Assembly Poll 2020) ଲାଗି ଏବେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜାରିରହିଛି ପ୍ରଚାର। ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ପରସ୍ପରକୁ ଘେରିବାରେ ଲାଗି ପଡିଛନ୍ତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ଦଳ। ଏହିକ୍ରମରେ ପ୍ରଚାର ମୈଦାନକୁ ଓହ୍ଲାଇ ପ୍ରଧାନମନ୍ତ୍ରୀ ମୋଦି (PM Modi) ଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul Gandhi)। 

ବିହାରର ବଗହା ଠାରେ ନିର୍ବାଚନ ପ୍ରଚାର ଅବସରରେ ସେ କହିଛନ୍ତି ଆଖୁ ଚାଷ ହେଉଥିବା ଅଞ୍ଚଳରେ ଚିନି କାରଖାନ (Sugar Factory) ସ୍ଥାପନ ପାଇଁ ଘୋଷଣା ହୋଇଥିଲା । ହେଲେ ଏଠରେ ଆସି ଚା ପିଇବାକୁ ଆସି ଲାଭ ହେଲାନାହିଁ। ଘୋଷଣା ହୋଇଥିବା କଥା ଏବେ ମିଛରେ ପରିଣତ ହୋଇଛି। ପ୍ରଥମ ଥର ଲାଗି ପଞ୍ଜାବର ଚାଷୀ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଜଳାଇଛନ୍ତି।  ଦଶହରାରେ ଦେଶବ୍ୟାପୀ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ହେଲେ ଦୁଃଖର କଥା ଏଥର ଦଶହରାରେ ପ୍ରଧାନମନ୍ତ୍ରୀ ପୁତୁଳା ଜଳାଯାଇଛି। 
 
ମୁଖ୍ୟମନ୍ତ୍ରୀ ନୀତିଶ କୁମାର (CM Nitish Kumar) ଙ୍କୁ ସମାଲୋଚନା କରି ରାହୁଲ ଗାନ୍ଧୀ କହିଛନ୍ତି ବିହାରବାସୀଙ୍କ ମୁଖ୍ୟମନ୍ତ୍ରୀ ତାହା କରିଛନ୍ତି ଯାହା ଏବେ ପ୍ରଧାନମନ୍ତ୍ରୀ କରୁଛନ୍ତି। ଚାଷୀଙ୍କ ବିନା ସହର ଚାଲିପାରିବ ନାହିଁ।    ପ୍ରଧାନମନ୍ତ୍ରୀ ମୋଦି ଆଣିଥିବା କୃଷି ସମ୍ପର୍କିତ ନିୟମ ଦେଶର ଚାଷୀଙ୍କ ଉପରେ ଆକ୍ରମଣ ସଦୃଶ୍ୟ। ୨୦୦୬ରୁ ଲାଗୁ ହୋଇଥିବା ମଣ୍ଡି ବ୍ୟବସ୍ଥା ନଷ୍ଟ ହୋଇଯାଇଛି। ଆଜି ଆଖୁ ଚାଷୀ, ଧାନ ଚାଷୀଙ୍କ ସେମାନଙ୍କ ଫସଲର ଉପଯୁକ୍ତ ମୂଲ୍ୟ ପାଇ ପାରୁନାହାଁନ୍ତି।  

ରାହୁଲ ଗାନ୍ଧୀ କହିଛନ୍ତି ଖୁସିରେ କୌଣସି ଲୋକ ପଳାୟନ କରୁନାହାଁନ୍ତି । ବିହାର ଧ୍ୱଂସ ହୋଇଯାଇଥିବାରୁ ଲୋକେ ବାହାରକୁ ଚାଲିଯାଉଛନ୍ତି। ଯେତେବେଳେ ମହାତ୍ମା ଗାନ୍ଧୀ ବିଶ୍ୱର ସବୁଠାରୁ ବଡ ଶକ୍ତି ଇଂଲଣ୍ଡ ସହିତ ଯୁଦ୍ଧ କରିବାକୁ ଯାଉଥିଲେ, ସେତେବେଳେ ହରିୟାଣା, କେରଳ, ୟୁପି ଯାଇ ନଥିଲେ। ଗାନ୍ଧିଜୀ ଭାରତକୁ ବୁଝିଥିବାରୁ ଗାନ୍ଧିଜୀ ବିହାରର ଚମ୍ପାରନକୁ ଆସିଥିଲେ। ସେ ଜାଣିଥିଲେ ବିହାରରେ ଲଢେଇ ଆରମ୍ଭ ହେବ। ଏହା ତୁମର ସ୍ଥାନ ଚମ୍ପାରନ।  

