Advertisement
Article Detail0/zeeodisha/odisha2683199
Zee OdishaOdisha National-InternationalRail Budget: ଆଜି ଲୋକସଭାରେ ରେଳ ବଜେଟ୍‍ ଆଲୋଚନା

Rail Budget: ଆଜି ଲୋକସଭାରେ ରେଳ ବଜେଟ୍‍ ଆଲୋଚନା

ଭୁବନେଶ୍ୱର: ଆଜି ଲୋକସଭାରେ କେନ୍ଦ୍ର ରେଳ ବଜେଟ୍‍ ୨୦୨୫-୨୬ ବିଷୟରେ ଆଲୋଚନା ହେବ।  ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ  ରେଳ ବିଭାଗର ବ୍ୟୟମଞ୍ଜୁରୀ ବିଧେୟକକୁ ଆଲୋଚନା କରାଯିବ। ଦେଶର ପ୍ରତି କୋଣରେ ରେଳ ସଂଯୋଗୀକରଣ, ସମସ୍ୟା ଓ ରେଳବାଇର ଆଧୁନୀକିକରଣ ପରିପ୍ରେକ୍ଷୀରେ ଏହି ଆଲୋଚନା ସରଗରମ ହେବାର ସମ୍ଭାବନା ରହିଛି।

Rail Budget: ଆଜି ଲୋକସଭାରେ ରେଳ ବଜେଟ୍‍ ଆଲୋଚନା

Rail Budget:ଭୁବନେଶ୍ୱର: ଆଜି ଲୋକସଭାରେ କେନ୍ଦ୍ର ରେଳ ବଜେଟ୍‍ ୨୦୨୫-୨୬ ବିଷୟରେ ଆଲୋଚନା ହେବ।  ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ  ରେଳ ବିଭାଗର ବ୍ୟୟମଞ୍ଜୁରୀ ବିଧେୟକକୁ ଆଲୋଚନା କରାଯିବ। ଦେଶର ପ୍ରତି କୋଣରେ ରେଳ ସଂଯୋଗୀକରଣ, ସମସ୍ୟା ଓ ରେଳବାଇର ଆଧୁନୀକିକରଣ ପରିପ୍ରେକ୍ଷୀରେ ଏହି ଆଲୋଚନା ସରଗରମ ହେବାର ସମ୍ଭାବନା ରହିଛି। ଅପରପକ୍ଷେ ପ୍ରତି ସାଂସଦ ଏହି ଆଲେରଚନାରେ ଭାଗ ନେଇ ନିଜ ନିଜ  ନିର୍ବାଚନ ମଣ୍ଡଳୀର ସମସ୍ୟ୍ୟା ବାବଦରେ ମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ କରିବାକୁ ଥିବାରୁ ଏହି ଆଲୋଚନା ଅଧିକ ଲମ୍ବା  ହୋଇପାରେ। 

ଫେବୃୟାରୀ ୧ ତାରିଖଦିନ ସାଧାରଣ ବଜେଟ୍‍ ଉପସ୍ଥାପନ ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ରେଳ ବିଭାଗ ଲାଗି ବଜେଟ୍‍ ଉପସ୍ଥାପନ କରିଥିଲେ।  ୨୦୨୫-୨୫ ଆର୍ଥିକ ବର୍ଷ ଲାଗି ସମୁଦାୟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ଘୋଷଣା କରାଯାଇଥିଲା।  ଏହାପରେ ଫେବୃୟାରୀ ୩ ତାରିଖରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କେଉଁ ରାଜ୍ୟକୁ କେତେ ବଜେଟ୍‍ ଆବଣ୍ଟନ କରାଯାଇଛି ତାହାର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ। ଏହି ହିସାବ ଅନୁସାରେ ଓଡ଼ିଶାକୁ ଆସନ୍ତା ଆର୍ଥିକ ବର୍ଷ ଲାଗି ୧୦ ହଜାର ୫୫୯ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏଥିରେ  ନୂଆ ରେଳ ପ୍ରକଳ୍ପ ସାଙ୍ଗକୁ ରେଳ ସୁବିଧା ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି। 

ରେଳବାଇର ସବୁଠାରୁ ବଡ଼ ସମସ୍ୟା ଭାବେ ଦୁର୍ଘଟଣାକୁ ଦାୟୀ କରାଯାଉଛି। ଦେଶର ଯୋଗାଯୋଗ ଲାଇଫ୍‍ ଲାଇନ୍‍ ହୋଇଥିଲେ ମଧ୍ୟ ରେଳ ଚଳାଚଳରେ ଅନେକ ସମୟରେ ଦୁର୍ଘଟଣା ଲୋକଙ୍କ ଧନ ଜୀବନ ହରାଉଛନ୍ତି। ଏ ବାବଦର ସରକାର ସ୍ୱଦେଶୀ ‘କବଚ’ ବ୍ୟବହାର ଲାଗି ଆଶ୍ୱାସନା ଦେଉଥିଲେ ମଧ୍ୟ ଏହା ଅନେକ ବ୍ୟୟସାପେକ୍ଷ ହେଉଥିବାରୁ ଏହା ଧୀମା ଗତିରେ ଆଗକୁ ବଢ଼ୁଛି। ଏହାସହ ଦ୍ରୁତଗାମୀ ଇଞ୍ଜିନ ନିର୍ମାଣ, ଆଶ୍ୱାସନା ଅନୁସାରେ ବନ୍ଦେ ଭାରତ ଏକ୍ସପ୍ରେସର ସମ୍ପ୍ରସାରଣ ଆଦି ନେଇ ଅନେକ ସମୟରେ ସାଂସଦମାନେ ଲୋକସଭାର ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଜି ମଧ୍‍ୟ ସମାନ ପରିମାଣରେ ରେଳ ମନ୍ତ୍ରୀଙ୍କଠାରୁ ସେମାନଙ୍କ ନିର୍ବାଚନ ମଣ୍ଡଳୀ ପ୍ରତି ହୋଇଥିବା ଅବିଚାରର ଉତ୍ତର ଚାହିଁପାରନ୍ତି ସାଂସଦ। 

Add Zee News as a Preferred Source

ସେହିପରି ରାଜ୍ୟ ସଭାରେ ଆଜିମଣିପୁର ପାଇଁ ବଜେଟ୍‍ ଉପସ୍ଥାପନ ହେବ। ଏହାସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ଲାଗି ଆଣିଥିବା ଅତିରିକ୍ତ ବ୍ୟୟମଞ୍ଜୁରୀ ବିଧେୟକକୁ ମଧ୍ୟ ରାଜ୍ୟସଭାରେ ଆଗତ କରାଯିବାର କାର୍ଯ୍ୟକ୍ରମ ରହିଛି।

About the Author