• ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ୨୬-୨୭ରେ ଦକ୍ଷିଣ ଓଡ଼ିଶାର ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ହେବ
  • ରୁଷିକୂଲ୍ୟା ଏବଂ ନାଗାବଳୀ ନଦୀରେ ବନ୍ୟା ଆଶଙ୍କା
  • ଖାଲୁଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି : SRC
  • ଆସନ୍ତାକାଲି ସଂଧ୍ୟା ସୁଦ୍ଧା କଳିଙ୍ଗପାଟନମ ନିକଟ ଉପକୂଳରେ ବାତ୍ୟା ମାଡ଼ ହେବା ଆଶଙ୍କା
  • ସମ୍ଭାବ୍ୟ ବାତ୍ୟା ପାଇଁ ଗଜପତି ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୬୦୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୪୯୪ ସୁସ୍ଥ
  • ରାଜ୍ୟରେ ୨୪ ଘଣ୍ଟାରେ ୭ ଆକ୍ରାନ୍ତଙ୍କ ଜୀବନ ନେଲା କୋରୋନା
  • ମୁଣ୍ଡଳୀ ବ୍ୟାରେଜରେ ଓଡ୍ରାଫ ବୋଟ ଓଲଟିବା ଘଟଣା
  • ହାତୀ ଓ ନିଖୋଜ ଓଡ୍ରାଫ ଯବାନଙ୍କ ମିଳୁନି ପତ୍ତା

India, ପୁଲିଙ୍ଗ ନା ସ୍ତ୍ରୀଲିଙ୍ଗ? ରାହୁଲ ଗାନ୍ଧୀଙ୍କ ଟ୍ୱିଟ୍ ପରେ ଆରମ୍ଭ ହେଲା ବିବାଦ

କଂଗ୍ରେସର (Congress) ପୂର୍ବତନ ଅଧ୍ୟକ୍ଷଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲଙ୍କ ଶେଷ ବାକ୍ୟ ଇଂରାଜୀ ବାକ୍ୟ ହିଁ ତାଙ୍କୁ ସୋମାଲୋଚନା ଶିକାର କରିଛି। India remembers her #FlyingSikh ବୋଲି ରାହୁଲ ଲେଖିଛନ୍ତି। 

India, ପୁଲିଙ୍ଗ ନା ସ୍ତ୍ରୀଲିଙ୍ଗ? ରାହୁଲ ଗାନ୍ଧୀଙ୍କ ଟ୍ୱିଟ୍ ପରେ ଆରମ୍ଭ ହେଲା ବିବାଦ
ଫାଇଲ ଫଟୋ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଭାରତର ତ୍ରୀରଙ୍ଗା ଉଡାଇଥିବା ମହାନ ଆଥଲେଟ୍ ମିଲଖା ସିଂ ଆଉ ନାହାଁନ୍ତି। କୋରୋନାରେ ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି। ସମଗ୍ର ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ, ଦେଶର ରାଷ୍ଟ୍ରପତିଙ୍କ ସମେତ ଅନେକ ନେତା ତାଙ୍କୁ ପ୍ରଣାମ କରିଥିଲେ। କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ଟୁଇଟ୍ କରି ମିଲ୍କା ସିଂଙ୍କୁ ସ୍ମରଣ କରିଥିଲେ। କିନ୍ତୁ ସେ ଟ୍ରୋଲର ଶିକାର ହୋଇଥିଲେ।

ରାହୁଲ ଗାନ୍ଧୀ (Rahul Gandhi) ଟ୍ୱିଟରେ ଲେଖିଛନ୍ତି, 'ଶ୍ରୀ ମିଲଖା ସିଂ ଜୀ (Milkha Sing) କେବଳ ଜେଣେ କ୍ରୀଡା ତାରକା ନଥିଲେ, ବରଂ ସେ କୋଟି କୋଟି ଭାରତୀୟଙ୍କ ପ୍ରେରଣା ଥିଲେ। ତାଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ମୋର ସମବେଦନା। ଭାରତ ତାର 'ଫ୍ଲାଇଙ୍ଗ୍ ଶିଖ୍'ଙ୍କୁ ମନେରଖିବ।'

Also Read: ରିଅଲ୍ ହିରୋଙ୍କୁ ରିଲ୍ ହିରୋଙ୍କ ଶେଷ ସଲାମ୍

ଏହି ଟ୍ୱିଟକୁ ନେଇ ଟ୍ରୋଲର୍ସ କଂଗ୍ରେସର (Congress) ପୂର୍ବତନ ଅଧ୍ୟକ୍ଷଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲଙ୍କ ଶେଷ ବାକ୍ୟ ଇଂରାଜୀ ବାକ୍ୟ ହିଁ ତାଙ୍କୁ ସୋମାଲୋଚନା ଶିକାର କରିଛି। India remembers her #FlyingSikh ବୋଲି ରାହୁଲ ଲେଖିଛନ୍ତି। ଏଥିରେ ଲେଖା ହୋଇଥିବା Her ଶବ୍ଦ ଉପରେ ସୋସିଆଲ ମିଡିଆ ୟୁଜର୍ସ ଆପତ୍ତି ଉଠାଇଛନ୍ତି। Indiaକୁ କାହିଁକି ସ୍ତ୍ରୀଲିଙ୍ଗ କୁହାଗଲା ବୋଲି ପ୍ରଶ୍ନ କରିବା ସହ ରାହୁଲ ଗାନ୍ଧୀଙ୍କ ଇଂରାଜୀ ଜ୍ଞାନ ଉପରେ ଆଶଙ୍କା ବ୍ୟକ୍ତ କରିଛନ୍ତି। 

 

 
ସାଧାରଣତଃ କୌଣସି ଦେଶର ଲିଙ୍ଗ ନଥାଏ। ସେହି ଦେଶର ନାଗରିକମାନେ ହିଁ ସ୍ଥିର କରନ୍ତି ଯେ ସେମାନେ କେଉଁ ଲିଙ୍ଗକୁ ବିଚାରକୁ ନେବେ।  ଇଂରାଜୀରେ ଦେଶର ମାଟିକୁ Motherland କୁହାଯାଏ। ହିନ୍ଦୀରେ ଏହାର ଅର୍ଥ ମାତୃଭୂମି। ଭାରତରେ ମଧ୍ୟ ଅଧିକାଂଶ ଲୋକ ଦେଶକୁ ଭାରତମାତା ବୋଲି ସମ୍ବୋଧନ କରନ୍ତି। ଏଥି ସହିତ, ଜର୍ମାନୀର ଲୋକମାନେ ନିଜ ଦେଶକୁ Fatherland ବା ପିତୃଭୂମି ବୋଲି କୁହନ୍ତି।