Advertisement
Article Detail0/zeeodisha/odisha702033
Zee OdishaOdisha National-Internationalକୋଭିଡ୍ ୧୯ ପୂର୍ବରୁ ଯେଉଁ ଟିକେଟ କରାଯାଇଛି, ସବୁ ହେବ ବାତିଲ

କୋଭିଡ୍ ୧୯ ପୂର୍ବରୁ ଯେଉଁ ଟିକେଟ କରାଯାଇଛି, ସବୁ ହେବ ବାତିଲ

ତେବେ ଯେଉଁ ସବୁ ଟିକେଟ ନିୟମିତ ଟାଇମ ଟେବୁଲ ଟ୍ରେନରେ ୧୨ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ କରାଯାଇଛି, ଟାହାର ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଯେଉଁ ଟ୍ରେନ ଗୁଡ଼ିକ ୩୦ ଜୁନ ୨୦୨୦ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ବାତିଲ ହୋଇଥିଲା, ତାହା ପୁନର୍ବାର ୧୨ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ବାତିଲ କରାଯାଇଛି । ଅର୍ଥାତ ଜୁଲାଇ ୧ରୁ ସ୍ୱାଭାବିକ ହେବ ନାହିଁ ଟ୍ରେନ ଚଳାଚଳ । କେବଳ ସମସ୍ତ ସ୍ୱତନ୍ତ୍ର ଟ୍ରେନ ହିଁ ଚଳାଚଳ କରିବ । ଅନ୍ୟ ସମସ୍ତ ନିୟମିତ ମେଲ/ଏକ୍ସପ୍ରେସ ଟ୍ରେନ, ପ୍ରିମିୟମ ଟ୍ରେନ, ଇଣ୍ଟରସିଟି ଓ ଲୋକାଲ ପେସେଞ୍ଜର ଟ୍ରେନକୁ ପୁନର୍ବାର ବାତିଲ କରାଯାଇଛି । 

ତେବେ ଯେଉଁ ସବୁ ଟିକେଟ ନିୟମିତ ଟାଇମ ଟେବୁଲ ଟ୍ରେନରେ ୧୨ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ କରାଯାଇଛି, ଟାହାର ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ । ରେଳ ବିଭାଗର ଯେଉଁ ନିୟମ ରହିଛି, ସେହି ଅନୁସାରେ ଯାତ୍ରୀ ଟଙ୍କା ଫେରିପାଇବେ । କେବଳ ସେତିକି ନୁହେଁ, କୋଭିଡ ୧୯ ପୂର୍ବରୁ ଯେତିକି ଟିକେଟ କରାଯାଇଛି, ସେସବୁ ବାତିଲ ହୋଇଯିବ । ରେଳପଥ ଦ୍ୱାରା ବାତିଲର ସମ୍ପୂର୍ଣ୍ଣ ଦେୟ ଫେରସ୍ତ ହେବ । ରେଳ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । 

ସେହିପରି ଯେଉଁସବୁ ଟ୍ରେନ ୧୨ ମଇ ୨୦୨୦ ଏବଂ ଜୁନ ପହିଲାରୁ ସ୍ୱତନ୍ତ୍ର ରୁଟ ଓ ଟାଇମ ଟେବୁଲ ଦେଇ ଚଳାଚଳ କରୁଛି, ତାହା ସେହିପରି ଚଳାଚଳ କରିବ । ଆଗକୁ କୌଣସି ପରିବର୍ତ୍ତନ ନହେବା ପର୍ଯ୍ୟନ୍ତ ଏହା ଚାଲୁ ରହିବ । ଲକଡାଉନ ପରେ ଏହି ଗୁଡ଼ିକରେ ଯାତ୍ରା ନେଇ ଯେଉଁମାନେ ଟିକେଟ କରିଛନ୍ତି, ତାହା ଭ୍ୟାଲିଡ ରହିବ ବୋଲି କୁହାଯାଇଛି । 

Add Zee News as a Preferred Source
About the Author