• କଟକ ମହାନଗର ନିଗମ ଅଞ୍ଚଳ ରେ କୋରୋନା ମୁକାବିଲା ପାଇଁ ଜାରି କରାଗଲା ହେଲ୍ପ ଲାଇନ ନମ୍ବର
  • କୋଭିଡ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ପ୍ରଦାନ କରାଯିବା ଲାଗି କୋଭିଡ କଣ୍ଟ୍ରୋଲ ରୁମ ଖୋଲାଯାଇଛି
  • ହେଲ୍ପ ଲାଇନ ନମ୍ବର ହେଲା ୭୦୭୭୭୭୫୫୫୫
  • ଏସୀୟ ଭାରୋତ୍ତୋଳନ ଚାମ୍ପିଅନ୍‌ସିପ୍‌ରେ ସ୍ୱର୍ଣ୍ଣ ପଦକ ଜିତିଲେ ଓଡ଼ିଆ ଝିଅ ଝିଲି ଦଳବେହେରା
  • ଶ୍ରୀମନ୍ଦିର ଭିତର କାଠ ନିକଟରେ ଗଣ୍ଡଗୋଳ, ନୀତି ୨ ଘଣ୍ଟା ବିଳମ୍ବ
  • ଥଟ୍ଟା ମଜାକୁ ନେଇ ୨ JTP ହାତାହାତି, ଜଣେ ଆହତ
  • ରକ୍ତ ଛିଟା ପଡ଼ିବାରୁ ମନ୍ଦିରରେ ହେଲା ମହାସ୍ନାନ ନୀତି
  • ଦୁଇ ଜେଟିପି ମନୋଜ ପାଣିଗ୍ରାହୀ ଓ ଗଙ୍ଗା ପ୍ରଧାନ, ଜେଟିପି ମେଡିକାଲରେ ଭର୍ତ୍ତି
  • କୋଭିଡ୍ ମୁକାବିଲା ସମ୍ପର୍କରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା
  • ବେଡ୍ ସଂଖ୍ୟା ବୃଦ୍ଧି କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

ରେଳଯାତ୍ରୀଙ୍କୁ ଶକ୍ତ ଝଟକା! ଏହି ଷ୍ଟେସନରେ ଟିକଟ ମୂଲ୍ୟ ବଢିଲା ୫ ଗୁଣା

ଚଳିତବର୍ଷ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ। ରେଳ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଏହି ଗ୍ରୀଷ୍ମ ଋତୁରେ ରେଳ ଷ୍ଟେସନରେ ଅଧିକ ଭିଡ଼ ନହେବା ପାଇଁ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟରେ ଏହି ବୃଦ୍ଧି କରାଯାଇଛି।

ରେଳଯାତ୍ରୀଙ୍କୁ ଶକ୍ତ ଝଟକା! ଏହି ଷ୍ଟେସନରେ ଟିକଟ ମୂଲ୍ୟ ବଢିଲା ୫ ଗୁଣା
ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଯଦି ଆପଣ ଟ୍ରେନରେ ଯାତ୍ରା କରନ୍ତି ତେବେ ଏହି ଖବର ଆପଣଙ୍କୁ ନିରାଶ କରିବାକୁ ଯାଉଛି। ଯାତ୍ରୀଙ୍କୁ ଭାରତୀୟ ରେଳ ଏକ ବଡ଼ ଝଟକା ଦେଇଛି। ଯାତାୟାତକୁ ରୋକିବା ପାଇଁ ପ୍ଲାଟଫର୍ମ ଟିକେଟ ମୂଲ୍ୟରେ ପାଞ୍ଚ ଗୁଣ ବୃଦ୍ଧି କରିବାକୁ ରେଳବାଇ ଘୋଷଣା କରିଛି। 

ମହାରାଷ୍ଟ୍ର (Maharastra) ରେ ବୃଦ୍ଧିପାଉଥିବା କୋରୋନା (Corona virus) ମାମଲାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପ୍ଲାଟଫର୍ମ ଟିକଟ (platform  ticket) ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମେ ପ୍ଲାଟଫର୍ମ ଟିକଟ ୧୦ ଟଙ୍କା ଥିବା ବେଳେ ଏବେ ତାହାକୁ ୫୦ ଟଙ୍କା କରାଯାଇଛି। ଏହି ମୂଲ୍ୟ ଚଳିତବର୍ଷ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ। ରେଳ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଏହି ଗ୍ରୀଷ୍ମ ଋତୁରେ ରେଳ ଷ୍ଟେସନରେ ଅଧିକ ଭିଡ଼ ନହେବା ପାଇଁ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟରେ ଏହି ବୃଦ୍ଧି କରାଯାଇଛି।

Also Read: Door Stepsରେ ମିଳିବ ବ୍ୟାଙ୍କର ଏହି ସବୁ ସୁବିଧା

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜା ଟର୍ମିନସ୍, ଦାଦର ଏବଂ ଲୋକମାନ୍ୟ ତିଲକ ଟର୍ମିନସ୍ (LTT) ଏବଂ ଠାଣେ, କଲ୍ୟାଣ, ପାନଭେଲ ଏବଂ ଭିବଣ୍ଡି ରୋଡ ଷ୍ଟେସନରେ ପ୍ଲାଟଫର୍ମ ଟିକେଟର ମୂଲ୍ୟ ବୃଦ୍ଧି କରିଛି। ପୂର୍ବରୁ ମଧ୍ୟ ରେଳବାଇ (Central Railway) ଅନେକ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲା। ୨୦୨୦ରେ ପୁଣେ ବିଭାଗ (Pune Division) ରେ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ପାଞ୍ଚ ଗୁଣ ବୃଦ୍ଧି କରାଯାଇ ୫୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା।

ମଧ୍ୟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ (PRO) ଶିବାଜୀ ସୂତାର କହିଛନ୍ତି ଯେ, କୋରୋନା ସଂକ୍ରମଣ ରୋକିବା ଓ ଭିଡ଼ ନିୟନ୍ତ୍ରଣକୁ ସୁନିଶ୍ଚିତ କରିବା ଏହି ପଦକ୍ଷେପ ନିଆଯାଇଛି। ପ୍ଲାଟଫର୍ମ ଟିକଟର ମୂଲ୍ୟ ୫୦ ଟଙ୍କା ନିର୍ଦ୍ଧାରଣ କରାଯାଇଥିବା ବେଳେ ଏହା କେବଳ ୨ ଘଣ୍ଟା ପାଇଁ ବୈଧ ରହିବ ବୋଲି ସୂତାର କହିଛନ୍ତି। ବର୍ତ୍ତମାନ ସୁଦ୍ଧା ମୁମ୍ବାଇରେ ୩ ଲକ୍ଷ ୨୫ ହଜାରରୁ ଊର୍ଦ୍ଧ୍ୱ COVID-19 ମାମଲା ଦେଖିବାକୁ ମିଳିଛି। ମହାମାରୀରେ ୧୧୪୦୦ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି।