• ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ୍
  • ସର୍ତ୍ତମୂଳକ ଜାମିନ୍ ପ୍ରଦାନ କଲେ ହାଇକୋର୍ଟ
  • ଗୋବିନ୍ଦ ସାହୁ କଲେଜରେ ଚାଲୁଥିଲା ସେକ୍ସ ରାକେଟ : ମହାଲିଙ୍ଗ କଲେଜ ଛାତ୍ର
  • କିଙ୍ଗ୍ ଖାନ୍ ଶାହାରୁଖଙ୍କ ମୁମ୍ବାଇ ସ୍ଥିତ ‘ମନ୍ନତ’ ଘରେ ଲାଗିଲା ନୋଟିସ୍
  • ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ପହଂଚିଲେ ଏନସିବିର ଟିମ୍
  • ମମିତା ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ
  • ମମିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଦେବାକୁ ଦାବି
  • ମମିତା ମେହେର ହତ୍ୟାକାଣ୍ଡ ମାମଲା : ବର୍ଷିଲେ ଲେଖାଶ୍ରୀ ସାମନ୍ତସିଂହାର
  • କହିଲେ ‘ଗୃହମନ୍ତ୍ରୀଙ୍କୁ ଖସାଇ ଦେବାକୁ ଚାହୁଁଛି ପୋଲିସ’
  • କଳାହାଣ୍ଡି ମହାଲିଙ୍ଗରେ ଡିଆଇଜି ଓ ଏସପି

ରେଲୱେ ପୁଣି ଦେଲା ଗୁଡ୍ ନ୍ୟୁଜ୍! ଆରମ୍ଭ ହେବାକୁ ଯାଉଛି ଆହୁରି ଅନେକ ପାସେଞ୍ଜର ଟ୍ରେନ୍

 ଯାତ୍ରୀମାନଙ୍କ ପାଇଁ ଏହି ଟ୍ରେନ୍ ଗୁଡ଼ିକରେ ଯାତ୍ରା କରିବା ସମୟରେ କୋଭିଡ୍-୧୯ ନିୟମ ଅନୁସରଣ କରିବା ବାଧ୍ୟତାମୂଳକ ହେବ । ଟ୍ରେନରେ ଯାତ୍ରୀମାନଙ୍କୁ ଏକ ବିଶେଷ ଭଡା ଦେବାକୁ ପଡିବ ।  

ରେଲୱେ ପୁଣି ଦେଲା ଗୁଡ୍ ନ୍ୟୁଜ୍! ଆରମ୍ଭ ହେବାକୁ ଯାଉଛି ଆହୁରି ଅନେକ ପାସେଞ୍ଜର ଟ୍ରେନ୍
ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ଯାତ୍ରୀମାନଙ୍କ ସୁବିଧା ପାଇଁ, ବର୍ତ୍ତମାନ ପୂର୍ବ କେନ୍ଦ୍ରୀୟ ରେଳବାଇ ଦ୍ୱାରା ପରିଚାଳିତ ସ୍ପେଶାଲ ଟ୍ରେନ୍ କ୍ରମରେ ୬ ଯୋଡା ପାସେଞ୍ଜର ସ୍ପେଶାଲ୍ ଓ ଏକ ଯୋଡ଼ା ଏକ୍ସପ୍ରେସ ସ୍ପେଶାଲ ଟ୍ରେନକୁ ପୁନର୍ବାର ଟ୍ରାକକୁ ଫେରେଇଛି । ଯାତ୍ରୀମାନଙ୍କ ପାଇଁ ଏହି ଟ୍ରେନ୍ ଗୁଡ଼ିକରେ ଯାତ୍ରା କରିବା ସମୟରେ କୋଭିଡ୍ -୧୯ ନିୟମ ଅନୁସରଣ କରିବା ବାଧ୍ୟତାମୂଳକ ହେବ । ଟ୍ରେନରେ ଯାତ୍ରୀମାନଙ୍କୁ ଏକ ବିଶେଷ ଭଡା ଦେବାକୁ ପଡିବ ।

