୧୧ ବଗି ଲାଇନଚ୍ୟୁତ; ଦିଲ୍ଲୀ-ହାୱଡା ରୁଟରେ ଲାଗିଲା ବ୍ରେକ
Advertisement

୧୧ ବଗି ଲାଇନଚ୍ୟୁତ; ଦିଲ୍ଲୀ-ହାୱଡା ରୁଟରେ ଲାଗିଲା ବ୍ରେକ

ଏ ଘଟଣାରେ ହୋଇଥିବା କ୍ଷୟକ୍ଷତି ବାବଦରେ କିଛି ଜଣାପଡିନାହିଁ।

୧୧ ବଗି ଲାଇନଚ୍ୟୁତ; ଦିଲ୍ଲୀ-ହାୱଡା ରୁଟରେ ଲାଗିଲା ବ୍ରେକ

ନୂଆଦିଲ୍ଲୀ: ଦିଲ୍ଲୀ-ହାୱଡା ରୁଟରେ ଏକ ମାଲଗାଡି଼ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହି ରୁଟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଉତ୍ତର ପ୍ରଦେଶର ଇଟାୱା ଜିଲ୍ଲାର ଜସୱନ୍ତନଗର-ବଲରଇ ରେଳ ଷ୍ଟେସନ ମଧ୍ୟରେ  ଏକ ମାଲିଗାଡିର ୧୧ଟି ବଗି ଲାଇନଚ୍ୟୁତ ହୋଇଯାଇଛି। ଯାହା ଫଳରେ ଏହି ରୁଟରେ ରେଳ ଚଳାଚଳ ପ୍ରଭାବିତ ହୋଇଛି।

ଏହି ଦୁର୍ଘଟଣା ପରେ ରାଜଧାନୀ ଏକ୍ସପ୍ରେସ ସମେତ ଅନ୍ୟାନ୍ୟ ରେଳଗାଡି ବିଭିନ୍ନ ରେଳଷ୍ଟେସନ ଠାରେ ଅଟକି ରହିଛି। ଉଦ୍ଧାର କରିବା ଲାଗି ଘଟଣାସ୍ଥଳ ଅଭିମୁଖେ ଅନ୍ୟ ଏକ ରେଳଗାଡି ଟୁଣ୍ଡଲା ଠାରୁ ଯାତ୍ରା କରିଛି। ଏ ଘଟଣାରେ ମିଳିଥିବା ଖବର ଅନୁସାରେ ଲୁହାସାମଗ୍ରୀ ବୋଝେଇ କରି ଏକ ମାଲଗାଡି ଦିଲ୍ଲୀ-ହାୱଡା ରୁଟରେ ଯାତ୍ରା କରିବା ସମୟରେ ଉତ୍ତର ପ୍ରଦେଶ ଇଟାୱା ଜିଲ୍ଲାର ଜସୱନ୍ତନଗର-ବଲରଇ ରେଳ ଷ୍ଟେସନ ମଧ୍ୟରେ ଲାଇନଚ୍ୟୁତ ହୋଇଯାଇଥିଲା। 

Also Read: ବିଗତ ୨ ବର୍ଷ ମଧ୍ୟରେ ରେଳ ଦୁର୍ଘଟଣାରେ ଯାଇନାହିଁ କାହାର ଜୀବନ: Indian Railway

ଏହି ଟ୍ରେନର ଗୋଟିଏ ପରେ ଗୋଟିଏ ବଗି ପରସ୍ପର ଉପରେ ଚଢି ଯିବା ଫଳରେ ଏପରି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଏହା ଦ୍ୱାରା ଦୁର୍ଘଟଣାସ୍ଥଳରେ ରହିଥିବା ରେଳ ଧାରଣା ବ୍ୟପକ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି। ଏ ଘଟଣା ବାବଦରେ ଖବର ପାଇବା ପରେ ତତ୍କାଳ ଘଟଣାସ୍ଥଳରେ ପହଞ୍ଚିଥିଲେ ରେଳବାଇ ଅଧିକାରୀ। ସୋମବାର ମଧ୍ୟରାତ୍ରୀ ସୁଦ୍ଧା ଏହି ରୁଟରେ ରେଳ ଚଳାଚଳକୁ ସ୍ୱାଭାବିକ କରିବା ପାଇଁ ରେଳବାଇ ପକ୍ଷରୁ ପ୍ରୟାସ ଜାରି ରହିଛି। 

Also Read: ସମ୍ଭାଳି ପାରିଲାନାହିଁ Train Speed; ଦେଖୁ ଦେଖୁ ଭାଙ୍ଗିଗଲା Chandni Railway Station

 

ଏ ଘଟଣାରେ ହୋଇଥିବା କ୍ଷୟକ୍ଷତି ବାବଦରେ କିଛି ଜଣାପଡିନାହିଁ। କ୍ଷତିଗ୍ରସ୍ତ ହୋଇଥିବା ଡାଉନ ଲାଇନକୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରୟାସ ଜାରି ରହିଛି। ସୋମବାର ମଧ୍ୟରାତ୍ରୀ ସୁଦ୍ଧା ଏହି ରୁଟକୁ ରେଳ ଚଳାଚଳ ପଥ ସୁଗମ କରିବା ଉପରେ ଜୋରଦେଇଛି ଭାରତୀୟ ରେଳବାଇ।