ରାହୁଲ ଗାନ୍ଧୀ କହିଛନ୍ତି ଆମକୁ ପିଲାଦିନେ ସ୍ୱପ୍ନ ଦେଖିବା ଶିଖାଯାଇଥାଏ। ସ୍ୱପ୍ନ କେଉଁଠାରେ ସଫଳ ହେବ ବୋଲି ଯୁବକ ପଚାରିଛନ୍ତି। ବିହାରରେ ଚାକିରି ମିଳିବ ନାହିଁ। ଏହା ହେଉଛି ବିହାରର ସତ୍ୟ। ବିହାରରେ ଅଭାବ ଅଛି ବୋଲି ଭାବନ୍ତୁ ନାହିଁ। ବିହାରରେ ଯୁବକଙ୍କ କୌଣସି ଅଭାବ ନାହିଁ। ଏହି ଅଭାବ ମୁଖ୍ୟମନ୍ତ୍ରୀ ନୀତୀଶ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରେ ରହିଛି।

ଆପଣଙ୍କ ଭଳି ବିହାର ଲକ୍ଷ ଲକ୍ଷ ଲୋକଙ୍କୁ ବହିଷ୍କାର କରାଯାଇଛି। ଲକଡାଉନ (Lockdown) ସମୟରେ ହଜାର ହଜାର ଶ୍ରମିକଙ୍କୁ ପାଦରେ ଚାଲିବାକୁ ବାଧ୍ୟ କରାଯାଇଥିଲା। ବିହାରର ଲକ୍ଷ ଲକ୍ଷ କର୍ମଜୀବୀ ପାଦରେ ଆସିଥିଲେ। ପାନୀୟ ଜଳ, ରେଳ, ବସ୍ ମିଳିଲା ନାହିଁ। କୋରୋନା ସଂକଟ ସମୟରେ ମୁଁ ଶ୍ରମିକଙ୍କୁ ଭେଟିଥିଲି।  

ଶ୍ରମିକ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ତାଲା ପକାଇବାକୁ ପଡିବ ତେବେ ଦୁଇରୁ ତିନି ଦିନ କାହିଁକି ସମୟ ଦେବେ ନାହିଁ। ଆମେ ଟ୍ରେନ୍ ଧରି ଘରକୁ ଫେରିଥିଲୁ। ରାତିଅଧିଆ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ୨୨ ଦିନରେ କୋଭିଡ୧୯ ମହାମାରୀକୁ ଶେଷ କରିବା ଲାଗି ମିଥ୍ୟା ପ୍ରତିଶୃତି ଦିଆଯାଇଥିଲା ।  

ରାହୁଲ ଗାନ୍ଧୀ କହିଛନ୍ତି ଲକଡାଉନ ସମୟରେ ସାଧାରଣ ଲୋକଙ୍କ ପକେଟରୁ ଟଙ୍କା ନେଇଥିଲେ। ଆଦାନୀ-ଅମ୍ବାନୀଙ୍କ ପକେଟରୁ ଟଙ୍କା ଯାଇ ନଥିଲା। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ସେ କଳା ଟଙ୍କା ବିରୋଧରେ ଲଢିବେ। କଳା ଟଙ୍କା ରଖିଥିବା ଲୋକ ପଛରୁ ଟଙ୍କା ବଦଳାଇଲା। ଲକଡାଉନ ସମୟରେ ସାଧାରଣ ଲୋକଙ୍କ ଲାଗି ଅନେକ ସମସ୍ୟା ସୃଷ୍ଟି ହୋଇଥିଲା। ବଡ ବ୍ୟବସାୟୀଙ୍କ  ଋଣ ଛାଡ କରାଯାଇଥିଲା। 