ଏହି ଟ୍ରେନ୍ ଗୁଡିକ ଚାଲିବ 
- ୦୫୫୧୩/୦୫୫୧୪ ସମସ୍ତିପୁର-ଜୟନଗର-ସମସ୍ତିପୁର ପାସେଞ୍ଜର ସ୍ପେଶାଲ୍ ୩୦ ସେପ୍ଟେମ୍ବରରେ ସାମସ୍ତିପୁର ଓ ଜୟନଗର ୩ ଅକ୍ଟୋବରରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଚଳାଚଳ କରିବ ।
- ୦୩୬୧୧/୦୩୬୧୨ ପାଟନା-ସାସରାମ-ପାଟନା ପାସେଞ୍ଜର ସ୍ପେଶାଲ ୧ ଅକ୍ଟୋବରରୁ ପାଟନା ଓ ୨ ଅକ୍ଟୋବରରୁ ସାସରାମରୁ ଚଳାଚଳ କରିବ ।
- ୦୩୬୨୫/୦୩୬୨୬ ଗୟା-ବଖତିୟାରପୁର-ଗୟା ପାସେଞ୍ଜର ୧ ଅକ୍ଟୋବରରୁ ଗୟା ଓ ୨ ଅକ୍ଟୋବରରୁ ବଖତିୟାରପୁରରୁ ଚଳାଚଳ କରିବ ।
- ୦୩୬୨୧/୦୩୬୨୨ ରାଜଗିର-ବଖତିୟାରପୁର-ରାଜଗିର ପାସେଞ୍ଜର ସ୍ପେସିଆଲ ୧ ଅକ୍ଟୋବରରୁ ରାଜଗିର ଓ ବଖତିୟାରପୁରରୁ ଚଳାଚଳ କରିବ ।
- ୦୩୬୨୩/୦୩୬୨୪ ରାଜଗିର-ବଖତିୟାରପୁର-ରାଜଗିର ପାସେଞ୍ଜର ସ୍ପେସିଆଲ ୨ ଅକ୍ଟୋବରରୁ ରାଜଗିର ଓ ବଖତିୟାରପୁରରୁ ପରିଚାଳିତ ହେବ ।
- ୦୩୬୧୩/୦୩୬୨୪ ଗୟା-ପାଟନା-ଗୟା ପାସେଞ୍ଜର ସ୍ପେଶାଲ ଅକ୍ଟୋବର ୧ ରୁ ଗୟା ଓ ପାଟନା ଠାରୁ ଚଳାଚଳ କରିବ ।
- ୦୫୫୨୭/୦୫୫୨୮ ଜୟନଗର-ପାଟନା-ଜୟନଗର ୧ ଅକ୍ଟୋବରରୁ ଜୟନଗର ଓ ୨ ଅକ୍ଟୋବରରୁ ପାଟନା ଠାରୁ ଚଳାଚଳ କରିବ । 

ଏହା ବି ପଢ଼ନ୍ତୁ: LIC ର ଏହି ଯୋଜନାରେ ପ୍ରିମିୟମ ନ ଦେଇ ପାଆନ୍ତୁ ୭୫୦୦୦ ଟଙ୍କା, ଫଟାଫଟ୍ କରନ୍ତୁ ଆବେଦନ

ଏହା ବି ପଢ଼ନ୍ତୁ: ରାଜ କୁନ୍ଦ୍ରା ଜେଲରୁ ଫେରିବା ମାତ୍ରେ ବଦଳିଲା ଶିଳ୍ପାଙ୍କ ମନ, ନେଲେ ଏହି ବଡ ନିଷ୍ପତ୍ତି...

ଏହା ବି ପଢ଼ନ୍ତୁ: ସର୍ବସାଧାରଣରେ ଲୋକଙ୍କୁ ଫାଶୀ ଦେଉଛି ତାଲିବାନ, ଦେଖନ୍ତୁ ଭାଇରଲ ଭିଡ଼ିଓ