କ୍ଷୁଦ୍ର ଚାଷୀଙ୍କ ଋଣଛାଡ ପାଇଁ କଂଗ୍ରେସ ଦାବି କରିଥିଲା ହେଲେ ପ୍ରଧାନମନ୍ତ୍ରୀ ତାହା କରିନାହାଁନ୍ତି। ସେମାନେ କ୍ଷୁଦ୍ର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଛନ୍ତି। ଚାଷୀଙ୍କ ଚାଷ କରିବାର ପ୍ରଣାଳୀକୁ ବଦଳାଇ ଦିଆଗଲା। ଆଜି ଅବସ୍ଥା ଖରାପ ଅଛି। ଦେଶରେ ଯୁବବର୍ଗ ରୋଜଗାର ପାଇବାରୁ ବଞ୍ଚିତ। ଥାଳି ପିଟିବା କିମ୍ବା ଦୀପ ଜାଳିବା ଦ୍ୱାରା ଦେଶର କୃଷକ ଯୁବକଙ୍କୁ ଲାଭ ମିଳିବ ନାହିଁ।  

ପ୍ରଧାନମନ୍ତ୍ରୀ ମୋଦି ଛୋଟ ଦୋକାନୀଙ୍କ ବାବାଦରେ ଆଲୋଚନା କରନ୍ତି ନାହିଁ। ଦେଶର ବଡ ବ୍ୟବସାୟୀ ଏବଂ ଶିଳ୍ପପତିଙ୍କ ବିଷୟରେ ସେ ଆଲୋଚନା କରନ୍ତି। ଦଶହରା ସମୟରେ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକାକୁ ପଞ୍ଜାବର ଚାଷୀ ଜଳାଇ ଦେଇଛନ୍ତି। ବିହାରରେ କୃଷକ ଏବଂ ଯୁବକଙ୍କ ମଧ୍ୟରେ କ୍ରୋଧ ମଧ୍ୟ ରହିଛି। ସେ ବିଦେଶ ବିଷୟରେ କହିବେ। ହେଲେ ନିଜ ଦେଶରେ ସବୁଠାରୁ ବଡ ଆହ୍ୱାନ ହେଉଛି ରୋଜଗାର। ହେଲେ ପ୍ରଧାନମନ୍ତ୍ରୀ କେବେ ଏ ବିଷୟରେ କହିବେ ନାହିଁ।

ନିର୍ବାଚନୀ ସଭାକୁ ସମ୍ବୋଧନ କରିବା ସମୟରେ ସେ କହିଥିଲେ ୨ କୋଟି ଲୋକଙ୍କୁ ନିଯୁକ୍ତି ଦିଆଯିବ। ହେଲେ ରୋଜଗାର ମିଳିପାରିଲା ନାହିଁ। ବିହାରରେ ଆମେ ଆରଜେଡି ଏବଂ ବାମ ଦଳ ସହ ମିଳିତ ଭାବେ ନିର୍ବାଚନ ଲଢୁଛୁ। କଂଗ୍ରେସ ଦଳ ଦେଶକୁ ନୂଆ ରାସ୍ତା ଦେଖାଇଥିଲା। ଏପରିକି ସମସ୍ତଙ୍କୁ ମନରେଗା, ରାସନ ଆଦି ଅଧିକାର ପ୍ରଦାନ କରିଥିଲା । ମିଛ କହିବାରେ ଆମେ ସେମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବୁ ନାହିଁ।  

ରାହୁଲ ଗାନ୍ଧୀ କହିଛନ୍ତି ସେ କୁହନ୍ତି ପକୋଡା ତିଆରି କରନ୍ତୁ। ଯଦି ସେମାନେ ପରବର୍ତ୍ତୀ ସମୟରେ କ୍ଷମତାକୁ ଆସନ୍ତି ସେମାନଙ୍କୁ ପକୋଡା ଖୁଆଇବା ଲାଗି ଯୁବକଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ମୁଁ ଚାହୁଁଛି ବିହାରର ଯୁବକ ନିଜର ରାସ୍ତା ବାଛନ୍ତୁ। ଚାକିରୀ ଖୋଜିବା ପାଇଁ ସେମାନେ ପାଟନାକୁ ଆସନ୍ତୁ। ଯଦି ଆମେ ସରକାର ଗଠନ କରୁ ସମସ୍ତଙ୍କ ଲାଗି ରୋଜଗାରର ବ୍ୟବସ୍ଥା କରାଯିବ।